Posted inଖେଳ

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ଏକ ଐତିହାସିକ ଦିନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୭: ଭାରତୀୟ କ୍ରିକେଟ ଇତିହାସରେ ଜୁଲାଇ ୧୩ ଅର୍ଥାତ ଆଜି ଏକ ବିଶେଷ ଦିନ। ୨୦୦୨ ମସିହାରେ ଏହି ଦିନ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଇତିହାସ ସୃଷ୍ଟି କରିଥିଲା ଏବଂ ନାଟୱେଷ୍ଟ ସିରିଜର ଫାଇନାଲରେ ଜିତିଥିଲା। ଟାଇଟଲ ମ୍ୟାଚରେ ଅଲରାଉଣ୍ଡର ଯୁବରାଜ ସିଂ ଏବଂ ମହମ୍ମଦ କୈଫ ଚମତ୍କାର ପ୍ରଦର୍ଶନ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଇଂଲଣ୍ଡରୁ ଭାରତ ସଫଳତାର ସହ ୩୨୬ ରନ ହାସଲ କରିପାରିଥିଲେ।
ଇଂଲଣ୍ଡ ଅଧିନାୟକ ନାସିର ହୁସେନ ଟସ ଜିତି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଓପନର୍‌ ମାର୍କସ ଟ୍ରେସ୍କୋଥିକ ଏବଂ ଅଧିନାୟକ ହୁସେନ ଶତକ ହାସଲ କରିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପେସର ଜହିର ଖାନ ୩ ଉଇକେଟ ନେଇଥିବାବେଳେ ଆଶିଷ ନେହେରା ଏବଂ ଅନିଲ କୁମ୍ବଲେ ୧-୧ ଉଇକେଟ ନେଇଥିଲେ। ୩୨୬ ରନ ଲକ୍ଷ୍ୟ ହାସଲ କରିବା ଅତ୍ୟନ୍ତ କଷ୍ଟକର ମନେ ହେଉଥିଲା। ପ୍ରଥମ ଉଇକେଟ ପାଇଁ ବୀରେନ୍ଦ୍ର ସେହ୍ବାଗ ଏବଂ ଅଧିନାୟକ ଗାଙ୍ଗୁଲି ୧୦୬ ରନ ଯୋଡି ଭାରତର ଆଶା ବଢାଇଥିଲେ। ଉଭୟଙ୍କ ଉଇକେଟ ୧୧୪ ରନ୍‌ରେ ପଡିଯାଇଥିଲା। ଏହା ପରେ ଅଧା ଦଳ ୧୪୬ ରନରେ ପାଭିଲିୟନକୁ ଫେରିଥିଲେ। ଏଭଳି ପରିସ୍ଥିତିରେ ଭେଟେରାନ ଯୁବରାଜ ସିଂ ଏବଂ ମହମ୍ମଦ କୈଫ ୧୨୧ ରନ ଭାଗିଦାରୀ କରିଥିଲେ। ୯ ଚୌକା ଓ ଗୋଟିଏ ଛକା ସହାୟତାରେ ୬୩ ବଲରେ ୬୯ ରନ ସ୍କୋର କରିବା ପରେ ଯୁବରାଜ ପାଭିଲିୟନକୁ ଫେରିଥିଲେ। କୈଫ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ୮୭ ରନ ସ୍କୋର କରିଥିଲେ। ସେ ୧୦୯ ବଲ୍‌ରୁ ଅପରାଜିତ ଇନିଂସରେ ୬ ଚୌକା ଓ ୨ ଛକା ମାରିଥିଲେ। ୮ ଉଇକେଟ ହରାଇ ଭାରତ ୪୯.୩ ଓଭରରେ ଲକ୍ଷ୍ୟ ହାସଲ କରିଥିଲା। କୈଫଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟ୍ରଫି ଦିଆଯାଇଥିଲା। ଭାରତ ବିଜୟ ହେବା ପରେ ମ୍ୟାଚ ଥିଲା ଗାଙ୍ଗୁଲି ଲର୍ଡସ ଗ୍ରାଉଣ୍ଡରେ ଟି-ସାର୍ଟ ଖେଶଲି ସେଲିବ୍ରେସନ୍‌ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri