ଆଜିଠୁ ଖଣ୍ଡଗିରି କୁମ୍ଭମେଳା: ଆତ୍ମଘୋସିତ ସାଧୁଙ୍କ ସ୍ଥାନ ନାହିଁ

ଭୁବନେଶ୍ୱର,୨୫।୧(ସୌମ୍ୟରଞ୍ଜନ ରାଉତ): ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା ରବିବାରଠାରୁ ଆରମ୍ଭ ହେବ। ଏନେଇ ଖଣ୍ଡଗିରିର ପାଦଦେଶରେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ସମ୍ପ୍ରଦାୟର ସାଧୁସନ୍ଥ ଆସ୍ଥାନ ଜମାଇଲେଣି। ଯଜ୍ଞକୁଣ୍ଡ ସହ ସାଧୁସନ୍ଥଙ୍କ ରହିବା ପାଇଁ ଅସ୍ଥାୟୀ ଘରର ବନ୍ଦୋବସ୍ତ ସରିଛି। ସେହିପରି ରବିବାର ପ୍ରାତଃରୁ ଯଜ୍ଞ ଓ ହୋମରେ ପ୍ରକମ୍ପିତ ହେବ ଖଣ୍ଡଗିରିର ପାଦଦେଶ। ଏହି ଅବସରରେ ବିଶ୍ୱ ସନାତନ ବୈଦିକ ଧର୍ମ ପରିଷଦ ଅଧ୍ୟକ୍ଷ ବାବା ପଞ୍ଚଦେବଙ୍କ ଆବାହକତ୍ୱରେ ପୂର୍ବାହ୍ନରେ ଜାଗମରା ପୁଷ୍କରିଣୀରୁ ପୂର୍ଣ୍ଣକୁମ୍ଭ ସଂକୀର୍ତ୍ତନ କରାଯାଇ କଳସ ସ୍ଥାପନ ହେବ। ୮ଦିନ ବ୍ୟାପୀ ସନାତନ ବୈଦିକ ଧର୍ମ ସଂସ୍କୃତି ଅନୁଯାୟୀ ଚତୁ୍‌ର୍ବେଦ ପାରାୟଣ ତଥା ଯଦୁର୍ବେଦ ଅନୁଯାୟୀ ଯଜ୍ଞ କରାଯିବ। ସ୍ବାମୀ ଆତ୍ମାନନ୍ଦ ସରସ୍ବତୀ ପରିବ୍ରାଜକ ଓଡ଼ିଶା, ଗୁରୁକୁଳ ବେଦବ୍ୟାସ ରାଉରକେଲା, ଆମସେନା ଗୁରୁକୁଳ ନୂଆପଡ଼ୀରୁ ବେଦ ପାଠୀ ବ୍ରହ୍ମଚାରୀମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଆହୁତି ହେବା ସହିତ ବ୍ରହ୍ମାନନ୍ଦ ଗୌରବ ଗୁରୁକୁଳ, ତପୋବନ ଖଣ୍ଡଗିରି ବ୍ରହ୍ମଚାରିଣୀଙ୍କ ଦ୍ବାରା ଭଜନ କୀର୍ତ୍ତନ କରାଯିବ। ଏଥିସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଭଜନ ଜଣାଣ କାର୍ଯ୍ୟକ୍ରମ ରହିବ। ତେବେ କୁମ୍ଭମେଳାରେ ଆତ୍ମଘୋଷିତ ସାଧୁସନ୍ଥଙ୍କ କୁମ୍ଭମେଳାର ସଂଯୋଜକ ବ୍ରହ୍ମଚାରୀ ବିଶେଷ ଚୈତନ କହିଛନ୍ତି, ଖଣ୍ଡଗିରି ମହାମେଳାରେ କୌଣସି ଆତ୍ମଘୋଷିତ ମହାମଣ୍ଡଳେଶ୍ୱର ମହାରାଜ ଛଦ୍ମବେଶୀଙ୍କୁ ସ୍ଥାନ ଦିଆଯିବ ନାହିଁ। ଦରକାର ପଡ଼ିଲେ ସେମାନଙ୍କର ମଠ କେଉଁଠାରେ ଏବଂ ପ୍ରକୃତ ନାଁ କ’ଣ ଜଣାପଡ଼ିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। ଅପସଂସ୍କୃତି, କୁସଂସ୍କାର, ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁମ୍ଭମେଳାର ସାଧୁସନ୍ଥମାନେ ସ୍ଥିର କରିଛନ୍ତି।

ଖଣ୍ଡଗିରି ମେଳାରେ ଅନ୍ୟତମ ଆକର୍ଷଣ ସାଜିଥିବା ଯାତ୍ରା ସହାସମର ଆସନ୍ତା ୨୭ତାରିଖରୁ ୭ ପେଣ୍ଡାଲରେ ଆରମ୍ଭ ହେବ। ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ବିଭିନ୍ନ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ପୁରୁଣା ପାର୍ଟି ସହ ୪ଟି ନୂଆ ପାର୍ଟି ସାମିଲ ହେବେ। ହରେକୃଷ୍ଣ ମହତାବ ପେଣ୍ଡାଲରେ ‘ଅଶୋକ ସମ୍ରାଟ’ ‘ଅଧା ରହିଲା ଆମ କାହାଣୀ’ ନାଟକ ପରିବେଷଣ କରିବାକୁ ଥିବା ବେଳେ ତୁଳସୀ ଗଣନାଟ୍ୟ ‘ଏଇ ବୋଧେ ଶେଷ ଦେଖା’ ନାଟକ ପରିବେଷଣ କରିବ। ସନାତନ ସେବା ସମିତି ପେଣ୍ଡାଲରେ ‘କୋଣାର୍କ ଗଣନାଟ୍ୟ’ ଓ ‘ସୂର୍ଯ୍ୟମନ୍ଦିର’ ଯାତ୍ରା ପରିବେଷଣ କରିବେ। ଇନ୍ଦିରା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ସିଂହ ବାହିନୀ’, ‘ଶିବାନୀ’, ମା’ ମଙ୍ଗଳା ସାଂସ୍କୃତିକ ଯୁବ ପରିଷଦ ପେଣ୍ଡାଲରେ ‘ସ୍ବର୍ଣ୍ଣ ମହଲ’,‘ରଙ୍ଗମହଲ’, ବାରଭୁଜା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ବିଶ୍ବ ଦରବାର’, ‘ଶ୍ରୀମନ୍ଦିର ଅନନ୍ତ କେଶରୀ ଯାତ୍ରା ପେଣ୍ଡାଲରେ ‘ନାଟ୍ୟମଣ୍ଡପ’, ‘ରାଜ ଦରବାର’ ଓ କଳିଙ୍ଗ ସାଂସ୍କୃତିକ ପରିଷଦ ପେଣ୍ଡାଲରେ ‘ଇନ୍ଦ୍ରଭୁବନ’, ‘କଳିଙ୍ଗ ଗଣନାଟ୍ୟ’ ନାଟକ ପରିବେଷଣ କରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ପୂର୍ବତନ ସରପଞ୍ଚ ଶାଗୁ ମାଝୀ, କ୍ଷତିପୂରଣ ପାଇଁ ଦାବି

ଥୁଆମୂଳ ରାମପୁର, ୨୫ା୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଧୂଳିଗୁଡ଼ା ଛକ ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ପୂର୍ବତନ…

୨୭ରୁ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ନାମେଣ୍ଟ, ବଲାଙ୍ଗୀର ବିଧାୟକ…

ବଲାଙ୍ଗୀର, ୨୫।୧ : ଆସନ୍ତା ୨୭ ଜାନୁଆରୀ ଠାରୁ ୧ ଫେବୃୟାରୀ ପର୍ଯ୍ୟନ୍ତ ମହାରାଜା ରାଜେନ୍ଦ୍ର ସିଂଦେଓ ମେମୋରିଆଲ ସର୍ବଭାରତୀୟ ଫୁଟବଲ ଟୁର୍ଣାମେଣ୍ଟ ବଲାଙ୍ଗୀର ଗାନ୍ଧୀ ଷ୍ଟାଡ଼ିୟମ୍‌…

ଗୋପାଳପୁର ମହୋତ୍ସବ ପାଇଁ ମା’ ତାରାତାରିଣୀଙ୍କୁ ନିମନ୍ତ୍ରଣ, ପ୍ରଥମଥର ପାଇଁ…

ପୁରୁଷୋତ୍ତମପୁର,୨୫/୧(ସବିତା ମିଶ୍ର): ଗୋପାଳପୁର ମହୋତ୍ସବକୁ ଆଉ ମାତ୍ର ଦୁଇ ଦିନ ବାକି ରହିଛି । ଗଞ୍ଜାମ ଜିଲାର ଗୋପାଳପୁର ଠାରେ ହେବାକୁଥିବା ବେଳାଭୂମି ମହୋତ୍ସବ ଲାଗି ପ୍ରଶାସନ…

୭୫ ବର୍ଷୀୟ ବୃଦ୍ଧଙ୍କ ଅଦମ୍ୟ ସାହସ: ଜାଣନ୍ତୁ ପ୍ରେମ ଓ ସଂଘର୍ଷର ହୃଦୟସ୍ପର୍ଶୀ କାହାଣୀ, ବାଟରେ ଘଟିଲା ଏମିତି

ଭୁବନେଶ୍ବର, ୨୫ା୧: ପ୍ରେମ ଓ ସଂଘର୍ଷର ଏକ ହୃଦୟସ୍ପର୍ଶୀ ଚିତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି। ବିହାରର “ମାଉଣ୍ଟେନ୍ ମ୍ୟାନ୍” ଦଶରଥ ମାଝୀଙ୍କ ପରି ଜଣେ ୭୫ ବର୍ଷୀୟ…

ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ମୃତ, ରଙ୍ଗ ରୁଟରେ ଆସି…

ବୈଶିଙ୍ଗା,୨୫|୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ୧୮ ନଂ ଜାତୀୟ ରାଜପଥର ଗଡଦେଉଳିଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରବିବାର ଦିନ ୨ଟା୩୦…

ବିଜେଡିକୁ କଡ଼ା କାଉଣ୍ଟର କଲେ ଜୟନାରାୟଣ ମିଶ୍ର, ‘ବଞ୍ଚିଥାନ୍ତୁ..ସାଲାଇନ ଦରକାର ହେଲେ ଦେବୁ’

ଭୁବନେଶ୍ବର, ୨୫ା୧: ଗତ କିଛିଦିନ ହେବ ବିଜେଡିରୁ ଅନେକ ନେତା ନିଲମ୍ବନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଏହାକୁ ନେଇ ଆଜି ବିଜେଡିକୁ କଡ଼ା ଟାର୍ଗେଟ…

ଖଣ୍ଡଗିରି ଯାତ୍ରା ପାଇଁ ୧୪ ନିୟମ ଜାରି କଲା ପୋଲିସ, ନଗ୍ନ ନୃତ୍ୟ ପରିବେଷଣ କଲେ….

ଭୁବନେଶ୍ବର, ୨୫ା୧: ଖଣ୍ଡଗିରି ଯାତ୍ରା ଆଜିଠାରୁ ଆରମ୍ଭ ହୋଇଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ କମିଟିମାନଙ୍କୁ…

ଭାଙ୍ଗିଲା ବ୍ରିିଜ୍‌, ଲଟକି ରହିଲା ମାଟି ବୋଝେଇ ହାଇଓ୍ବା

ବାଣପୁର,୨୫ା୧(ଦିଲ୍ଲୀପ କୁମାର ସ୍ବାଇଁ): ଭାଙ୍ଗିଲା ବ୍ରିଜ୍‌, ଫସିଲା ମାଟି ବୋଝେଇ ହାଇଓ୍ବା। ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗମ୍ଭାରୀମୁଣ୍ଡା ରାସ୍ତାରେ ଥିବା ନଛିପୁର ବ୍ରିଜ୍‌ ଭାଙ୍ଗିଲା। ମାଟି…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri