ଆଜିଠୁ ଖଣ୍ଡଗିରି କୁମ୍ଭମେଳା: ଆତ୍ମଘୋସିତ ସାଧୁଙ୍କ ସ୍ଥାନ ନାହିଁ

ଭୁବନେଶ୍ୱର,୨୫।୧(ସୌମ୍ୟରଞ୍ଜନ ରାଉତ): ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ରବିବାରଠାରୁ ଆରମ୍ଭ ହେବ। ଏନେଇ ଖଣ୍ଡଗିରିର ପାଦଦେଶରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମ୍ପ୍ରଦାୟର ସାଧୁସନ୍ଥ ଆସ୍ଥାନ ଜମାଇଲେଣି। ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘରର ବନ୍ଦୋବସ୍ତ ସରିଛି। ସେହିପରି ରବିବାର ପ୍ରାତଃରୁ ଯଜ୍ଞ ଓ ହୋମରେ ପ୍ରକମ୍ପିତ ହେବ ଖଣ୍ଡଗିରିର ପାଦଦେଶ। ଏହି ଅବସରରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅଧ୍ୟକ୍ଷ ବାବା ପଞ୍ଚଦେବଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ଜାଗମରା ପୁଷ୍କରିଣୀରୁ ପୂର୍ଣ୍ଣକୁମ୍ଭ ସଂକୀର୍ତ୍ତନ କରାଯାଇ କଳସ ସ୍ଥାପନ ହେବ। ୮ଦିନ ବ୍ୟାପୀ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ ଚତୁ୍‌ର୍ବେଦ ପାରାୟଣ ତଥା ଯଦୁର୍ବେଦ ଅନୁଯାୟୀ ଯଜ୍ଞ କରାଯିବ। ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ ପରିବ୍ରାଜକ ଓଡ଼ିଶା, ଗୁରୁକୁଳ ବେଦବ୍ୟାସ ରାଉରକେଲା, ଆମସେନା ଗୁରୁକୁଳ ନୂଆପଡ଼ୀରୁ ବେଦ ପାଠୀ ବ୍ରହ୍ମଚାରୀମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଆହୁତି ହେବା ସହିତ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ, ତପୋବନ ଖଣ୍ଡଗିରି ବ୍ରହ୍ମଚାରିଣୀଙ୍କ ଦ୍ବାରା ଭଜନ କୀର୍ତ୍ତନ କରାଯିବ। ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ଜଣାଣ କାର୍ଯ୍ୟକ୍ରମ ରହିବ। ତେବେ କୁମ୍ଭମେଳାରେ ଆତ୍ମଘୋଷିତ ସାଧୁସନ୍ଥଙ୍କ କୁମ୍ଭମେଳାର ସଂଯୋଜକ ବ୍ରହ୍ମଚାରୀ ବିଶେଷ ଚୈତନ କହିଛନ୍ତି, ଖଣ୍ଡଗିରି ମହାମେଳାରେ କୌଣସି ଆତ୍ମଘୋଷିତ ମହାମଣ୍ଡଳେଶ୍ୱର ମହାରାଜ ଛଦ୍ମବେଶୀଙ୍କୁ ସ୍ଥାନ ଦିଆଯିବ ନାହିଁ। ଦରକାର ପଡ଼ିଲେ ସେମାନଙ୍କର ମଠ କେଉଁଠାରେ ଏବଂ ପ୍ରକୃତ ନାଁ କ’ଣ ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅପସଂସ୍କୃତି, କୁସଂସ୍କାର, ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁମ୍ଭମେଳାର ସାଧୁସନ୍ଥମାନେ ସ୍ଥିର କରିଛନ୍ତି।

ଖଣ୍ଡଗିରି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ଯାତ୍ରା ସହାସମର ଆସନ୍ତା ୨୭ତାରିଖରୁ ୭ ପେଣ୍ଡାଲରେ ଆରମ୍ଭ ହେବ। ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଭିନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁରୁଣା ପାର୍ଟି ସହ ୪ଟି ନୂଆ ପାର୍ଟି ସାମିଲ ହେବେ। ହରେକୃଷ୍ଣ ମହତାବ ପେଣ୍ଡାଲରେ ‘ଅଶୋକ ସମ୍ରାଟ’ ‘ଅଧା ରହିଲା ଆମ କାହାଣୀ’ ନାଟକ ପରିବେଷଣ କରିବାକୁ ଥିବା ବେଳେ ତୁଳସୀ ଗଣନାଟ୍ୟ ‘ଏଇ ବୋଧେ ଶେଷ ଦେଖା’ ନାଟକ ପରିବେଷଣ କରିବ। ସନାତନ ସେବା ସମିତି ପେଣ୍ଡାଲରେ ‘କୋଣାର୍କ ଗଣନାଟ୍ୟ’ ଓ ‘ସୂର୍ଯ୍ୟମନ୍ଦିର’ ଯାତ୍ରା ପରିବେଷଣ କରିବେ। ଇନ୍ଦିରା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ସିଂହ ବାହିନୀ’, ‘ଶିବାନୀ’, ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପେଣ୍ଡାଲରେ ‘ସ୍ବର୍ଣ୍ଣ ମହଲ’,‘ରଙ୍ଗମହଲ’, ବାରଭୁଜା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ବିଶ୍ବ ଦରବାର’, ‘ଶ୍ରୀମନ୍ଦିର ଅନନ୍ତ କେଶରୀ ଯାତ୍ରା ପେଣ୍ଡାଲରେ ‘ନାଟ୍ୟମଣ୍ଡପ’, ‘ରାଜ ଦରବାର’ ଓ କଳିଙ୍ଗ ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ଇନ୍ଦ୍ରଭୁବନ’, ‘କଳିଙ୍ଗ ଗଣନାଟ୍ୟ’ ନାଟକ ପରିବେଷଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ, ସ୍କୁଲରେ ମିଳିବ ଶାରୀରିକ….

ଭୁବନେଶ୍ବର,୧୩।୩: ସୁରୁଖୁରୁରେ ଚାଲିଛି ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଚାଲିଥିବା ବେଳେ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପ୍ରସଙ୍ଗରେ ଆଲୋଚନା…

ବିପଦରେ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ, କଟକଣା ସତ୍ତ୍ୱେ ପଶି ଆସୁଛନ୍ତି…

କେନ୍ଦ୍ରାପଡ଼ା,୧୩ା୩ (ଜଗନ୍ନାଥ ଧଳ): ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ସ୍ଥଳ ଗହୀରମଥା ଏବେ ପ୍ରକୃତିର କ୍ରୋଧ ସହ କୃତ୍ରିମ ବିପଦ ସହିତ ଲଢ଼ୁଛି। ବିଶ୍ୱପ୍ରସିଦ୍ଧ ଏହି ଏନ୍ତୁଡ଼ିଶାଳରେ…

ନିର୍ମାଣ କାର୍ଯ୍ୟର ତଦାରଖ କଲେ ଜିଲାପାଳ, ଆଗାମୀ ପରିକଳ୍ପନା ବିଷୟରେ ସମସ୍ତଙ୍କୁ ଅବଗତ କରାଇ…

ବଞ୍ଚୋ,୧୩ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦ୍ରୀୟ ବିଦ୍ୟାଳୟ ଆନନ୍ଦପୁରର ନୂତନ ବିଦ୍ୟାଳୟ ଭବନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅବଲୋକନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ସାଇଟ ଭିଜିଟ…

ରେଳଧାରଣାରେ ପଡ଼ିଛି ଯୁବକଙ୍କ ମୁଣ୍ଡଗଣ୍ଡି ଅଲଗା ମୃତଦେହ

ନନ୍ଦପୁର/ପାଡୁଆ,୧୩ା୩(ତୁଷାରକାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କୋତାବାଲସା-କିରାଣ୍ଡୁଳ କେ.କେ ରେଳପଥର ପାଡୁଆ ଷ୍ଟେଶନର ଅନତି ଦୂରରେ ଜଣେ ଯୁବକଙ୍କ ମୃତ ଶରୀର…

ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…

ନନ୍ଦପୁର,୧୩ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଗତ ତା-୨୭.୨.୨୬ରେ ନନ୍ଦପୁର ବ୍ଲକ ପରିଦର୍ଶନରେ ଆସି ବାସୁକୀ ନଦୀପାର ହୋଇ ରାଇସିଂ ପଞ୍ଚାୟତର ଦେବଷଣ୍ଢଗୁଡ଼ା ଗ୍ରାମବାସୀଙ୍କୁ…

ଗ୍ୟାସ୍‌ ଯୋଗାଣରେ ସଙ୍କଟ: ଜଙ୍ଗଲରୁ କାଠ ସଂଗ୍ରହ ନ କଲେ ଜନଜାତିଙ୍କ ଚୁଲି ଜଳେ ନାହିଁ

ମହାକାଳପଡ଼ା, ୧୩ା୩ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଇରାନ୍‌ ସହିତ ଆମେରିକା ଓ ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରାକୃତିକ ତୈଳ ଓ ଗ୍ୟାସ୍‌ ଆମଦାନୀରେ ସଙ୍କଟ ପ୍ରତିଫଳିତ ହେଉଛି।…

ପାରିବାରିକ କଳହର କରୁଣ ପରିଣତି, ବୃଦ୍ଧଙ୍କୁ ହତ୍ୟା

ଅତାବିରା,୧୩।୩(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲାରେ ଦିନକୁ ଦିନ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ଶୁକ୍ରବାର ସକାଳୁ ସକାଳୁ ଅତାବିରା ଥାନା ଅନ୍ତର୍ଗତ…

କେନ୍ଦୁଝରରେ ଯୁଦ୍ଧର ପ୍ରଭାବ: ଗ୍ୟାସ୍‌ ପାଇଁ ରାସ୍ତାରୋକୋ କଲେ ଲୋକେ

କେନ୍ଦୁଝର,୧୩।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଗ୍ୟାସ୍‌ର ଅଭାବକୁ ନେଇ ଶୁକ୍ରବାର କେନ୍ଦୁଝର ସହର ଧାଙ୍ଗଡ ପଡ଼ାରେ ଲୋକେ ରାସ୍ତାରୋକୋ କରିଛନ୍ତି। ବୁକିଙ୍ଗ୍‌ କରି…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri