ଭୁବନେଶ୍ୱର,୫।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୯୨ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୭ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୩୫୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୯୮୮୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୦୪ ଜଣଙ୍କର ମୃତ୍ୟୁ ଘଟିଛି।ବର୍ତ୍ତମାନ ୩୫୩୭ ଜଣ ଆକ୍ରାନ୍ତ ଚିକିତ୍ସିତ ଅଛନ୍ତି।


