ଆଜି ଗଣପର୍ବ ନୂଆଁଖାଇ, ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସକାଶେ ଉତ୍ସବ ମୁଖର ହୋଇଛି ପଶ୍ଚିମ ଓଡ଼ିଶା। ପୁରପଲ୍ଲୀରେ ମଧ୍ୟ ଉତ୍ସବର ପରିବେଶ। ଏଥିସହ ମନ୍ଦିର, ଦେବାଳୟ, ଦେବୀପୀଠଗୁଡିକୁ ଫୁଲରେ ସଜ୍ଜିତ ହୋଇଛି। ଇଷ୍ଟଦେବୀ ସମଲେଇଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନାନୁସାରେ ନବାନ୍ନ ଭୋଗ ଲାଗିବ। ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫ ମିନିଟ ମଧ୍ୟେ ତୁଳା ଲଗ୍ନରେ ଇଷ୍ଟଦେବୀ ଦେବୀ ସମଲେଇଙ୍କୁ ପ୍ରଥମେ ନବାହ୍ନ ଲାଗି ହେବ ା ପରମ୍ପରା ଓ ରୀତିନୀତି ଅନୁସାରେ ଇଷ୍ଟ ଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ଜନସାଧାରଣ ନୂଅଁାଖାଇ ଭୋଗ ଖାଇ ପାରିବେ ବୋଲି ସ୍ଥିର ହୋଇଛି ା ଏନେଇ ମୁଖ୍ୟ ପୂଜକ ଅମ୍ବିକାପ୍ରସାଦ ରାୟଙ୍କ ସମେତ ଅନ୍ୟ ପୂଜକମାନଙ୍କ ପରିବାର ସଦସ୍ୟମାନେ ପ୍ରସ୍ତୁତ ହୋଇଛନ୍ତି ା
ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ସୁନ୍ଦରଗଡ଼ ଜିଲାର ଶିଖରବାସିନୀ ଓ ସମଲେଇ, ନୂଆପଡ଼ା ଜିଲାର ଟାନୱାନ କଣା ଭଇଁରା ଓ ସମଲେଇ, ବରଗଡ଼ ଓ ଝାରସୁଗୁଡ଼ା ଜିଲାର ସମଲେଇ, ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୁବର୍ଣ୍ଣପୁରର ଇଷ୍ଟଦେବୀ ସୁରେଶ୍ୱରୀ ଓ ବୌଦ୍ଧ ଜିଲାର ଭୈରବୀଙ୍କ ପୀଠରେ ମଧ୍ୟ ନୂଆଁଖାଇ ସକାଶେ ପ୍ରସ୍ତୁତି ଚୂଡାନ୍ତ ହୋଇଛି ା ନୂଆଁଖାଇ ଭେଟ୍‌ଘାଟ ଲାଗି ସମ୍ବଲପୁର ସ୍ଥିତ ତପସ୍ବିନୀ ପ୍ରେକ୍ଷାଳୟ, ନନ୍ଦପଡ଼ା ବାଲୁଙ୍କେଶ୍ୱର କଲ୍ୟାଣ ମଣ୍ଡପ ସ୍ଥିତ ଚିତ୍ରୋତ୍ପଳା ମଞ୍ଚ, ବଡ଼ବଜାର ସମଲେଶ୍ୱରୀ ମଣ୍ଡପକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଇଛି। କୃଷିଭିତ୍ତିକ ଗଣପର୍ବ ପାଳନ କରିବାକୁ ପଶ୍ଚିମ ଓଡିଶାବାସୀ ପ୍ରସ୍ତୁତ ହୋଇଛନ୍ତି ା
-ରିପୋର୍ଟ: ବି. ଶଙ୍କର, ସମ୍ବଲପୁର


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

କେବେ ମାର୍କେଟକୁ ଆସିବ ପ୍ଲାଷ୍ଟିକ୍‌ ନୋଟ୍‌? RBI ଗଭର୍ନର କହିଦେଲେ ଲଞ୍ଚ୍‌ ଡେଟ୍‌

ନୂଆଦିଲ୍ଲୀ,୫।୮: ଆପଣ ମଧ୍ୟ ଶୁଣିଛନ୍ତି କି ଯେ ଖୁବ୍‌ଶୀଘ୍ର ଭାରତରେ କାଗଜ ନୋଟ୍ ବଦଳରେ ପ୍ଲାଷ୍ଟିକ୍ (ପଲିମର୍) ନୋଟ୍ ଚାଲିବାକୁ ଯାଉଛି? ଯଦି ଆପଣଙ୍କ ମନରେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri