ଆଜି କାର୍ତ୍ତିକ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି: ଲକ୍ଷ୍ମୀ ନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ

ପୁରୀ,୪ା୧୧: ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି। ଏହି ପରିପ୍ରେକ୍ଷୀରେ ମହାପ୍ରଭୁ ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି। ତ୍ରୟୋଦଶୀ ତିଥି ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ସମ୍ପନ୍ନ ହୋଇଛି।

ହେଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହିଛି। ଚଳିତ ବର୍ଷ ଦ୍ୱାଦଶୀ ତିଥି କ୍ଷୟ ଯୋଗୁ ମହାପ୍ରଭୁଙ୍କ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହୋଇ ନ ଥିବାବେଳେ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ସମ୍ପନ୍ନ କରାଯାଇଥିଲା।

ବୁଧବାର କାର୍ତ୍ତିକ ପୂର୍ଣ୍ଣମୀ। ମହୋଦଧିରେ ଡଙ୍ଗା ଭସାଇ ଜଗା ଦର୍ଶନ ସହ ମହାପ୍ରସାଦ ସେବନ କରି କାର୍ତ୍ତିକ ବ୍ରତ ସମାପନ ଲାଗି ପୁରୀକୁ ଛୁଟି ଆସୁଛନ୍ତି ଭକ୍ତ।

ଏଭଳି ସ୍ଥିତିରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସାଙ୍ଗକୁ ଭିଡ଼ ନିୟନ୍ତ୍ରଣ ପୋଲିସ ପାଇଁ ପୁଣି ଏକ ବଡ଼ ଚ୍ୟାଲେଞ୍ଜ ରହିଛି। ଅନ୍ୟପକ୍ଷେ ଶ୍ରୀମନ୍ଦିରକୁ ଭିଆଇପି ଦର୍ଶନରେ ବ୍ରେକ ଦିଆଯାଇଛି। ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶୃଙ୍ଖଳିତ ଦର୍ଶନ ଏବଂ ନୀତିକାନ୍ତି ସଞ୍ଚାଳନକୁ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budget 2026: ବଡ ଘୋଷଣା କରିଦେଲେ ଅର୍ଥମନ୍ତ୍ରୀ, ଓଡ଼ିଶାରେ ସୃଷ୍ଟି ହେବ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧।୨: ୨୦୨୬-୨୭ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦେଶର ଖଣିଜ ସମ୍ପଦର ସଦୁପଯୋଗ ଏବଂ ଆମଦାନୀ…

ପୋଲିସ ଗାଡି ଧକ୍କାରେ ଗଲା ଜୀବନ

ବଲାଙ୍ଗୀର,୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା ପେଟ୍ରୋଲ ପମ୍ପର ନିକଟ ବୁଲାଣି ରାସ୍ତାରେ ଶନିବାର ରାତିରେ ଭୟଙ୍କର ଦୁର୍ଘଟଣା ଘଟିଛି। ମୋଟର ସାଇକେଲରେ ଆସୁଥିବା…

ଗାଁ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଉପକୃତ ହେବେ ଗ୍ରାମୀଣ ଯୁବକ

ନୂଆଦିଲ୍ଲୀ,୧ା୨: ରବିବାର ପୂର୍ବାହ୍ନରେ ପାର୍ଲାମେଣ୍ଟରେ ବଜେଟ୍‌ ୨୦୨୬-୨୭ ଆଗତ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଲଗାତର ୯ମ ଥର ପାଇଁ ବଜେଟ ଆଗତ…

Union Budget: ବଜେଟରେ ‘ସମସ୍ତଙ୍କ ପାଇଁ ବୀମା’ ସ୍ବପ୍ନ ସାକାର ହେବ କି? ଜାଣନ୍ତୁ ସବିଶେଷ ତଥ୍ୟ

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର, ଫେବୃଆରୀ ୧, ୨୦୨୬ରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ବୀମା ଶିଳ୍ପ ଏଥିପାଇଁ ବହୁତ…

ବାପା ହେଲେ ସୁପରଷ୍ଟାର ରାମ ଚରଣ: ଉପାସନା ଜନ୍ମ ଦେଲେ ଯମଜ ସନ୍ତାନ

ମୁମ୍ବାଇ: ଟଲିଉଡର ପାୱାର କପଲ ରାମ ଚରଣ ଏବଂ ଉପାସନା କୋନିଡେଲାଙ୍କ ଘରକୁ ଆସିଛନ୍ତି ଦୁଇ ନୂଆ ଅତିଥି। ଉପାସନା ଏକ ପୁତ୍ର ଏବଂ ଏକ କନ୍ୟା…

ଟ୍ରେନରେ ଯାତ୍ରା କରୁଥିଲେ ଖୁସିଖବର, ୫୦% କମିଯିବ ଟ୍ରେନଭଡା!

ନୂଆଦିଲ୍ଲୀ,୧।୨: ଦେଶର ଲକ୍ଷ ଲକ୍ଷ ରେଳ ଯାତ୍ରୀ ଆଗାମୀ କେନ୍ଦ୍ର ବଜେଟ 2026 କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସବୁବେଳେ ପରି, ସାଧାରଣ ଲୋକ ଆଶା…

୨୦୨୫ରେ ଦେଶ ଛାଡିଛନ୍ତି ୭ ଲକ୍ଷରୁ ଅଧିକ ପାକିସ୍ତାନୀ, ରିପୋର୍ଟରେ ବଡ଼ ଦାବି

ଇସଲାମାବାଦ,୧।୨: ୨୦୨୫ ମସିହାରେ ୭,୬୦,୦୦୦ ରୁ ଅଧିକ ପାକିସ୍ତାନୀ ନିଯୁକ୍ତି ଖୋଜିବାକୁ ଦେଶ ଛାଡିଥିଲେ। ଏହି ସଂଖ୍ୟା ଦେଶରେ ବଢୁଥିବା ଆର୍ଥିକ ଚାପ ଏବଂ ନିଯୁକ୍ତି ସୁଯୋଗର…

ବିବାହିତଙ୍କୁ Budget 2026 ରୁ ମିଳିବ ଖୁସିଖବର! ଆଉ ଦେବାକୁ ପଡିବନି…

ନୂଆଦିଲ୍ଲୀ,୧।୨: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସଂସ୍ଥାନ (ICAI) ବିବାହିତ ଦମ୍ପତିଙ୍କ ପାଇଁ ଇଚ୍ଛାଧୀନ ଯୁଗ୍ମ ଟିକସ ପ୍ରସ୍ତାବ ଦେଇଛି। ଯଦି ଏହା କାର୍ଯ୍ୟକାରୀ ହୁଏ, ତେବେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri