ଆଜି ମା’ରାମଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ସୋମବାର ଝାମୁ ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ମା’ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ‘ଦରିଆ ରାଣୀ’ ପୁସ୍ତକ ଉନ୍ମୋଚନ ହେବ। ଝାମୁଯାତ୍ରା ଉତ୍ସବ ଏକ ସପ୍ତାହ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ମା’ଙ୍କ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ଜମ୍ବୁଦୀପ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତ ସରିଛି ।
ସୋମବାର ପ୍ରାତଃ ୪ରୁ ନୀତି ନିର୍ଘଣ୍ଟ ଅନୁସାରେ ପହଡ଼ ଖୋଲାଯିବା ପରେ ଗଙ୍ଗା ଜଳ, ପଇଡ଼ ପାଣି, ଆଗୁର, କ୍ଷୀର, ହଳଦୀ ଓ ଚନ୍ଦନ ଜଳ ମିଶ୍ରିତ ପାଣିରେ ମା’ଙ୍କୁ ମାଜଣା କରାଯାଇ ମହାସ୍ନାନ କରାଯିବ । ଏହାପରେ ମଙ୍ଗଳ ଆଳତୀ କରାଯାଏ। ମା’ଙ୍କୁ ପାଟବସ୍ତ୍ର, ଫୁଲ ଓ ଗଜରାରେ ସଜା ଯିବ। ଏଥିସହିତ ମା’ସୁନା,ରୁପାରେ ନିର୍ମିତ ବିଭିନ୍ନ ଅଳଙ୍କାର ପରିଧାନ କରିବେ। ମା’ଙ୍କ ନିକଟରେ ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ ଫଳ ଫୁଲୁରି ପଣା ପ୍ରସ୍ତୁତ କରାଯାଇଥାଏ। ପଣାରେ ବେଲ, ନଡ଼ିଆ, କଦଳୀ, କ୍ଷୀର, ଦହି, ଛେନା, ଯଅ ଛତୁଆ, ସର, ଲବଣୀ, ଗୁଜୁରାତି, ଅଳେଇଚ, ଗୁଡ଼ ମିଶ୍ରିତରେ ପଣା ଭୋଗ ଅର୍ପଣ କରାଯାଏ। ମଧ୍ୟାହ୍ନରେ ମା’ଙ୍କୁ ଖିରି, ଖେଚୁଡ଼ି, ଅନ୍ନ, ବେସର ମହୁର ଆଦି ଅର୍ପଣ କରାଯାଏ। ଅପରାହ୍ନ ସାଢେ ଗୋଟାଏରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ସ୍ଥାପନ କରାଯାଇ ମନ୍ଦିର ସମ୍ମୁଖ ରଖାଯାଇଥାଏ। ବିମାନ ହୁରିଆ ସେବକ, ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ଘଣ୍ଟା, ଢୋଲ, ମହୁରୀ, ଶଙ୍ଖ, ବିଭିନ୍ନ ବାଦ୍ୟ ବଜାଯାଇ ମା’ଙ୍କ ବିମାନକୁ ମନ୍ଦିର ଚାରି ପାଖରେ ୭ଥର ପରିକ୍ରମା କରିବା ପରେ ମନ୍ଦିର ସାମ୍ନାରେ ବିମାନକୁ ରଖାଯାଏ। ଏହାପରେ ମା’ଙ୍କ ବିମାନ ସମ୍ମୁଖରେ ରାଉଳ ସଂପ୍ରଦାୟର ଘଣ୍ଟୁଆପାଟମାନେ ମୁଣ୍ଡରେ ଘଟ ରଖି ରଡ ନିଆଁ ଗର୍ତ୍ତରେ ୭ ଥର ପ୍ରବେଶ କରିଥାନ୍ତି ବୋଲି ମନ୍ଦିର ମୁଖ୍ୟ ପୂଜକ ପ୍ରମୋଦ କୁମାର ସାମନ୍ତରାୟ କହିଛନ୍ତି। ସାରେ ଆଳତୀ ଓ ରାତି ୧୦ଟା ପରେ ମା’ଙ୍କୁ ଅନ୍ନ ଭୋଗ ଅର୍ପଣ ପରେ ପହୁଡ଼ ପଡେ।
ଝାମୁଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମନ୍ଦିର ସୋଲ ଟ୍ରଷ୍ଟି ତହସିଲଦାର ଶିବ ମଲିକ, ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରା, ଫାରସ ନାୟକ, ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସହିତ ମା’ଙ୍କ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମେନ୍ଦ୍ର କୁମାର ବିଶ୍ବାଳଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ସମାରୋହ: କଳସ ଶୋଭାଯାତ୍ରା, ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ

ଦିଗପହଣ୍ଡି,୨୨ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ତିନି ଦିନିଆ ରଜତ ଜୟନ୍ତୀ...

କେସିଙ୍ଗାରେ ‘ସୁଭଦ୍ରା ଶକ୍ତି କାଫେ’ ଉଦଘାଟିତ

କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟରେ ନବନିର୍ମିତ ‘ସୁଭଦ୍ରା ଶକ୍ତି କାଫେ’ ସୋମବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି।...

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri