କଟକ ସହରରୁ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୫୪ ପଜିଟିଭ୍‌ ଚିହ୍ନଟ

କଟକ ଅଫିସ,୨୨ା୭: ବୁଧବାର କଟକ ସହରରୁ ୫୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୫୨ରେ ପହଞ୍ଚିଥିବା କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ଆକ୍ରାନ୍ତମାନଙ୍କ ମଧ୍ୟରେ ୧୧ଟି ଇନ୍‌ଷ୍ଟିଚ୍ୟୁଶନାଲ କେସ୍‌ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ। ୪୧ ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମଣିସାହୁ ଛକରୁ ୨ ଜଣ, ଶଙ୍କରପୁର ପରିଡ଼ାସାହରୁ ୮ ଜଣ ଏବଂ ଖତ୍‌ବିନ୍‌ ସାହିରୁ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, କଟକ ସହରରୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୪୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୫ ଜଣ ସୁସ୍ଥ ହୋଇଥିବା ବେଳେ ୨୧୯ ଜଣ ଚିକିତ୍ସିତ ହେଉଛନ୍ତି। ୮ ଜଣଙ୍କ ମୃତ୍ୟୁ ଘଟିଛି।