ଆଜି ମା’ରାମଚଣ୍ଡୀଙ୍କ ପ୍ରସିଦ୍ଧ ଝାମୁଯାତ୍ରା: ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ପ୍ରସିଦ୍ଧ ଶକ୍ତିପୀଠ ମା’ଦରିଆ ରାମଚଣ୍ଡୀ ମନ୍ଦିରରେ ମହାବିଷୁବ ସଂକ୍ରାନ୍ତି ଅବସରରେ ସୋମବାର ଝାମୁ ଯାତ୍ରା ଅନୁଷ୍ଠିତ ହେବ। ଏହି ଅବସରରେ ମା’ ସୁନାବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ । ମା’ରାମଚଣ୍ଡୀ ଆଞ୍ଚଳିକ ସେନା ପକ୍ଷରୁ ‘ଦରିଆ ରାଣୀ’ ପୁସ୍ତକ ଉନ୍ମୋଚନ ହେବ। ଝାମୁଯାତ୍ରା ଉତ୍ସବ ଏକ ସପ୍ତାହ ପର୍ଯ୍ୟନ୍ତ ମହାସମାରୋହରେ ପାଳନ କରାଯିବ। ଏହି ଅବସରରେ ମା’ଙ୍କ ପୀଠରେ ଜିଲା ପ୍ରଶାସନ ପକ୍ଷରୁ ଜମ୍ବୁଦୀପ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା-୨୦୨୫ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତ ସରିଛି ।
ସୋମବାର ପ୍ରାତଃ ୪ରୁ ନୀତି ନିର୍ଘଣ୍ଟ ଅନୁସାରେ ପହଡ଼ ଖୋଲାଯିବା ପରେ ଗଙ୍ଗା ଜଳ, ପଇଡ଼ ପାଣି, ଆଗୁର, କ୍ଷୀର, ହଳଦୀ ଓ ଚନ୍ଦନ ଜଳ ମିଶ୍ରିତ ପାଣିରେ ମା’ଙ୍କୁ ମାଜଣା କରାଯାଇ ମହାସ୍ନାନ କରାଯିବ । ଏହାପରେ ମଙ୍ଗଳ ଆଳତୀ କରାଯାଏ। ମା’ଙ୍କୁ ପାଟବସ୍ତ୍ର, ଫୁଲ ଓ ଗଜରାରେ ସଜା ଯିବ। ଏଥିସହିତ ମା’ସୁନା,ରୁପାରେ ନିର୍ମିତ ବିଭିନ୍ନ ଅଳଙ୍କାର ପରିଧାନ କରିବେ। ମା’ଙ୍କ ନିକଟରେ ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ ଫଳ ଫୁଲୁରି ପଣା ପ୍ରସ୍ତୁତ କରାଯାଇଥାଏ। ପଣାରେ ବେଲ, ନଡ଼ିଆ, କଦଳୀ, କ୍ଷୀର, ଦହି, ଛେନା, ଯଅ ଛତୁଆ, ସର, ଲବଣୀ, ଗୁଜୁରାତି, ଅଳେଇଚ, ଗୁଡ଼ ମିଶ୍ରିତରେ ପଣା ଭୋଗ ଅର୍ପଣ କରାଯାଏ। ମଧ୍ୟାହ୍ନରେ ମା’ଙ୍କୁ ଖିରି, ଖେଚୁଡ଼ି, ଅନ୍ନ, ବେସର ମହୁର ଆଦି ଅର୍ପଣ କରାଯାଏ। ଅପରାହ୍ନ ସାଢେ ଗୋଟାଏରେ ମା’ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ସ୍ଥାପନ କରାଯାଇ ମନ୍ଦିର ସମ୍ମୁଖ ରଖାଯାଇଥାଏ। ବିମାନ ହୁରିଆ ସେବକ, ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟ, ଘଣ୍ଟା, ଢୋଲ, ମହୁରୀ, ଶଙ୍ଖ, ବିଭିନ୍ନ ବାଦ୍ୟ ବଜାଯାଇ ମା’ଙ୍କ ବିମାନକୁ ମନ୍ଦିର ଚାରି ପାଖରେ ୭ଥର ପରିକ୍ରମା କରିବା ପରେ ମନ୍ଦିର ସାମ୍ନାରେ ବିମାନକୁ ରଖାଯାଏ। ଏହାପରେ ମା’ଙ୍କ ବିମାନ ସମ୍ମୁଖରେ ରାଉଳ ସଂପ୍ରଦାୟର ଘଣ୍ଟୁଆପାଟମାନେ ମୁଣ୍ଡରେ ଘଟ ରଖି ରଡ ନିଆଁ ଗର୍ତ୍ତରେ ୭ ଥର ପ୍ରବେଶ କରିଥାନ୍ତି ବୋଲି ମନ୍ଦିର ମୁଖ୍ୟ ପୂଜକ ପ୍ରମୋଦ କୁମାର ସାମନ୍ତରାୟ କହିଛନ୍ତି। ସାରେ ଆଳତୀ ଓ ରାତି ୧୦ଟା ପରେ ମା’ଙ୍କୁ ଅନ୍ନ ଭୋଗ ଅର୍ପଣ ପରେ ପହୁଡ଼ ପଡେ।
ଝାମୁଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ମନ୍ଦିର ସୋଲ ଟ୍ରଷ୍ଟି ତହସିଲଦାର ଶିବ ମଲିକ, ରାଜସ୍ବ ନୀରିକ୍ଷକ ବିଜୟ କୁମାର ବେହେରା, ଫାରସ ନାୟକ, ଲକ୍ଷ୍ମୀକାନ୍ତ ସ୍ବାଇଁଙ୍କ ସହିତ ମା’ଙ୍କ କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ତଦାରଖ କରୁଛନ୍ତି। ଟ୍ରାଫିକ ନିୟନ୍ତ୍ରଣ ପାଇଁ ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ସୌମେନ୍ଦ୍ର କୁମାର ବିଶ୍ବାଳଙ୍କ ସମେତ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏପ୍ରିଲରୁ ବଦଳିଯିବ ଡିଜିଟାଲ ପେମେଣ୍ଟ ନିୟମ, କଣ ସବୁ ବଦଳିବ ଜାଣନ୍ତୁ…

ନୂଆଦିଲ୍ଲୀ,୨୯।୩: ଆଉ ମାତ୍ର ୨ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଏପ୍ରିଲ ମାସ। ଆସନ୍ତାମାସ ୧ ତାରିଖରୁ, ଡିଜିଟାଲ କାରବାରର ପଦ୍ଧତି ସମ୍ପୂର୍ଣ୍ଣ ପରିବର୍ତ୍ତନ ହେବ।…

ରାମନବମୀ ଶୋଭାଯାତ୍ରାବେଳେ ଫାଙ୍କା ଗୁଳିଚାଳନା କରି ଫସିଲେ ବିଧାୟକ, ଏବେ…

ବଲାଙ୍ଗୀର/ଟିଟିଲାଗଡ଼,୨୯ା୩ (ବୀରେନ୍ଦ୍ର କୁମାର ଝାଙ୍କର/ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଶୁକ୍ରବାର ଶ୍ରୀରାମ ନବମୀ ଉତ୍ସବ ଶୋଭାଯାତ୍ରାରେ ଫୁଟିଛି ଗୁଳି। ଆଉ ଏହି ଗୁଳି ଚଳାଇଛନ୍ତି…

ଏପ୍ରିଲ ୧ରୁ ବଢିଯିବ LPG ସିଲିଣ୍ଡର ରେଟ୍‌? ଯୁଦ୍ଧ ଭିତରେ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୨୯।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଚାଲିଥିବା ସଂଘର୍ଷ ମଧ୍ୟରେ ଦେଶବ୍ୟାପୀ ଲକ୍‌ ଡାଉନ ସମ୍ପର୍କରେ ଗୁଜବ ସମ୍ପର୍କରେ ସରକାର ଏକ ଦୃଢ଼ ଏବଂ ସ୍ପଷ୍ଟ…

ବିଧାୟିକାଙ୍କ ସ୍ବାମୀଙ୍କ ନାମରେ ସଙ୍ଗୀନ ଅଭିଯୋଗ: ତହସିଲଦାରଙ୍କୁ…

ନର୍ଲା,୨୯।୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ।…

ବିୟର ବୋତଲ ପର୍ଯ୍ୟନ୍ତ ପହଞ୍ଚିଲାଣି ଯୁଦ୍ଧର ନିଆଁ, ଦେବାକୁ ପଡ଼ିପାରେ ଅଧିକ ଦେୟ

ନୂଆଦିଲ୍ଲୀ,୨୯।୩: ଗ୍ରୀଷ୍ମ ଋତୁ ଆସିଗଲାଣି। ସାଧାରଣତଃ ଗରମ ଋତୁରେ ବିୟରର ବ୍ୟବହାର ବୃଦ୍ଧି ପାଏ। ତଥାପି, ଏଥର, ଭାରତୀୟ ବିୟର ପ୍ରେମୀମାନଙ୍କୁ ଏହି ଋତୁରେ ସେମାନଙ୍କର ତୃଷା…

ମୃତ୍ୟୁ ଖବର ପାଇ ତବଲା ବାଦକଙ୍କ ଘରେ ପହଞ୍ଚିଲେ ଭାଜପା ଜିଲା ସଭାପତି

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ମାଷ୍ଟର ଲକ୍ଷ୍ମଣ କୁମାର ତରାଇଙ୍କ ବିୟୋଗ ଘଟିଛି ।  ଖବର ପାଇ ଭାଜପା…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri