ଆଜି ପହିଲି ରଜ

ଆଦିବାସୀ ବହୁଳ କେନ୍ଦୁଝର ଜିଲାରେ ରଜ ପର୍ବ ନିଆରା। ଏଥିରେ ଆଦିବାସୀ ନୃତ୍ୟଗୀତର ଝଲକ ଦେଖିବାକୁ ମିଳିଥାଏ। ଏଥିପାଇଁ ରଜର ୩/୪ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଘର ଲିପାପୋଛା ଓ ରଙ୍ଗ ମରା ହୋଇଥାଏ। ନୂଆ ଲୁଗାପଟା କିଣା ସାଙ୍ଗକୁ ପିଠାପଣା ପ୍ରସ୍ତୁତି ଆରମ୍ଭ ହୋଇଯାଏ। ବିଭିନ୍ନ ପ୍ରକାରର ମଣ୍ଡା, କାକରା, ଆରିସା, ପୋଡ଼ପିଠା, ସିଝା, ଚକୁଳି ଆଦି ପିଠା ପ୍ରସ୍ତୁତି କରାଯାଏ। କାରଣ ମହିଳାମାନେ ରଜ ଦିନ ଦୋଳି ଖେଳରେ ସମୟ ବିତାଇଥାନ୍ତି। କମ୍‌ କାମ କରିଥାନ୍ତି। ନୂଆ ପୋଷାକ ପିନ୍ଧି ସୁସଜ୍ଜିତ ହୋଇ ମହିଳା ଓ କୁମାରୀମାନେ ପିଠାପଣା ଖାଇ ଦୋଳି ଖେଳନ୍ତି। ଘରେ ମାଂସ, ମାଛର ତରକାରି ପ୍ରସ୍ତୁତ ହୋଇଥାଏ। ପିଲାଠାରୁ ଆରମ୍ଭ କରି ବୟସ୍କ, ବୃଦ୍ଧାବୃଦ୍ଧ ସମସ୍ତଙ୍କ ମଧ୍ୟରେ ଭିନ୍ନ ଖୁସି ଓ ଉନ୍ମାଦ ଦେଖିବାକୁ ମିଳେ।
ପରମ୍ପରାକୁ ବଜାୟ ରଖିବା ପାଇଁ ଜିଲା ମୁଖ୍ୟାଳୟ, ବୀଣାଝରୀ, ବିସ୍ତାପାଳ, ଜଳବଙ୍ଗ, ସୀତାବିଞ୍ଜ ଭଳି କେତେକ ଗ୍ରାମ ଓ ଆନନ୍ଦପୁର ଅଞ୍ଚଳରେ ସ୍ଥାନୀୟ ଲୋକ ଓ ସଙ୍ଗଠନ ଉଦ୍ୟମରେ ମେଳା ଆୟୋଜନ କରାଯାଉଛି। ସେହିପରି ଜିଲାର ଗୋବର୍ଦ୍ଧନ, ଜାମୁଜୋଡି, ପଟିଲୋ, ବଲାଣୀପଶି, ଜଙ୍ଘିରା, ଚମ୍ପୁଆ, ଉଖୁଣ୍ଡା, ଜାଲି, ତେଲକୋଇ, ଆନନ୍ଦପୁର ଓ ବାଂଶପାଳ ବ୍ଲକର ଆଦିବାସୀ ଅଞ୍ଚଳରେ ରଜ ପର୍ବ ପାଳନ କରାଯାଉଛି। ସହରାଞ୍ଚଳରେ ପାର୍କର ଲୁହା ଦୋଳିରେ ଖେଳିଥାନ୍ତି। ଦୋଳିଖେଳ ସାଙ୍ଗକୁ ବିଭିନ୍ନ ପ୍ରକାର ରଜ ଗୀତ, ତାସ, ଲୁଡୁ, ବାଗୁଡ଼ି ଆଦି ଖେଳ ପ୍ରତିଯୋଗିତା ସହ ନାଚଗୀତ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଘଟଗଁା ବ୍ଲକର ବୀଣାଝରୀରେ ବହୁ କିସମର ଦୋଳି ଅନେକଙ୍କୁ ଆକୃଷ୍ଟ କରିଥାଏ। ସେହିପରି ସଦର ବ୍ଲକର ବିସ୍ତାପାଳରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ପୁରୁଷଙ୍କ ରାତିତମାମ ନୃତ୍ୟଗୀତ, ସଦର ବ୍ଲକର ଜଳବଙ୍ଗରେ ରଜବତୀ ବିବାହ ନିଆରା ପରମ୍ପରା ବହୁ ବର୍ଷରୁ ଚାଲିଆସୁଛି। ପାୈରାଣିକ ପୀଠ ସୀତାବିଞ୍ଜ୍‌ରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମେ। ଏଠାରେ ଦୋଳିର ସେଭଳି ବ୍ୟବସ୍ଥା ନ ଥିଲେ ମଧ୍ୟ ମାତା ସୀତା, ଲବ ଓ କୁଶଙ୍କ ପ୍ରସ୍ତର ମୂର୍ତ୍ତି ଦର୍ଶନ କରିବାକୁ ଲୋକେ ଏହି ପୀଠକୁ ଆସିଥାନ୍ତି।
ସାହିତି୍ୟକ ଲଗ୍ନଜିତ ପ୍ରଦୀପ ରାଉତ କହନ୍ତି, ଏହି ଦିନରେ ପରିବାର ଲୋକେ ଯେଉଁଠି ଥାଆନ୍ତୁନା କାହିଁକି ଏକାଠି ହୋଇଥାନ୍ତି। ବେଶ୍‌ ଖୁସିରେ ପର୍ବ ପାଳନ କରିଥାନ୍ତି। ଆଗରୁ ପ୍ରତ୍ୟେକ ଗ୍ରାମ ବା ଘରେ ଘରେ ଦୋଳି ହେଉଥିଲା। କିନ୍ତୁ ଜଙ୍ଗଲ ଧ୍ୱଂସ ପାଇବା ସହ ଜଙ୍ଗଲ ସୁରକ୍ଷା ପାଇଁ ଆଇନ କଡ଼ାକଡ଼ି ହେବା ସାଙ୍ଗକୁ ଲୋକଙ୍କ ମଧ୍ୟରେ ଆଗ୍ରହ କମୁଥିବାରୁ ଏହି ପର୍ବ ଆଗଭଳି ପାଳନ ହୋଇପାରୁନାହିଁ ବୋଲି ଗବେଷକ ତଥା ଅବସରପ୍ରାପ୍ତ ଅଧ୍ୟାପକ ଡ. ବିମ୍ବାଧର ବେହେରା କହିଛନ୍ତି।
– ନରେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦୁଝର


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri