ରାଖୀ: ସମ୍ପର୍କର ଡୋର

ଜୟ ଜଗନ୍ନାଥ
ଆଜି ପବିତ୍ର ରକ୍ଷା ବନ୍ଧନ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କକୁ ପୁଣି ରାଖୀର ଡୋରରେ ବାନ୍ଧି ସେଇ ଅତୁଟ ବନ୍ଧନକୁ ଆଉଥରେ ମନେ ପକେଇବାର ଦିନ। ଏହି ପବିତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ, ଜଣେ ସାଧାରଣ ଆଦିବାସୀ ଓ ଓଡ଼ିଆ ଭାଇ ଭାବରେ ରାଜ୍ୟର ସମ୍ପୂର୍ଣ୍ଣ ନାରୀ ସମାଜକୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଆପଣ ଓ ଆପଣଙ୍କ ପରିବାରର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରୁଛି। ରାଖୀ ପୂରା ସମାଜକୁ ସମ୍ପର୍କର ଡୋରରେ ବାନ୍ଧୁ, ଆଜି ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା।
ଆଜି ପବିତ୍ର ରକ୍ଷାବନ୍ଧନର ଦିନ, ଓଡ଼ିଆ ସଭ୍ୟତା ଓ ସଂସ୍କୃତିର ମହାନ୍‌ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମାନବୀୟ ଲୀଳାର ଅଂଶସ୍ବରୂପ ଭଉଣୀ ସୁଭଦ୍ରାଙ୍କ ହାତରୁ ରାଖୀ ବାନ୍ଧିବେ। ରକ୍ଷାବନ୍ଧନ ସହିତ ଆଜି ଦିନ ପବିତ୍ର ଗହ୍ମା ପୂର୍ଣ୍ଣିମା ଭାବରେ ପାଳିତ। ଆଜି ହଳ-ଲଙ୍ଗଳଧାରୀ ବଡ଼ ଠାକୁର ବଳଭଦ୍ରଙ୍କର ପବିତ୍ର ଜନ୍ମଦିନ। ଶ୍ରୀମନ୍ଦିର ହେଉ ବା କେନ୍ଦୁଝର ଓ କେନ୍ଦ୍ରାପଡ଼ା ତଥା ରାଜ୍ୟର ବିଭିନ୍ନ ସ୍ଥାନର ବଳଦେବଜୀଉଙ୍କ ମନ୍ଦିରରେ ବଡ଼ ଠାକୁରଙ୍କ ଜନ୍ମୋତ୍ସବ ଧୁମ୍‌ଧାମ୍‌ରେ ମଧ୍ୟ ପାଳିତ ହେବ।
ଗୋଟିଏ ପଟେ ରାଖୀ ଭଉଣୀ ପାଇଁ ଉତ୍ସର୍ଗୀକୃତ ଦିନଟିଏ। ତା’ ସହିତ ଆଜିର ଦିନଟି କୃଷି ଅର୍ଥନୀତିର ପ୍ରତୀକ ହଳ-ଲଙ୍ଗଳଧାରୀ ବଡ଼ ଠାକୁର ବଳଦେବଙ୍କର ଆରାଧାନର ଦିନ। କାହିଁ କେଉଁ ଅନନ୍ତ କାଳରୁ ଓଡ଼ିଆ ଜାତି ନିଜର କୃଷି ଅର୍ଥନୀତି ସର୍ବସ୍ବ ଜୀବନ ବ୍ୟବସ୍ଥାରେ କୃଷି ଓ ଗୋ ସମ୍ପଦକୁ ସମ୍ମାନର ସହ ପାଳନ କରିଆସିଛି। ଆଜି ବି ଓଡ଼ିଶାର ପୁରପଲ୍ଲୀରେ କୃଷି ଅର୍ଥନୀତିର ମେରୁଦଣ୍ଡ ଗାଈ, ବଳଦଙ୍କୁ ପୂଜା କରିବାର ପରମ୍ପରା ରହି ଆସିଛି। ସୁଭଦ୍ରାସ୍ବରୂପାଭଉଣୀମାନଙ୍କୁ ତ ଶୁଭେଚ୍ଛା ଜଣାଉଛି, ତା’ ସହିତ ଆମର ଚାଷୀ ଭାଇ-ଭଉଣୀମାନଙ୍କୁ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କ ଚାଷକାମ ସଫଳ ହେଉ। ଆପଣଙ୍କ ଅର୍ଥନୀତିରେ ଉନ୍ନତି ଆସୁ। ଆଜି ଦିନରେ ଓଡ଼ିଶାର ଚାଷୀ ଭାଇ ଭଉଣୀମାନଙ୍କୁ ଏହି ଶୁଭେଚ୍ଛା ଜଣାଉଛି, ସେମାନେ ପୁଣି ଆନନ୍ଦର ସହ କୁହନ୍ତୁ- ଚାଷ କାମ ଯାହାର, କି ଆନନ୍ଦ ତାହାର। ଏହି ଅବସରରେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି ଯେ ଚାଷୀମାନଙ୍କର ସ୍ବାର୍ଥର ସୁରକ୍ଷା ପାଇଁ ମୋ ସରକାର ବଦ୍ଧପରିକର।
ଆଜି ମୋର ସୁଭଦ୍ରା ସ୍ବରୂପାଭଉଣୀମାନଙ୍କୁ ପବିତ୍ର ରକ୍ଷାବନ୍ଧନରେ ଉପହାର ଦେବାପାଇଁ କୋରାପୁଟ ଜିଲାର ଜୟପୁର ସହରକୁ ଆସିଛି। ଗତ ବର୍ଷ ନିର୍ବାଚନ ଲଢ଼ିବାବେଳେ ମୋ ଦଳ ଆମ ରାଜ୍ୟର ଭଉଣୀମାନଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଆଜି ଜୟପୁର ସହରର ଏହି ଐତିହାସିକ ମାଟିରୁ ସୁଭଦ୍ରା ଯୋଜନାର ଦ୍ୱିତୀୟ ବର୍ଷର ପ୍ରଥମ କିସ୍ତି ଏକ କୋଟିରୁ ଊର୍ଦ୍ଧ୍ୱ ଭଉଣୀମାନଙ୍କ ବ୍ୟାଙ୍କଖାତାକୁ ଯିବ। ୨୧ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ଓଡ଼ିଆ ଭଉଣୀମାନଙ୍କୁ ପ୍ରତି କିସ୍ତିରେ ୫ହଜାର ଟଙ୍କା ଲେଖାଏ ବର୍ଷକୁ ୧୦ ହଜାର ଟଙ୍କା ଓ ୫ ବର୍ଷରେ ୧୦ଟି କିସ୍ତିରେ ୫୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ମୋ ସରକାର ପ୍ରତିଶ୍ରୁତିବଦ୍ଧ।
ସୁଭଦ୍ରା  ଯୋଜନା ଆମ ରାଜ୍ୟର ମା’-ଭଉଣୀମାନଙ୍କୁ କେବଳ ଆର୍ଥିକସାହାଯ୍ୟ ପହଞ୍ଚାଇବା ପାଇଁ ଏକ ଯୋଜନା ନୁହେଁ, ବରଂ ଏହା ସୁଭଦ୍ରାସ୍ବରୂପା ଓଡ଼ିଆ  ଭଉଣୀମାନଙ୍କର ଆତ୍ମବିଶ୍ୱାସ ଏବଂ ସମ୍ମାନ ବଢ଼ାଇବାର ଏକ ନିଷ୍ଠାପର ଉଦ୍ୟମ। ସୁଭଦ୍ରା ଯୋଜନାର ଦୁଇଟି କିସ୍ତି ଗତ ଏକ ବର୍ଷରେ ପ୍ରଦାନ କରାଯାଇ ସାରିଛି। ଭଉଣୀମାନେ ଆଜି ରାଖୀ ପୂର୍ଣ୍ଣିମାରେ ଆଉ ଏକ କିସ୍ତି ପାଇଁ ଆଶ୍ୱସ୍ତ ହୋଇ ଅପେକ୍ଷା କରିଛନ୍ତି। ଗତ ଦୁଇ କିସ୍ତି ପାଇବା ପରେ ରାଜ୍ୟର ଭଉଣୀମାନଙ୍କର  ଉତ୍ସାହ ଓ ଉଦ୍ଦୀପନାକୁ ମୁଁ ମର୍ମେ ମର୍ମେ ଅନୁଭବ କରିଛି। ସରକାର ପ୍ରଦାନ କରୁଥିବା ଏହି ଅର୍ଥକୁ ବ୍ୟବହାର କରି ଆମର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଭଉଣୀମାନେ ଆତ୍ମବିଶ୍ୱାସର ସହ ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବାପାଇଁ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିଛନ୍ତି। ତାକୁ ଦେଖି ଅନେକ ସମୟରେ ଆତ୍ମସନ୍ତୋଷ ମଧ୍ୟ ମିଳୁଛି।
ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା। ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳସମ୍ପଦ, ଜଙ୍ଗଲ ସମ୍ପଦ ଏବଂ ପରିଶ୍ରମୀ ଓ ଦକ୍ଷ ମାନବସମ୍ବଳର ରାଜ୍ୟ ଓଡ଼ିଶା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଶା ଧନୀ, ମାତ୍ର ଓଡ଼ିଶାବାସୀ ଗରିବ। ଏହି କଷ୍ଟ ଓ ଅପମାନରୁ ଓଡ଼ିଶାକୁ ଆଗକୁ ବଢ଼ାଇ ଆମ ରାଜ୍ୟକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ନୂଆ ଯୋଜନା ଓ ଦୃଢ଼ କ୍ରିୟାନ୍ବୟନ ପାଇଁ ବଦ୍ଧପରିକର।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ଓଡ଼ିଶା ପ୍ରତି ସ୍ନେହ, ଭଲପାଇବା ଏବଂ ବିକାଶର ଗତି ତ୍ୱରାନ୍ବିତ କରିବା ପାଇଁ ନିଷ୍ଠାକୁ ମୁଁ ଗତ ଗୋଟିଏ ବର୍ଷରେ ମର୍ମେ ମର୍ମେ ଅନୁଭବ କରିଛି। ମୁଖ୍ୟମନ୍ତ୍ରୀ ଭାବରେ ଗୋଟିଏ ବର୍ଷର ଅନୁଭବ ଆଧାରରେ ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଆମ ରାଜ୍ୟରେ ଡବଲ ଇଞ୍ଜିନ ସରକାର ୪.୫ କୋଟି ଓଡ଼ିଆ ଲୋକଙ୍କ ସ୍ବାର୍ଥ ଓ ସ୍ବାଭିମାନ ରକ୍ଷା ସହ ରାଜ୍ୟକୁ ଆର୍ଥିକ ଦୃଷ୍ଟିରୁ ଆଗକୁ ବଢ଼ାଇବା ପାଇଁ ସ୍ପଷ୍ଟ ନୀତି ସହ ସଠିକ୍‌ ରାସ୍ତାରେ ଅଛି।
ମୋଦିଜୀ ଯେଉଁ ଚାରି ଜାତିର ଉନ୍ନତି ଉପରେ ଧ୍ୟାନକେନ୍ଦ୍ରିତ କରିଛନ୍ତି, ସେହି ଚାରି ଜାତି ହେଉଛି- ମହିଳା, କୃଷକ, ଯୁବକ ଓ ଗରିବ। ସେମାନଙ୍କ ଉନ୍ନତି ଆମର ପ୍ରାଥମିକତା। ଓଡ଼ିଶାରେ ଏହି ଚାରି ଜାତିର ଦ୍ରୁତ ବିକାଶର ମୂଳଦୁଆ ଗୋଟିଏ ବର୍ଷରେ ପଡ଼ିଛି। ଆମର ବିକାଶର ଆଧାର ହେଉଛନ୍ତି ମହିଳା ଓ କୃଷକ ଏବଂ ସେମାନଙ୍କର ସିଂହଭାଗ ଯୁବବର୍ଗ ଓ ଗରିବ। ସେମାନଙ୍କ ବ୍ୟାପକ ଉନ୍ନତି ପାଇଁ ଆମେ ଯେଉଁ ଯୋଜନା କରୁଛୁ ତାହା ଯେ ଆମକୁ ପ୍ରଗତିର ଶୀର୍ଷକୁ ନେବ,ଏଥିରେ ମୋର ତିଳେମାତ୍ର ସନ୍ଦେହ ନାହିଁ।
ଆମେ କେବଳ ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତକରିବା କଥା କହୁନାହୁଁ। ଆମେ ମହିଳାଙ୍କ ନେତୃତ୍ୱରେ ରାଜ୍ୟ ଅର୍ଥନୀତିର ପରିକଳ୍ପନା କରିଛୁ। ମୋ ସରକାର ପ୍ରଚାର ସର୍ବସ୍ବ ସରକାର ନୁହେଁ। ଆମେ ମହିଳାଙ୍କ ସମେତ ସମାଜର ସବୁ ଉପେକ୍ଷିତ ବର୍ଗ ଓ ଗରିବମାନଙ୍କୁ ପ୍ରଗତିର ରଥରେ ସାରଥି ହେବାପାଇଁ କୌଣସି ଉଦ୍ୟମରେ କମ୍‌ କରୁନାହୁଁ।
ମୁଁ ଜାଣିଛି ମୋତେ ଓ ମୋ ସରକାରକୁ କେଉଁ କେଉଁ ପ୍ରସଙ୍ଗରେ କେମିତି ସମାଲୋଚନା କରାଯାଉଛି। ଆମେ ଗଣତନ୍ତ୍ରର ବିଧି ବ୍ୟବସ୍ଥାରେ ଅଛୁ। ଗଣତନ୍ତ୍ରରେ ସମାଲୋଚନାକୁ ବୁଝିବା, ସମ୍ମାନ ଦେବା ଓ ସମାଧାନର ରାସ୍ତା ବାହାର କରିବା ପାଇଁ ମୁଁ ବଦ୍ଧପରିକର। ମାତ୍ର ଗୋଟିଏ କଥା ମୋର ପ୍ରିୟ ଓଡ଼ିଆଙ୍କ ପାଖରେ ସ୍ପଷ୍ଟ କରିବାକୁ ଚାହୁଁଛି, ମୁଁ ଗରିବ ଆଦିବାସୀ ପରିବାରରୁ ଆସିଛି। ମୋ ପରିବାରର ରାଜନୀତି ବା ଆର୍ଥିକ ପୃଷ୍ଠଭୂମି କିଛି ନାହିଁ। ସ୍କୁଲ ଶିକ୍ଷକରୁ ସରପଞ୍ଚ, ଚାରିଥର ବିଧାୟକ ଓ ମହାପ୍ରଭୁଙ୍କ ଅଶୀର୍ବାଦରୁ ମୁଖ୍ୟମନ୍ତ୍ରୀ ହୋଇଛି। ଜୀବନ ସହ ସଂଘର୍ଷ କରି କରି ପଡ଼ି-ଉଠି ଠିଆହୋଇ ଆଗକୁ ବଢ଼ିବାର ଅନେକ ଅଭିଜ୍ଞତା ମୋ ପାଖରେ ଅଛି। ଗଠନମୂଳକ ସମାଲୋଚନାକୁ ସ୍ବାଗତ। ମାତ୍ର ଜଣେ ଆଦିବାସୀ ଓ ଗରିବ ପରିବାରର ଲୋକ କେମିତି ମୁଖ୍ୟମନ୍ତ୍ରୀ ହୋଇଯିବ? ଏହିପରି ସାମନ୍ତବାଦୀ ବିଚାର ରଖିଥିବା ବ୍ୟବସ୍ଥାର ଲୋକମାନଙ୍କର ଉଦ୍ଦେଶ୍ୟ ପ୍ରଣୋଦିତ ସମାଲୋଚନା ମୋତେ ଆଦୌ ଚିନ୍ତିତ କରେନି। ବରଂ ଦିନ ରାତି ରାଜ୍ୟର ଗରିବ, ଅତି ଗରିବ, ଆଦିବାସୀ, ଦଳିତ, ପଛୁଆବର୍ଗ, ଦୁର୍ଗମ ଅଞ୍ଚଳର ବାସିନ୍ଦା, ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ତଥା ବିକାଶ ପାହାଚର ସବୁଠୁ ତଳ ପାହାଚରେ ଥିବା ଲୋକମାନଙ୍କ ପାଇଁ ଦିନରାତି ଏକ କରି କଠିନ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଉଛି।
ମୁଁ ଆଦିବାସୀ। ସମସ୍ୟାକୁ ପଛକରି ମୁହଁ ବୁଲାଇଦେବାର ବ୍ୟକ୍ତି ମୁଁ ନୁହେଁ। ସମସ୍ୟାକୁ ସାମ୍ନା କରି ଧନୀ ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କୁ ସମ୍ପନ୍ନ କରିବାର ସଂକଳ୍ପକୁ ଆଜି ପବିତ୍ର ରକ୍ଷା ବନ୍ଧନରେ ଆଉଥରେ ଦୋହରାଉଛି।
ବିଗତ କିଛିଦିନରେ ରାଜ୍ୟରେ କିଛି ଭଉଣୀଙ୍କର ଆତ୍ମଦାହର କରୁଣ ଘଟଣା ଜଣେ ଦରଦୀ ମଣିଷ ଭାବରେ ମୋତେ ଅନେକ ଦୁଃଖ ଓ ଯନ୍ତ୍ରଣା ଦେଇଛି। ମାତ୍ର ଦୋଷୀକୁ ଖୋଜି ଦଣ୍ଡଦେବା ପାଇଁ ଉଦ୍ୟମରେ ତିଳେମାତ୍ର ଅବହେଳା ମୋ ସରକାର କରିନାହିଁ। ଗତ ୨୫ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ସାମ୍ନାରେ ଅଛି। ମୋର ପ୍ରିୟ ଓଡ଼ିଶାବାସୀ ବିଗତ ୨୪ ବର୍ଷ ଓ ମୋର ଗୋଟିଏ ବର୍ଷରେ ମହିଳା ସୁରକ୍ଷା ଓ ସମ୍ମାନର ସତ୍ୟତାକୁ ଥରେ ନିଜେ ନିଜ ମନରେ ବିଚାର କରିବାପାଇଁ ଅନୁରୋଧ କରୁଛି। ମୁଁ ତର୍କ କରିବାକୁ ଚାହୁଁନି। ୨୪ ବର୍ଷ ବନାମ ୧ ବର୍ଷର ଘଟଣା କ୍ରମର ପ୍ରମାଣ ଓଡ଼ିଆ ଲୋକଙ୍କ ପାଖରେ ଅଛି। ମୋର ସୁଭଦ୍ରାସ୍ବରୂପା ଭଉଣୀମାନେ ଭଲ ଭାବରେ ବୁଝିଛନ୍ତି।
ଆଜି ପବିତ୍ର ରାଖୀ ପୂର୍ଣ୍ଣିମାରେ ମୋର ସୁଭଦ୍ରାସ୍ବରୂପା ଭଉଣୀମାନଙ୍କୁ ପ୍ରତିଶ୍ରୁତି ଦେଉଛି। ମୋ ସରକାର ପରିବାରକୁ ଖାଲି ନ୍ୟାୟ ଦେବାର ପ୍ରତିଶ୍ରୁତି ଦେଇନି ବରଂ ସେମାନଙ୍କ ସହ ପରିବାରର ସଦସ୍ୟଭଳି ଠିଆ ହୋଇଛି। ରାଖୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ଭାବରେ ନୁହେଁ ବରଂ ଜଣେ ଭାଇ ଭାବରେ ମୁଁ କହିବାକୁ ଚାହେଁ ଯେ ଆପଣଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ଆମେ ବଦ୍ଧପରିକର।
ମୁଖ୍ୟମନ୍ତ୍ରୀ, ଓଡ଼ିଶା

Enter your email to get our daily news in your inbox.

All Right Reserved By Dharitri.Com

ଲୋକ ସଭାରେ ରେଳସେବା ସମସ୍ୟା ପ୍ରସଙ୍ଗ ଉଠାଇଲେ ବରଗଡ଼ ଏମ୍‌ପି

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଲୋକ ସଭା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ଗୁରୁବାର ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଲୋକ ସଭାରେ ଉଠାଇଛନ୍ତି। ବିଶେଷକରି ରେଳସେବାର ବିକାଶ ଓ…

ବାସନ୍ତୀକ ନବରାତ୍ର ପୂଜା: ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ଆଜି ଚୈତ୍ର ଅମାବାସ୍ୟା ଯୁକ୍ତ ପ୍ରତିପଦା। ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ…

ମହାପ୍ରଭୁଙ୍କ ଜମିର ଧାନବିକ୍ରି ପଞ୍ଜୀକରଣକୁ ନା: ଏବେଠାରୁ ଘାରିଲାଣି ଧାନବିକ୍ରି ଚିନ୍ତା

ବରଗଡ଼,୧୯।୩(ପ୍ରେମାନନ୍ଦ ଖମାରୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ଚାଷୀଙ୍କ ଧାନବିକ୍ରି ପଞ୍ଜୀକରଣ ଚାଲିଛି। ଶୁକ୍ରବାର ଏଥିପାଇଁ ଆବେଦନ ଅବଧି ସରିଯିବ। ଅନ୍ୟପଟେ ବରଗଡ଼ ଜିଲାର ଅନେକ ଚାଷୀ…

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ଭାରତରେ ଡାଉନ ହେଲା ସୋସିଆଲ ମିଡିଆ ପ୍ଲାଟଫର୍ମ X, ହଜାର ହଜାର ୟୁଜର୍ସ…

ବୁଧବାର ସନ୍ଧ୍ୟାରେ ଭାରତରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ହଠାତ୍ ଠପ୍ ହୋଇଯାଇଥିଲା । ଯାହା ଫଳରେ ଅନେକ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଡାଉନଡିଟେକ୍ଟର…

କୋରାପୁଟରେ ଛେଚିଲା କୁଆପଥର ବର୍ଷା, ଅନ୍ଧାରରେ ସହର

କୋରାପୁଟ,୧୮।୩(ଅମିତାଭ ବେହେରା ): ବୁଧବାର ସନ୍ଧ୍ୟାରୁ କୋରାପୁଟ ଜିଲାର ବିଭିନ୍ନ ଅଞ୍ଚଳରେ ହଠାତ୍ କୁଆପଥର ସହ ପ୍ରବଳ ବର୍ଷା ହୋଇଥିଲା । ଫଳରେ କିଛି ସମୟ ପର୍ଯ୍ୟନ୍ତ…

ଅପହରଣ କରି ନେଇ ଯାଇଥିଲେ ତାମିଲନାଡୁ, ୭ ଦିନ ଯାଏ ନାବାଳିକାଙ୍କୁ…ଅଭିଯୁକ୍ତଙ୍କୁ ବାନ୍ଧି…

ପାଇକମାଳ,୧୮।୩ (ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri