ଆଜି ମକର ସଂକ୍ରାନ୍ତି: ହଟକେଶ୍ୱର ପୀଠ ଚଳଚଞ୍ଚଳ, ଦହନକୁଣ୍ଡରେ ଗୁଆ ଖୋଜୁଛନ୍ତି ଶ୍ରଦ୍ଧାଳୁ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ): ମକର ସଂକ୍ରାନ୍ତି ତଥା ସୋମବାରଠାରୁ ଖୋର୍ଦ୍ଧା ଜିଲାର ପ୍ରସିଦ୍ଧ ଶୈବପୀଠ ଶ୍ରୀ ହଟକେଶ୍ୱରଙ୍କ ମକରମେଳା ଅନୁଷ୍ଠିତ ହେଉଛି। ଏଥିସହ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳ ଉଷ୍ଣ ପ୍ରସ୍ରବଣଠାରେ ମକର ମହୋତ୍ସବ ଆୟୋଜିତ ହେଉଛି। ମନ୍ଦିର ପରିଚାଳନା କମିଟି, ଜିଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମକର ସଂକ୍ରାନ୍ତିରେ ଉଷ୍ଣ ପ୍ରସ୍ରବଣରେ ଶତାଧିକ ପର୍ଯ୍ୟଟକଙ୍କ ଗହଳି ରହିଥାଏ। ଏହି ସମୟରେ ଉତ୍ତପ୍ତ କୁଣ୍ଡରେ ସ୍ନାନକଲେ ଚର୍ମରୋଗ ଓ କୁଆ କୁଣ୍ଡ ପାଦୁକା ଗ୍ରହଣ କଲେ ପେଟରୋଗ ଦୂର ହୁଏ ବୋଲି ବିଶ୍ୱାସ ରହିଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ମାନସିକଧାରୀ ମହିଳାମାନେ ପରିବାର ସହ ରବିବାରଠାରୁ ହଟ୍ଟକେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ସେମାନଙ୍କ ପାଇଁ ମନ୍ଦିର ଯାତ୍ରୀ ବିଶ୍ରାମାଗାରରେ ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମାନସିକଧାରୀ ମହିଳାମାନେ ଶ୍ରୀ ହଟ୍ଟକେଶ୍ୱରଙ୍କ ନିକଟରେ ସନ୍ତାନପ୍ରାପ୍ତି ଲାଗି ସଙ୍କଳ୍ପ କରିଛନ୍ତି। ହଟ୍ଟକେଶ୍ୱରଙ୍କ ଆଶୀର୍ବାଦରୁ ଦହନ କୁଣ୍ଡରେ ଗୁଆ ଖୋଜି ଭକ୍ଷଣ କଲେ ସନ୍ତାନପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ପ୍ରାଚୀନ କାଳରୁ ଏହି ପରମ୍ପରା ଚାଲିଆସିଛି ବୋଲି ବରିଷ୍ଠ ସେବାୟତ ଗୋପୀନାଥ ମହାପାତ୍ର କହିଛନ୍ତି।
ପୀଠରେ ପ୍ରବଳ ଭକ୍ତଙ୍କ ସମାଗମ ହେବ। ଏନେଇ ମନ୍ଦିର କମିଟି ପକ୍ଷରୁ ସ୍ବତନ୍ତ୍ର ନୀତିନିର୍ଘଣ୍ଟ କରାଯାଇଛି। ଭୋର ୩ଟାରେ ଠାକୁରଙ୍କ ଦ୍ୱାରଫିଟା ପରେ ଅବକାଶ, ମଇଲମ, ତଡ଼ପଲାଗି ସହ ଅନ୍ୟାନ୍ୟ ନୀତି ବଢ଼ି ୪ଟାରେ ଗଜପତି ମହାରାଜ ପକ୍ଷରୁ ଅଟ୍ରି ଦଳବେହେରାଙ୍କ ପହିଲିଭୋଗ, ମର୍ଦ୍ଦନ, ଜଳରାଶି ଓ ଭୋଗଲାଗି କରାଯିବ। ଠାକୁରଙ୍କ ଅବକାଶ ଜଳଲାଗିର ଲେଉଟାପାଣି ପାଦୁକ ବାହାର କରାଯିବ। ଏହି ପାଦୁକାରେ ମାନସିକଧାରୀମାନେ ଠାକୁରଙ୍କ ଚନ୍ଦନ ପୁଷ୍କରିଣୀରେ ପାଦୁକା ସ୍ନାନ କରି ଏକମୁହାଁ ହୋଇ ଉଷ୍ଣ ପ୍ରସ୍ରବଣଠାରେ ପହଞ୍ଚତ୍ ଦହନ କୁଣ୍ଡକୁ ଗୁଆ ଖୋଜିବାକୁ ଯିବେ। ଏହି ସମୟରେ ପାର୍ଶ୍ୱ ଦେବଦେବୀଙ୍କ ସ୍ନାନବିଧି କରାଯାଇ ଚନ୍ଦନ ଲାଗି କରାଯିବ। ପରେ ସର୍ବସାଧାରଣ ଦର୍ଶନ ଆରମ୍ଭହୋଇ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ ଚାଲିବ। ମଧ୍ୟାହ୍ନରେ ଆଳତି, ସକାଳଧୂପ(ଭୋଗ) ଅପରାହ୍ନ ୨ଟା ସୁଦ୍ଧା ସରିବ। ଅପରାହ୍ନ ୨ଟା ପରେ ଠାକୁର ଦୋଳବିମାନରେ ବିଜେକରି ଉଷ୍ଣ ପ୍ରସ୍ରବଣକୁ ଯାତ୍ରା କରିବେ। ସେଠାର କାମ ଦହନ କୁଣ୍ଡ(କୁଆ ବା ଯଜ୍ଞକୁଣ୍ଡ)କୁ ୩ଥର ପରିକ୍ରମା ପରେ ବିଜେ ମଣ୍ଡପରେ ବିଜେ କରିବେ। ଧୂପ ପରେ ପ୍ରତ୍ୟାବର୍ତ୍ତନ କରିବେ। ମନ୍ଦିର ବିଜେ ପରେ ଗଜପତି ମହାରାଜାଙ୍କ ପକ୍ଷରୁ ରଣା ପରିବାର ପକ୍ଷରୁ ମକର ଚାଉଳ, ବାଳଭୋଗ, ଚୁଡାଘଷା ଓ ଛେନା ପଣା ଧୂପ କରାଯିବ। ରାତି ୯ଟାରେ ଧୂପରେ ଶଙ୍ଖୁଡ଼ି ଭୋଗ, ଆଳତି କରାଯିବ। ରାତି ୧୦ଟାରେ ବଡ଼ସିଂହାର ବେଶରେ ବଡ଼ସିଙ୍ଗାର ଖଜାଭୋଗ ଲାଗିପରେ ଠାକୁରଙ୍କ ପହୁଡ଼ ନୀତି ସମ୍ପନ୍ନ ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡ ଓ ସେବାୟତ ସଂଘର ବରିଷ୍ଠ ସେବାୟତ ଦିଲୀପ ପଣ୍ଡା ସୂଚନା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri