ଆଜି ବରଗଡ଼ରେ ୮୧ ନୂଆ କରୋନା ପଜିଟିଭ୍‌: ଜାଣନ୍ତୁ କେଉଁ ବ୍ଲକରୁ କେତେ

ବରଗଡ଼ ଅଫିସ,୬ା୮: ବରଗଡ଼ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ଗୁରୁବାର ଜିଲାରେ ୮୧ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବରଗଡ଼ ପୌରାଞ୍ଚଳର ସର୍ବାଧିକ ୩୨ ଆକ୍ରାନ୍ତ ରହିଛନ୍ତି। ସେହିପରି ସୋହେଲାରୁ ୪, ଭେଡ଼େନରୁ ୩, ଭଟଲିରୁ ୧୧, ଗାଇସିଲେଟ୍‌ରୁ ୧୫, ଅମ୍ବାଭୋନାରୁ ୪, ପଦ୍ମପୁର ପୌରାଞ୍ଚଳରୁ ୩, ବରପାଲି ପୌରାଞ୍ଚଳରୁ ୮ ଏବଂ ବରଗଡ଼ ବ୍ଲକରୁ ଜଣେ ଆକ୍ରାନ୍ତ ରହିଛନ୍ତି। ତେବେ ବରଗଡ଼ ପୌରାଞ୍ଚଳର ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଓ୍ବାର୍ଡ ନଂ-୭ ବିଶିପଡ଼ାର ୧୧, ନିଗମାନନ୍ଦ ବିହାରର(୧ ନଂ ଓ୍ବାର୍ଡ)ର ୬, ୧୬ନଂ ଓ୍ବାର୍ଡ ବଦ୍ରିପ୍ରସାଦ ଆପାର୍ଟମେଣ୍ଟର ୨, ୪ ନଂ ଓ୍ବାର୍ଡ ତଳିପଡ଼ା ସମଲେଶ୍ୱରୀ ମନ୍ଦିର ନିକଟରୁ ୨, ୮ ନଂ ଓ୍ବାର୍ଡ ବ୍ୟାଙ୍କ ଅଫ୍‌ ବରୋଦା ନିକଟରୁ ୨, ୨ ନଂ ଓ୍ବାର୍ଡ ନଦୀପଡ଼ାର ଜଣେ, ପିଏଚ୍‌ଡି ପଡ଼ାର ଜଣେ, ୧୩ ନଂ ଓ୍ବାର୍ଡ ମିନି ଷ୍ଟାଡିୟମ ପଛପଟ ପଡ଼ାର ଜଣେ, ୧୮ ନଂ ଓ୍ବାର୍ଡ ଭାରତୀ ନଗରର ଜଣେ, ବାନ୍ଦୁଟିକ୍ରା ସୁନାରୀ ଗଳିର ଜଣେ, ୩ ନଂ ଓ୍ବାର୍ଡ ହାଟପଦାର ଜଣେ, ୧ନଂ ଓ୍ବାର୍ଡର ଭୁରସୁଙ୍ଗବନ୍ଧ ପଡ଼ାର ଜଣେ, ୭ ନଂ ଓ୍ବାର୍ଡ ବନ୍ଧତଳ ନୂଆପଡ଼ାର ଜଣେ, ଭଟଲି ଛକ ଶ୍ରୀକୁଞ୍ଜ ହାଇଟ୍‌ସ୍‌ର ଜଣେ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଗାଇସିଲେଟ୍‌ ବ୍ଲକ ଅନ୍ତର୍ଗତ ଗୌରେନମୁଣ୍ଡାର ୧୧ଜଣ, କନ୍ଧୁମୁଣ୍ଡାର ଜଣେ, କଠଉମାଲର ଜଣେ, ଟେଙ୍ଗନାପାଲିର ଜଣେ, ଭେଡ଼େନ ବ୍ଲକ ଅନ୍ତର୍ଗତ ଝରାପାଲିର ଜଣେ, ସାରସପାଲିର ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅମ୍ବାଭୋନା ବ୍ଲକ ଭୈନାତୋରାରୁ ଜଣେ, ବଡ଼ଦର୍ଲିପାଲିରୁ ଜଣେ, ବେହେରାପାଲିରୁ ଜଣେ ଏବଂ ଅମ୍ବାଭୋନାରୁ ଜଣେ ଆକ୍ରାନ୍ତ ରହିଛନ୍ତି। ସୋହେଲା ବ୍ଲକର ସାଲେପାଲିର ୩ ଜଣ, କୁଟରାପାଲିର ଜଣେ, ଭଟଲି ବ୍ଲକ ଭଟଲିରୁ ୪, ଉଦେପାଲିର ୫, ଟୁକୁର୍ଲାର ଜଣେ, ଚଢ଼େଇଗାଁର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହିତ ପଦ୍ମପୁର ସବ୍‌ଜେଲର ୩ଜଣ, ବରପାଲି ଏନ୍‌ଏସି ବରଗଡ଼-ବଲାଙ୍ଗୀର ରାସ୍ତାକଡ଼ ଷ୍ଟେଟବ୍ୟାଙ୍କ ଏଟିଏମ୍‌ ନିକଟରୁ ଜଣେ ଏବଂ ବରଗଡ଼ ବ୍ଲକ ଖୁଣ୍ଟପାଲି ଗ୍ରାମରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣ ସଙ୍ଗରୋଧରେ ଥିବାବେଳେ ଅନ୍ୟ ସମସ୍ତଙ୍କୁ ବରଗଡ଼ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।