ଆଜି ଏସ୍‌ଆଇଟିର ପ୍ରଥମ ବୈଠକ

ଭୁବନେଶ୍ୱର(ବ୍ୟୁରୋ)/ ଆଠଗଡ଼(ସ୍ବ.ପ୍ର.),୨୧ା୬:ଆଠଗଡ଼ ବନଖଣ୍ଡରେ ମାଟିତଳୁ ହାତୀ କଙ୍କାଳ ଜବତ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗତ ୧୬ ତାରିଖରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରିଥିଲେ। ତେବେ ଏସ୍‌ଆଇଟିର ପ୍ରଥମ ବୈଠକ ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କ କାର୍ଯ୍ୟାଳୟ ଅରଣ୍ୟ ଭବନଠାରେ ଅନୁଷ୍ଠିତ ହେବ। ସିସିଏଫ୍‌ ମନୋଜ ନାୟାରଙ୍କ ତତ୍ତ୍ୱାବଧାନରେ ଗଠିତ ଏସ୍‌ଆଇଟିରେ ଦୁଇଜଣ ବନ ଅଧିକାରୀ ଏବଂ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ଜଣେ ଡିଏସ୍‌ପି ର଼୍ୟାଙ୍କର ଅଧିକାରୀ ସାମିଲ ଅଛନ୍ତି। ମାସକ ଭିତରେ ଏସ୍‌ଆଇଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିବାରୁ ବୈଠକରେ ତଦନ୍ତର ବିଭିନ୍ନ ଦିଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ। କ୍ରାଇମ୍‌ବ୍ରାଞ୍ଚ ଏହି ଘଟଣାର ପର୍ଦ୍ଦାଫାଶ କରିଥିବାରୁ ତଦନ୍ତ ଦାୟିତ୍ୱରେ ଥିବା ଏସ୍‌ଟିଏଫ୍‌ ଡିଏସ୍‌ପି ଦିଲ୍ଲୀପ କୁମାର ସାହୁଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିବ। ପ୍ରଥମେ ୨ଟି ଦନ୍ତାହାତୀ କଙ୍କାଳ ମିଳିବା ଘଟଣାର ଖୋଳତାଡ଼ ଚାଲିଥିବାବେଳେ ୧୪ ତାରିଖ ରାତିରେ ଆଉଏକ ଦନ୍ତାହାତୀର କଙ୍କାଳ ମିଳିଥିଲା। ଏସ୍‌ଆଇଟି ଏହି ତୃତୀୟ ଘଟଣାକୁ ତଦନ୍ତ ପରିସରଭୁକ୍ତ କରିବା ନେଇ ବୈଠକରେ ନିଷ୍ପତ୍ତି ହୋଇପାରେ। ସେହିଭଳି ହାତୀ ମୃତ୍ୟୁ ଘଟଣାକୁ ନେଇ ଆଠଗଡ଼ ବନ ଖଣ୍ଡ ସହ ରାଜ୍ୟ ବନ ବିଭାଗ ବିବାଦ ମୁଣ୍ଡାଇଛି। ବହୁ ବିଳମ୍ବରେ ପଦକ୍ଷେପ ଆରମ୍ଭ ହୋଇଥିଲେ ମଧ୍ୟ ବଡ଼ ଅଫିସରଙ୍କୁ ଖସାଇବାକୁ ଷଡ଼ଯନ୍ତ୍ର ଚାଲିଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ତେଣୁ ବୈଠକରେ ଏପରି ବଡ଼ ପଦକ୍ଷେପ ନେଇ କିଛି ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ ୩ ହାତୀ କଙ୍କାଳ ଉଦ୍ଧାର ଘଟଣାରେ ୬ଜଣଙ୍କୁ ନିଲମ୍ବନ କରାଯାଇଥିବାବେଳେ ୭ଜଣଙ୍କୁ ଗିରଫ କରାଯାଇଛି। ଫରେଷ୍ଟ ଗାର୍ଡ ପ୍ରଭାତ ପ୍ରଧାନଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ସୋମବାର ସୂଚନା ଦିଆଯାଇଛି। ଏଥିସହ ବନ ବିଭାଗ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ମିଳିଥିବା ସମସ୍ତ ହାତୀ କଙ୍କାଳର ନମୁନା ପରୀକ୍ଷା ପାଇଁ ଓୟୁଏଟିକୁ ଅଣାଯାଇଛି। ନମୁନାରେ ହାଡ଼, ମାଂସ, ବୋନ୍‌ ମ୍ୟାରୋ ରହିଛି। ନମୂନା ପରୀକ୍ଷାରେ ମୁଖ୍ୟତଃ ତିନୋଟି ଦିଗକୁ ଗୁରତ୍ୱ ଦିଆଯିବ। ରୋଗ କିଛି ହୋଇଥିଲା କି ନାହିଁ, ବିଷକ୍ରିୟା ହୋଇଥିଲା କି ନାହିଁ ଏବଂ କେବେ ହାତୀର ମୃତ୍ୟୁ ଘଟିଥିଲା। ସମସ୍ତ ପରୀକ୍ଷା ପରେ ଏବସୁ ଜଣାପଡ଼ିବ ବୋଲି ଓୟୁଏଟି ଅଧୀନରେ ଥିବା ସେଣ୍ଟର ଫର ଓ୍ବାଇଲ୍ଡଲାଇଫ୍‌ ହେଲ୍‌ଥ ଇନ୍‌ଚାର୍ଜ ଡା. ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି।
ସେପଟେ ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ ୩ଜଣ ଶିକାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରାମଚନ୍ଦ୍ର ଗ୍ରାମର ସୂର୍ଯ୍ୟମଣି ନାୟକ(୪୨), ନୂଆଭୁଇଁ ଗ୍ରାମର ଗଙ୍ଗାଧର ନାୟକ(୬୨) ଓ ଅନନ୍ତ ପ୍ରସାଦ ଗ୍ରାମର ଦିବାକର ସାହୁ। ବନ ବିଭାଗ ଏମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଛି। ଅଭିଯୁକ୍ତଙ୍କଠାରୁ ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ଏକ ହାତ ତିଆରି ବନ୍ଧୁକ ଜବତ କରାଯାଇଛି। ଏହି ଘଟଣାରେ ଏକାଧିକ ଅଭିଯୁକ୍ତ ଏବେବି ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ବିଭାଗ ତରଫରୁ ପୋଲିସର ସହାୟତା ନିଆଯାଇଛି ବୋଲି ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ମାସକ ଭିତରେ ୩ ହାତୀ କଙ୍କାଳ ଉଦ୍ଧାର ହେବା ଓ ଗୋଟିଏ ଗୁଳିବଦ୍ଧ ହାତୀ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିବା ପରେ ଆଠଗଡ଼ ବନଖଣ୍ଡର ଅଧିକାରୀ ଓ କର୍ମଚାରୀଙ୍କ କାର୍ଯ୍ୟଧାରା ସନ୍ଦେହ ଘେରକୁ ଆସିଥିଲା। କେନ୍ଦ୍ର ସରକାର ଏହା ଜାଣିବା ପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ତୁରନ୍ତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବେଶ, ଜଙ୍ଗଲ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପିସିସିଏଫ୍‌(ବନ୍ୟପ୍ରାଣୀ)ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri