ଆଜି ଅନ୍ତର୍ଜାତୀୟ ମାତୃଭାଷା ଦିବସ: ମାତୃଭାଷା ଆଦ୍ୟ ପରିଚୟ

ଭୁବନେଶ୍ୱର,୨୧।୨(ଶର୍ମିଷ୍ଠା ପାଣିଗ୍ରାହୀ): କଥାରେ ଅଛି ‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା’। ମାତୃଭାଷା ମଣିଷର ଆଦ୍ୟ ପରିଚୟ, ଯାହାକୁ ପଢ଼ି, ଶିଖି ସେ ବଡ଼ ହୋଇଥାଏ। ନିଜର ମାତୃଭାଷା ପାଇଁ ବ୍ୟକ୍ତିଟିଏ ସ୍ବତନ୍ତ୍ର ପରିଚୟ ପାଇଥାଏ। ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବାରେ ଓଡ଼ିଆ ଭାଷା ପ୍ରଥମ। ଏଥିପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବ କରନ୍ତି। କେତେ କାଳଜୟୀ ଉପନ୍ୟାସ, ଗଳ୍ପ ଓ କବିତା ଓଡ଼ିଆ ଭାଷାକୁ ପରିପୁଷ୍ଟ କରିଛି। ଭାଷାକୁ ନେଇ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ସବୁକିଛି ସମ୍ଭବ। ସମୟର ତାଳ ଦେଇ ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟା ଯୁଗରେ ମାତୃଭାଷା ଆଗକୁ ବଢ଼ି ଚାଲିଛି। ସବୁ ଭାଷା ଶିଖିବା ଉଚିତ୍‌। ମାତ୍ର ମାତୃଭାଷାର ବ୍ୟବହାର କଲେ ତାହା କେବେ ବିଲୟ ହେବନାହିଁ ବୋଲି ଅନେକ ସମୟରେ ଭାଷାବିତ୍‌ମାନେ ମତ ଦିଅନ୍ତି। ବୁଧବାର ଅନ୍ତର୍ଜାତୀୟ ମାତୃଭାଷା ଦିବସ ଉପଲକ୍ଷେ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଉପସ୍ଥାପନା।

ମାତୃଭାଷା ପାଇଁ ଏକ ଭଲ ସମୟ ଆସିଛି
ନିକଟରେ ୩ଦିନ ଧରି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଲା। ସେଠାରେ ଭାଷାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା କରାଗଲା, ଯାହା ଓଡ଼ିଆ ଭାଷାର ଗବେଷଣା ଦିଗରେ ଏକ ନୂତନ ଦିଗ ସୃଷ୍ଟି କରିଛି। ଯେଉଁ ଗବେଷଣା ପଛରେ ରହିଯାଇଛି ତାହାକୁ ଏବେ ଆଗକୁ ନେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଛି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ବାଣିଜି୍ୟକ କ୍ଷେତ୍ରରେ ମଧ୍ୟ କିଭଳି ମାତୃଭାଷା ବ୍ୟବହାର କରିହେବ ତାହା ଶିଖିବାକୁ ମିଳିଛି। ନୂଆ ଶବ୍ଦାବଳୀ, ଭାଷାକୋଷ ତିଆରି ହେଉଛି। ସର୍ବୋପରି କହିବାକୁ ଗଲେ ମାତୃଭାଷା ପାଇଁ ଏକ ଭଲ ସମୟ ଆସିଛି।
– ପ୍ରଫେସର ବସନ୍ତ କୁମାର ପଣ୍ଡା, ଭାଷାବିତ୍‌

 

ଅନ୍ୟ ଭାଷାର ଅନୁପ୍ରବେଶ ସତ୍ତ୍ୱେ ମାତୃଭାଷାକୁ ବଞ୍ଚାଇ ରଖିବାକୁ ହେବ
ଗାଁରୁ ହିଁ ଭାଷାର ଜନ୍ମ। ତେଣୁ ଗ୍ରାମର ଭାଷାକୁ ବଞ୍ଚାଇ ରଖିବାକୁ ସମସ୍ତେ ଚେଷ୍ଟା କରିବା ଦରକାର। ଆମ ଭାଷା ସବୁବେଳେ ପ୍ରତିକୂଳ ପରିସ୍ଥିତି ଦେଇ ଆଗକୁ ବଢ଼ିଛି। ଆମ ମାତୃଭାଷାରେ ଅନ୍ୟ ଭାଷାର ଅନୁପ୍ରବେଶ ପରେ ମଧ୍ୟ ତାହା ବିଲୟ ହୋଇନାହିଁ କି ହେବ ନାହିଁ। ନିକଟରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜିତ ହୋଇଥିଲା। ଆମେ ଯଦି ସକାରାତ୍ମକ ଦୃଷ୍ଟିରେ ଦେଖିବା ତା’ହେଲେ ଅନେକ ଦିଗରେ ଏହା ଏକ ସଫଳ ପ୍ରୟାସ। ସରକାରୀ ସ୍ତରରେ ଇଂଲିଶକୁ ତ ସମ୍ପୂର୍ଣ୍ଣ ବନ୍ଦ କରି ହେବନାହିଁ, ମାତ୍ର ଓଡ଼ିଆ ଭାଷାର ବହୁଳ ବ୍ୟବହାର କରିବା ଆବଶ୍ୟକ। ମାତୃଭାଷାରେ ଦୃଢ଼ ହେଲେ ପ୍ରତ୍ୟେକ ଭାରତୀୟ ଦକ୍ଷତା ହାସଲ କରିପାରିବେ। – ସଂଘମିତ୍ରା ଭଞ୍ଜ, ଅଧ୍ୟାପିକା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

 

ମାତୃଭାଷା ଲେଖକ ହେବାର ସୁଯୋଗ ଦିଏ
ମାତୃଭାଷା ଆମର ଅମୂଲ୍ୟ ସମ୍ପଦ। ନିଜ ମନର କଥାକୁ ସ୍ବତଃପ୍ରବୃତ ଭାବେ ପ୍ରକାଶ କରିବା ପାଇଁ ମାତୃଭାଷା ହିଁ ଉତ୍ସାହିତ କରେ। ମାତୃଭାଷା ପାଇଁ ଅନେକ ଲେଖକ ହେବାର ସୁଯୋଗ ପାଇଛନ୍ତି। ଏହି ମାତୃଭାଷାର ସଂରକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ। ପ୍ରତ୍ୟେକେ ଏ ନେଇ ଉଦ୍ୟମ କରିବା ଦରକାର। ମାତୃଭାଷା ପାଇଁ ବର୍ତ୍ତମାନର ଯୁବପିଢ଼ି ଏକ ପ୍ରମୁଖ ମାଧ୍ୟମ। ଦୈନନ୍ଦିନ ଜୀବନରେ ମାତୃଭାଷାର ବ୍ୟବହାର କଲେ ହିଁ ଆଗାମୀ ଦିନରେ ମାତୃଭାଷା ପାଇଁ ଏକ ଅବସର ମିଳିପାରିବ।
– ଡିଲେଶ୍ୱର ରଣା, ଯୁବ କବି

 

ସରକାର ଯୋଗ୍ୟ ଲୋକଙ୍କ ସହଯୋଗ ଲୋଡ଼ିବା ଉଚିତ
ବିଡ଼ମ୍ବନା ହେଉଛି ଯେ, ଆମ ମାତୃଭାଷା ଓଡ଼ିଆ ବିଶ୍ବର ଏକ ଶ୍ରେଷ୍ଠ ଭାଷା ହୋଇଥିଲେ ମଧ୍ୟ ବର୍ଣ୍ଣମାଳା, ଲିପି, ଅକ୍ଷର ସଂଯୋଜନ, ବନାନ ଓ ବ୍ୟାକରଣରେ ଲୋକେ ମନଇଚ୍ଛା ଭାଷାକୁ ବ୍ୟବହାର କରୁଛନ୍ତି। ଶାସ୍ତ୍ରୀୟ ଭାଷାର ଏକ ତ୍ରୁଟିଶୂନ୍ୟ ମାନକ ରୂପ ସର୍ବତ୍ର ବ୍ୟବହୃତ ହେବା କଥା। ଯୁବପିିଢ଼ିଙ୍କୁ ଏ ବିପର୍ଯ୍ୟୟ ବିଷୟରେ ସଚେତନ କରାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଭାଷା ସମ୍ମିଳନୀ ଆକର୍ଷଣୀୟ ଓ ବିଶାଳ ଆୟୋଜନ ପ୍ରକୃତରେ ଅବିସ୍ମରଣୀୟ। ସାଧାରଣ ଜନମାନସରେ ଏହାର ବେଶ୍‌ ଅନୁକୂଳ ପ୍ରଭାବ ପଡ଼ିଥିବା ସହଜେ ଅନୁମେୟ। ମାତ୍ର ଓଡ଼ିଆ ଭାଷାର ଚଳନ୍ତି ସମସ୍ୟା ସବୁକୁ ଦୂର କରିବା ପାଇଁ ସରକାର ପ୍ରକୃତ ଯୋଗ୍ୟ ଲୋକଙ୍କ ସହଯୋଗ ଲୋଡ଼ିବା ଉଚିତ୍‌। ନଚେତ୍‌ ଆଗକୁ ଯିବା ପରିବର୍ତ୍ତେ ଆମେ ହୁଏତ ଶହେବର୍ଷ ପଛକୁ ଚାଲିଯିବା।
– ଡ. ପ୍ରସନ୍ନ କୁମାର ମହାନ୍ତି, ପୂର୍ବତନ ନିର୍ଦ୍ଦେଶକ, ଓଡ଼ିଆ ଭାଷା ପ୍ରତିଷ୍ଠାନ

 

ସାମାଜିକ ଗଣମାଧ୍ୟମରେ ଯୁବପିଢ଼ି ମାତୃଭାଷାର ବ୍ୟବହାର କରନ୍ତୁ
ଆମେ ଜନ୍ମ ହେବା ପରେ ମାତୃଭାଷାରେ ହିଁ କଥା କହୁ। ମାତ୍ର ଧୀରେ ଧୀରେ ମାତୃଭାଷାର ବ୍ୟବହାର କମ୍‌ କରିଦେଉଛୁ। ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇବା ସହ ମାତୃଭାଷାକୁ ମଧ୍ୟ ଅଣଦେଖା କରୁଛୁ। ଏମିତିକି ନିଜ ଭାଷା କହିଲେ ତାହା ଓଲ୍ଡ ଫ୍ୟାଶନ ବୋଲି ଭାବୁଛୁ। ମାତୃଭାଷାର ବ୍ୟବହାର ସମସ୍ତେ ଶିଖିବା ଦରକାର। ସବୁ ପ୍ଲାଟଫର୍ମରେ ଭାଷାକୁ ଆଗକୁ ନେଇ ହେବ। ଯୁବପିଢ଼ି ଏବେ ରିଲ୍ସ କରୁଛନ୍ତି, ଯେଉଁଠି ଓଡ଼ିଆ ଗୀତ ବଦଳରେ ଇଂଲିଶ ଓ ହିନ୍ଦୀ ଗୀତକୁ ପ୍ରଥମେ ପ୍ରାଧାନ୍ୟ ଦେଉଛନ୍ତି। ସାମାଜିକ ଗଣମାଧ୍ୟମ ବ୍ୟବହାର କରି ଆମେ ଓଡ଼ିଆ ଗୀତ, ଓଡ଼ିଆ କଥା ଏବଂ ସାହିତ୍ୟର ପ୍ରଚାର ପ୍ରସାର କରିବା ଦରକାର। – ଶ୍ୱେତାଲିନା ମହାନ୍ତି, ଛାତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଟିକେଟ୍ ରିଫଣ୍ଡ ନିୟମରେ ବଡ଼ ପରିବର୍ତ୍ତନ, 8 ଘଣ୍ଟାରୁ କମ୍ ସମୟ ପୂର୍ବରୁ ବାତିଲ୍ କଲେ…..

ନୂଆଦିଲ୍ଲୀ,୨୪।୩: ଟିକେଟ କଳାବଜାର ରୋକିବା ପାଇଁ, ରେଳବାଇ ଏହାର ରିଫଣ୍ଡ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏବେ, ଯାତ୍ରୀମାନେ ଟିକେଟ୍ ବାତିଲ କରିବା ପରେ ଆଉ ସମ୍ପୂର୍ଣ୍ଣ…

ଯୁଦ୍ଧରେ ବଢି ଚାଲିଥିବା କ୍ଷତିକୁ ନେଇ ଚିନ୍ତାରେ ପଡ଼ିଗଲେଣି ଟ୍ରମ୍ପ, ଅନ୍ୟ ଉପରେ ଦୋଷ ଲଦି ଏହି ଦେଶକୁ ମନାଇବାକୁ କରୁଛନ୍ତି ପ୍ରୟାସ

ଓ୍ବାଶିଂଟନ,୨୪।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଅସ୍ବୀକାର ଅବସ୍ଥାରେ ବା ଡିନାୟଲ ମୋଡ୍‌ରେ ପ୍ରବେଶ କରିଛନ୍ତି। ସେ ନିଜ ଭୁଲର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା…

ବୁଢ଼ାଢିଅ ଗାଁ ରେ ଥିବା କିଛି ଘରେ ଥିଲା ଗଞ୍ଜେଇ: ଚଢ଼ାଉପରେ ୭ ଲକ୍ଷ ଟଙ୍କାର …

ମୋହନା,୨୪।୩(ମନ୍ମଥ ମିଶ୍ର): ଗଜପତି ଅଡବା ଥାନା ଅଞ୍ଚଳ ଗତ କିଛି ଦିନ ହେବ ଗଞ୍ଜେଇ ବେପାରୀଙ୍କ ନିଦ ହଜାଇ ଦେଇଛି ପୋଲିସ। ଆର୍‌ ଉଦୟଗିରୀ ଏସଡିପିଓ ରାକେଶ…

ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ହିନ୍ଦୁ, ବୌଦ୍ଧ, ଶିଖ ଧର୍ମାବଲମ୍ବୀ…

ନୂଆଦିଲ୍ଲୀ,୨୪।୩: ଧର୍ମ ପରିବର୍ତ୍ତନ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି, ହିନ୍ଦୁ, ଶିଖ କିମ୍ବା ବୌଦ୍ଧ ଧର୍ମ ବ୍ୟତୀତ ଅନ୍ୟ କୌଣସି…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri