ଆଜି ଶ୍ରୀମନ୍ଦିରରେ ନନ୍ଦ ଉତ୍ସବ

ପୁରୀ ଅଫିସ,୧୨ା୮: ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଙ୍ଗଳବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ସମ୍ପନ୍ନ ହୋଇଛି। ବୁଧବାର ନନ୍ଦ ଉତ୍ସବ ଅନୁଷ୍ଠିତ ହେବ। ଶ୍ରୀକୃଷ୍ଣ ଜନ୍ମ ନୀତି ପାଇଁ ମଙ୍ଗଳବାର ସନ୍ଧ୍ୟା ଧୂପ ବେଶରେ ମହାପ୍ରଭୁ ୬ମୂର୍ତ୍ତି ଅଳଙ୍କାର ଲାଗି ହୋଇଥିଲେ। ସନ୍ଧ୍ୟାଧୂପ ପରେ ଜୟ ବିଜୟ ଦ୍ୱାର ବନ୍ଦ ହୋଇଥିଲା। ଶୁଦ୍ଧସୁଆର ଭଣ୍ଡାର ଦୁଆର ଆଗରେ ପୋଛା ମାରିଥିଲେ। ପୂଜାପଣ୍ଡା ପଞ୍ଚବର୍ଣ୍ଣି ମୁରୁଜରେ ସବିତୃ ଭଦ୍ରମଣ୍ଡଳ ଲେଖିଥିଲେ। ପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ଜନ୍ମ ଚକଡ଼ାରେ ବସି ସଂକଳ୍ପ କରିବା ପରେ ବରୁଣ ପୂଜା ହୋଇଥିଲା। ଚିତ୍ରକର ଦେଇଥିବା ଶ୍ରୀକୃଷ୍ଣ ଜନ୍ମପଟି ଓ ବଣିଆଙ୍କଠାରୁ ଆସିଥିବା ୯ପାଖୁଡ଼ା ବିଶିଷ୍ଟ ରୁପା ପଦ୍ମକୁ ପୂଜାପଣ୍ଡା ମଣ୍ଡଳ ଉପରେ ରଖିଥିଲେ। ପଦ୍ମ ପାଖୁଡ଼ାରେ ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗବ ଋଷି ଏବଂ କୃଷ୍ଣ ଲେଖା ରହିଥିଲା। ଏକ ସୁନା କୃଷ୍ଣମୂର୍ତ୍ତି ମଣ୍ଡଳ ଉପରେ ରଖାଯାଇ ୯ଟି ପନ୍ତିଭୋଗ ବଢାଯାଇଥିଲା। ପୂଜାପଣ୍ଡା ପଞ୍ଚୋପଚାର ପୂଜା କରି ପନ୍ତିଭୋଗ ବଢାଇବା ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ସିଂହାସନରେ ବିଜେ କରାଇଥିଲେ। ମୁଦିରସ୍ତ ମହାପ୍ରଭୁଙ୍କ ଧଣ୍ଡି ପ୍ରସାଦ ଆଜ୍ଞାମାଳ ଶ୍ରୀମଦନମୋହନଙ୍କୁ ଲାଗି କରାଇଥିଲେ। ମହାଜନ ସେବକମାନେ ଶ୍ରୀମଦନମୋହନଙ୍କୁ ଆଣି ଜନ୍ମଚକଡ଼ାରେ ବିଜେ କରାଇଥିଲେ। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ପରେ ଦୁଇଜଣ ମହାଜନ ସେବକ ଦେବକୀ ଓ ବସୁଦେବ ବେଶ ହୋଇ ଜନ୍ମ ଚକଡ଼ାରେ ଶ୍ରୀକୃଷ୍ଣ ଜନ୍ମ ନୀତି ସମ୍ପାଦନ କରିଥିଲେ। ପରେ ମୁଦିରସ୍ତ ପ୍ରସାଦ ଲାଗି କରାଇଥିଲେ। ପାଳିଆ ମହାସୁଆର ଦେଇଥିବା ଦୁଧ, ଲହୁଣି ଓ ଗଣ୍ଡୁଷ ମସଲା ପୂଜାପଣ୍ଡା ସମର୍ପଣ କରି ମଣୋହୀ କରିଥିଲେ। ଦେବକୀ, ବସୁଦେବଙ୍କ ସହିତ ମହାଜନ ସେବକ ଭଣ୍ଡାରଘରୁ ଆସିଥିବା ରୁପାଥାଳିରେ କୃଷ୍ଣ (ମଦନମୋହନ)ଙ୍କୁ ବିଜେ କରାଇଥିଲେ। ଏହାପରେ ଜଗମୋହନ ଦେଇ ସରସ୍ବତୀ ମନ୍ଦିର ସମ୍ମୁଖ ଯମୁନା ନଈ କୂଳକୁ ବିଜେ କରାଇଥିଲେ। ଏହି ସମୟରେ ଠାକୁରଙ୍କ ଶିର ଉପରେ ସପ୍ତଫେଣୀ ବାସୁକୀ ରହିଥିଲେ। ଯମୁନା ନଦୀ କୂଳରେ ଉଗ୍ରସେନ ଭେଟ ନୀତି ହୋଇଥିଲା। ଉଗ୍ରସେନ ଶ୍ରୀକୃଷ୍ଣଙ୍କୁ ଦଣ୍ଡ ପ୍ରଣାମ କରି ଗୋପପୁରକୁ ଯିବା ଲାଗି ବସୁଦେବଙ୍କୁ ବାଟ ଛାଡ଼ିିଥିଲେ। ଠାକୁର ଘଣ୍ଟ, ଛତା, କାହାଳି ସହିତ ଯାଇ ନାଭିକଟା ମଣ୍ଡପଠାରେ ଥିବା ଖଟଶେଯ ଉପରେ ବିଜେ କରିଥିଲେ। ମହାଜନ ସେବକ ଦକ୍ଷିଣୀ ଘରୁ ରାମକୃଷ୍ଣଙ୍କୁ ଆଣି ଖଟଶେଯରେ ବିଜେ କରାଇଥିଲେ। ସେଠାରେ ଜନ୍ମ ନୀତି, ନାଭିକଟାଠାରୁ ଉପନୟନ ସଂସ୍କାର ପର୍ଯ୍ୟନ୍ତ କର୍ମମାନ ହୋଇଥିଲା। ମହାଜନ ସେବକ ତିନିଠାକୁରଙ୍କୁ ଜଗମୋହନରେ ବନ୍ଧାଯାଇଥିବା ଦୋଳିରେ ବିଜେ କରାଇଥିଲେ। ଶୀତଳ ଭୋଗ ଓ ବନ୍ଦାପନା ହୋଇଥିଲା। ରାମକୃଷ୍ଣ ଭିତର ସିଂହାସନ ଏବଂ ମଦନମୋହନ ଦକ୍ଷିଣୀ ଘରକୁ ବିଜେ କରିବା ପରେ ବଡ଼ସିଂହାର ଭୋଗ ବଢି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହୁଡ଼ ନୀତି ସମ୍ପନ୍ନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri