ଭୁବନେଶ୍ୱର,୬।୧୨(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୫୭୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୭୮ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୫୪, ମୟୂରଭଞ୍ଜରୁ ୫୧, ସୁନ୍ଦରଗଡରୁ ୪୩, ବଲାଙ୍ଗିରିରୁ ୪୧, ଖୋର୍ଦ୍ଧାରୁ ୪୦, ପୁରୀରୁ ୩୭, ବାଲେଶ୍ବରରୁ ୩୪, କଳାହାଣ୍ଡିରୁ ୨୪, ଜଗତସିଂହପୁରରୁ ୨୦, ଯାଜପୁରରୁ ୧୮, ନୂଆପଡାରୁ ୧୭, ବରଗଡରୁ ୧୪, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୧୩, ସମ୍ବଲପୁରରୁ ୧୩, ଭଦ୍ରକରୁ ୧୨ ସୁସ୍ଥ ହୋଇଛନ୍ତି। ସେହିପରି ଢେଙ୍କାନାଳରୁ ୮, ଝାରସୁଗୁଡାରୁ ୭, ନବରଙ୍ଗପୁରରୁ ୬, ରାୟଗଡାରୁ ୩, ସୋନପୁରରୁ ୩, ଦେବଗଡରୁ ୨, ଗଞ୍ଜାମରୁ ୨, କନ୍ଧମାଳରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ବୌଦ୍ଧରୁ ୧, ମାଲକାନଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।


