ଆଜି ମକର ସଂକ୍ରାନ୍ତି: ହଟକେଶ୍ୱର ପୀଠ ଚଳଚଞ୍ଚଳ, ଦହନକୁଣ୍ଡରେ ଗୁଆ ଖୋଜୁଛନ୍ତି ଶ୍ରଦ୍ଧାଳୁ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ମକର ସଂକ୍ରାନ୍ତି ତଥା ସୋମବାରଠାରୁ ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟକେଶ୍ୱରଙ୍କ ମକରମେଳା ଅନୁଷ୍ଠିତ ହେଉଛି। ଏଥିସହ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଉଷ୍ଣ ପ୍ରସ୍ରବଣଠାରେ ମକର ମହୋତ୍ସବ ଆୟୋଜିତ ହେଉଛି। ମନ୍ଦିର ପରିଚାଳନା କମିଟି, ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମକର ସଂକ୍ରାନ୍ତିରେ ଉଷ୍ଣ ପ୍ରସ୍ରବଣରେ ଶତାଧିକ ପର୍ଯ୍ୟଟକଙ୍କ ଗହଳି ରହିଥାଏ। ଏହି ସମୟରେ ଉତ୍ତପ୍ତ କୁଣ୍ଡରେ ସ୍ନାନକଲେ ଚର୍ମରୋଗ ଓ କୁଆ କୁଣ୍ଡ ପାଦୁକା ଗ୍ରହଣ କଲେ ପେଟରୋଗ ଦୂର ହୁଏ ବୋଲି ବିଶ୍ୱାସ ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମାନସିକଧାରୀ ମହିଳାମାନେ ପରିବାର ସହ ରବିବାରଠାରୁ ହଟ୍ଟକେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ସେମାନଙ୍କ ପାଇଁ ମନ୍ଦିର ଯାତ୍ରୀ ବିଶ୍ରାମାଗାରରେ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମାନସିକଧାରୀ ମହିଳାମାନେ ଶ୍ରୀ ହଟ୍ଟକେଶ୍ୱରଙ୍କ ନିକଟରେ ସନ୍ତାନପ୍ରାପ୍ତି ଲାଗି ସଙ୍କଳ୍ପ କରିଛନ୍ତି। ହଟ୍ଟକେଶ୍ୱରଙ୍କ ଆଶୀର୍ବାଦରୁ ଦହନ କୁଣ୍ଡରେ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସିଛି ବୋଲି ବରିଷ୍ଠ ସେବାୟତ ଗୋପୀନାଥ ମହାପାତ୍ର କହିଛନ୍ତି।
ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ଏନେଇ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି। ଭୋର ୩ଟାରେ ଠାକୁରଙ୍କ ଦ୍ୱାରଫିଟା ପରେ ଅବକାଶ, ମଇଲମ, ତଡ଼ପଲାଗି ସହ ଅନ୍ୟାନ୍ୟ ନୀତି ବଢ଼ି ୪ଟାରେ ଗଜପତି ମହାରାଜ ପକ୍ଷରୁ ଅଟ୍ରି ଦଳବେହେରାଙ୍କ ପହିଲିଭୋଗ, ମର୍ଦ୍ଦନ, ଜଳରାଶି ଓ ଭୋଗଲାଗି କରାଯିବ। ଠାକୁରଙ୍କ ଅବକାଶ ଜଳଲାଗିର ଲେଉଟାପାଣି ପାଦୁକ ବାହାର କରାଯିବ। ଏହି ପାଦୁକାରେ ମାନସିକଧାରୀମାନେ ଠାକୁରଙ୍କ ଚନ୍ଦନ ପୁଷ୍କରିଣୀରେ ପାଦୁକା ସ୍ନାନ କରି ଏକମୁହାଁ ହୋଇ ଉଷ୍ଣ ପ୍ରସ୍ରବଣଠାରେ ପହଞ୍ଚତ୍ ଦହନ କୁଣ୍ଡକୁ ଗୁଆ ଖୋଜିବାକୁ ଯିବେ। ଏହି ସମୟରେ ପାର୍ଶ୍ୱ ଦେବଦେବୀଙ୍କ ସ୍ନାନବିଧି କରାଯାଇ ଚନ୍ଦନ ଲାଗି କରାଯିବ। ପରେ ସର୍ବସାଧାରଣ ଦର୍ଶନ ଆରମ୍ଭହୋଇ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନରେ ଆଳତି, ସକାଳଧୂପ(ଭୋଗ) ଅପରାହ୍ନ ୨ଟା ସୁଦ୍ଧା ସରିବ। ଅପରାହ୍ନ ୨ଟା ପରେ ଠାକୁର ଦୋଳବିମାନରେ ବିଜେକରି ଉଷ୍ଣ ପ୍ରସ୍ରବଣକୁ ଯାତ୍ରା କରିବେ। ସେଠାର କାମ ଦହନ କୁଣ୍ଡ(କୁଆ ବା ଯଜ୍ଞକୁଣ୍ଡ)କୁ ୩ଥର ପରିକ୍ରମା ପରେ ବିଜେ ମଣ୍ଡପରେ ବିଜେ କରିବେ। ଧୂପ ପରେ ପ୍ରତ୍ୟାବର୍ତ୍ତନ କରିବେ। ମନ୍ଦିର ବିଜେ ପରେ ଗଜପତି ମହାରାଜାଙ୍କ ପକ୍ଷରୁ ରଣା ପରିବାର ପକ୍ଷରୁ ମକର ଚାଉଳ, ବାଳଭୋଗ, ଚୁଡାଘଷା ଓ ଛେନା ପଣା ଧୂପ କରାଯିବ। ରାତି ୯ଟାରେ ଧୂପରେ ଶଙ୍ଖୁଡ଼ି ଭୋଗ, ଆଳତି କରାଯିବ। ରାତି ୧୦ଟାରେ ବଡ଼ସିଂହାର ବେଶରେ ବଡ଼ସିଙ୍ଗାର ଖଜାଭୋଗ ଲାଗିପରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତ ସଂଘର ବରିଷ୍ଠ ସେବାୟତ ଦିଲୀପ ପଣ୍ଡା ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri