ଆଜି ପହିଲି ରଜ

ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା। ଏଥିରେ ଆଦିବାସୀ ନୃତ୍ୟଗୀତର ଝଲକ ଦେଖିବାକୁ ମିଳିଥାଏ। ଏଥିପାଇଁ ରଜର ୩/୪ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଘର ଲିପାପୋଛା ଓ ରଙ୍ଗ ମରା ହୋଇଥାଏ। ନୂଆ ଲୁଗାପଟା କିଣା ସାଙ୍ଗକୁ ପିଠାପଣା ପ୍ରସ୍ତୁତି ଆରମ୍ଭ ହୋଇଯାଏ। ବିଭିନ୍ନ ପ୍ରକାରର ମଣ୍ଡା, କାକରା, ଆରିସା, ପୋଡ଼ପିଠା, ସିଝା, ଚକୁଳି ଆଦି ପିଠା ପ୍ରସ୍ତୁତି କରାଯାଏ। କାରଣ ମହିଳାମାନେ ରଜ ଦିନ ଦୋଳି ଖେଳରେ ସମୟ ବିତାଇଥାନ୍ତି। କମ୍‌ କାମ କରିଥାନ୍ତି। ନୂଆ ପୋଷାକ ପିନ୍ଧି ସୁସଜ୍ଜିତ ହୋଇ ମହିଳା ଓ କୁମାରୀମାନେ ପିଠାପଣା ଖାଇ ଦୋଳି ଖେଳନ୍ତି। ଘରେ ମାଂସ, ମାଛର ତରକାରି ପ୍ରସ୍ତୁତ ହୋଇଥାଏ। ପିଲାଠାରୁ ଆରମ୍ଭ କରି ବୟସ୍କ, ବୃଦ୍ଧାବୃଦ୍ଧ ସମସ୍ତଙ୍କ ମଧ୍ୟରେ ଭିନ୍ନ ଖୁସି ଓ ଉନ୍ମାଦ ଦେଖିବାକୁ ମିଳେ।
ପରମ୍ପରାକୁ ବଜାୟ ରଖିବା ପାଇଁ ଜିଲା ମୁଖ୍ୟାଳୟ, ବୀଣାଝରୀ, ବିସ୍ତାପାଳ, ଜଳବଙ୍ଗ, ସୀତାବିଞ୍ଜ ଭଳି କେତେକ ଗ୍ରାମ ଓ ଆନନ୍ଦପୁର ଅଞ୍ଚଳରେ ସ୍ଥାନୀୟ ଲୋକ ଓ ସଙ୍ଗଠନ ଉଦ୍ୟମରେ ମେଳା ଆୟୋଜନ କରାଯାଉଛି। ସେହିପରି ଜିଲାର ଗୋବର୍ଦ୍ଧନ, ଜାମୁଜୋଡି, ପଟିଲୋ, ବଲାଣୀପଶି, ଜଙ୍ଘିରା, ଚମ୍ପୁଆ, ଉଖୁଣ୍ଡା, ଜାଲି, ତେଲକୋଇ, ଆନନ୍ଦପୁର ଓ ବାଂଶପାଳ ବ୍ଲକର ଆଦିବାସୀ ଅଞ୍ଚଳରେ ରଜ ପର୍ବ ପାଳନ କରାଯାଉଛି। ସହରାଞ୍ଚଳରେ ପାର୍କର ଲୁହା ଦୋଳିରେ ଖେଳିଥାନ୍ତି। ଦୋଳିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାର ରଜ ଗୀତ, ତାସ, ଲୁଡୁ, ବାଗୁଡ଼ି ଆଦି ଖେଳ ପ୍ରତିଯୋଗିତା ସହ ନାଚଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଘଟଗଁା ବ୍ଲକର ବୀଣାଝରୀରେ ବହୁ କିସମର ଦୋଳି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ସଦର ବ୍ଲକର ବିସ୍ତାପାଳରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷଙ୍କ ରାତିତମାମ ନୃତ୍ୟଗୀତ, ସଦର ବ୍ଲକର ଜଳବଙ୍ଗରେ ରଜବତୀ ବିବାହ ନିଆରା ପରମ୍ପରା ବହୁ ବର୍ଷରୁ ଚାଲିଆସୁଛି। ପାୈରାଣିକ ପୀଠ ସୀତାବିଞ୍ଜ୍‌ରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ଏଠାରେ ଦୋଳିର ସେଭଳି ବ୍ୟବସ୍ଥା ନ ଥିଲେ ମଧ୍ୟ ମାତା ସୀତା, ଲବ ଓ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ କରିବାକୁ ଲୋକେ ଏହି ପୀଠକୁ ଆସିଥାନ୍ତି।
ସାହିତି୍ୟକ ଲଗ୍ନଜିତ ପ୍ରଦୀପ ରାଉତ କହନ୍ତି, ଏହି ଦିନରେ ପରିବାର ଲୋକେ ଯେଉଁଠି ଥାଆନ୍ତୁନା କାହିଁକି ଏକାଠି ହୋଇଥାନ୍ତି। ବେଶ୍‌ ଖୁସିରେ ପର୍ବ ପାଳନ କରିଥାନ୍ତି। ଆଗରୁ ପ୍ରତ୍ୟେକ ଗ୍ରାମ ବା ଘରେ ଘରେ ଦୋଳି ହେଉଥିଲା। କିନ୍ତୁ ଜଙ୍ଗଲ ଧ୍ୱଂସ ପାଇବା ସହ ଜଙ୍ଗଲ ସୁରକ୍ଷା ପାଇଁ ଆଇନ କଡ଼ାକଡ଼ି ହେବା ସାଙ୍ଗକୁ ଲୋକଙ୍କ ମଧ୍ୟରେ ଆଗ୍ରହ କମୁଥିବାରୁ ଏହି ପର୍ବ ଆଗଭଳି ପାଳନ ହୋଇପାରୁନାହିଁ ବୋଲି ଗବେଷକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ପାକିସ୍ତାନର ସ୍ଥିତି ସାଂଘାତିକ, LPG-ଡିଜେଲ-ପେଟ୍ରୋଲ ପରେ ଏବେ ବଢ଼ିଲା ଔଷଧ ଦାମ୍

ଇସଲାମାବାଦ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ପ୍ରଭାବ ପଡ଼ୋଶୀ ପାକିସ୍ତାନ ଉପରେ ପଡୁଛି । ଏଲପିଜି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ, ଔଷଧର ମୂଲ୍ୟରେ ମଧ୍ୟ ଏବେ…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଇରାନର ବଡ଼ ଦାବି, ମିଶାଇଲ୍ ଆଟାକରେ ଦୁଇଖଣ୍ଡ ହେଲା ଆମେରିକାର AWACS

ନୂଆଦିଲ୍ଲୀ,୨୯।୩: ଇରାନ ରବିବାର ଦିନ ସାଉଦି ଆରବରେ ଥିବା ଏକ ଆମେରିକୀୟ ଏୟାରବେସ୍ ଉପରେ ମିଶାଇଲ୍ ଏବଂ ଡ୍ରୋନ ଆଟାକ୍ କରିଛି । ଏହି ଆକ୍ରମଣରେ ଆମେରିକୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri