ତମାଖୁ ଯନ୍ତା

ଅନ୍ତର୍ଜାତୀୟ ଡାକ୍ତରୀ ପତ୍ରିକା ‘ଦ ଲାନ୍‌ସେଟ୍‌’ରେ ସଦ୍ୟ ପ୍ରକାଶିତ ଏକ ଗବେଷଣାତ୍ମକ ତଥ୍ୟରୁ ଜଣାପଡ଼ିଛି ଯେ, ଭାରତରେ ୧୯୯୦ରୁ ୨୦୨୩ ମଧ୍ୟରେ କ୍ୟାନସର ବା କର୍କଟ ରୋଗୀଙ୍କ ସଂଖ୍ୟା ୨୬ ପ୍ରତିଶତ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ କ୍ୟାନସରଜନିତ ମୃତ୍ୟୁହାର ୨୧ ପ୍ରତିଶତ ବଢ଼ିଛି। ତୁଳନାତ୍ମକ ଭାବେ ଦେଖିଲେ କର୍କଟ ରୋଗୀ ଓ ତତ୍‌ଜନିତ ମୃତ୍ୟୁ ଆମେରିକା ଓ ଚାଇନାରେ ଗତ ୩୩ ବର୍ଷ ମଧ୍ୟରେ ଯଥେଷ୍ଟ କମିଛି। ଲାନ୍‌ସେଟ୍‌ ଦର୍ଶାଇଛି ଯେ, ଚାଇନାରେ କର୍କଟ ରୋଗୀଙ୍କ ସଂଖ୍ୟା ଏହି ଅବଧି ମଧ୍ୟରେ ୧୯ ପ୍ରତିଶତ କମ୍‌ ହୋଇଥିବା ବେଳେ ଆମେରିକାରେ ୨୦ ପ୍ରତିଶତ ହ୍ରାସ ଘଟିଛି। ଏହାସହ ଚାଇନାରେ କ୍ୟାନ୍‌ସରଜନିତ ମୃତ୍ୟୁ ୪୩ ପ୍ରତିଶତ ଓ ଆମେରିକାରେ ଏହା ୩୩ ପ୍ରତିଶତ ହ୍ରାସ ପାଇଛି। ଲାନ୍‌ସେଟ୍‌ର ଭାରତ ସମ୍ବନ୍ଧୀୟ ଉପରଲିଖିତ ତଥ୍ୟ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଚାଇନା ଓ ଆମେରିକାରେ କ୍ୟାନସର ରୋଗୀଙ୍କ ସଂଖ୍ୟା କମିବା ପଛରେ ରହିଛି ଦୃଢ଼ ତମାଖୁ ନିୟନ୍ତ୍ରଣ ବ୍ୟବସ୍ଥା। ହେଲେ ଭାରତରେ ବ୍ୟାପକ ତମାଖୁ ବ୍ୟବହାର, ମୋଟାପଣ ଏବଂ ପ୍ରାରମ୍ଭିକ ରୋଗ ଚିହ୍ନଟରେ ବିଳମ୍ବ ଯୋଗୁ କର୍କଟ ରୋଗୀ ଓ ସେହି ସମ୍ବନ୍ଧୀୟ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି।
ତମାଖୁ ବୋଇଲେ ଧୂଆଁପତ୍ର, ବିଡି, ସିଗାରେଟ୍‌, ଗୁଡ଼ାଖୁ ଓ ଏବେ ବିଭିନ୍ନ ପ୍ୟାକେଟରେ ମିଳୁଥିବା ନିଶାଦ୍ରବ୍ୟକୁ ବୁଝାଇଥାଏ। ସେବନ କରୁଥିବା ବ୍ୟକ୍ତି ମନକୁ ଫୁର୍ତ୍ତି ରଖିବା ପାଇଁ ଏସବୁ ବ୍ୟବହାର କରୁଥିବା କହିଥାଆନ୍ତି। ତମାଖୁ ଅଭ୍ୟାସରେ ପଡ଼ିଯାଇଥିବା ଲୋକ ନିଜର, ପରିବାର ଓ ଆଖପାଖର କ୍ଷତି ଘଟାଇଥାଆନ୍ତି । ତମାଖୁ ସେବନକାରୀ ଓ ଏହାକୁ ଚାଷ ବା ପ୍ରସ୍ତୁତ କରୁଥିବା ଲୋକ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାଆନ୍ତି। ଚାଇନା ପରେ ଭାରତ ତମାଖୁ ବ୍ୟବହାର କରିବାରେ ଦ୍ୱିତୀୟ ବୃହତ୍‌ ଦେଶ। ୨୦୧୬-୧୭ ତଥ୍ୟ ଅନୁଯାୟୀ ଭାରତରେ ପାଖାପଖି ୨୬ କୋଟି ଲୋକ ତମାଖୁ ସେବନ କରୁଛନ୍ତି। ସମ୍ଭବତଃ ଦୀର୍ଘ ବର୍ଷ ଧରି ଭାରତରେ ଏ ସଂକ୍ରାନ୍ତରେ ବିଧିବଦ୍ଧ ଭାବେ ତଥ୍ୟ ସମ୍ବଳିତ ରିପୋର୍ଟ ପ୍ରକାଶ ପାଇ ନ ଥିବାରୁ ଏହି ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇଥିବ ବୋଲି କୁହାଯାଇପାରେ; ଯାହା ଲାନ୍‌ସେଟ୍‌ ତଥ୍ୟ ନିଶ୍ଚିତ କରୁଛି। ଏହାସହ ତମାଖୁ ଶିଳ୍ପରେ ଜଡ଼ିତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସ୍ବାସ୍ଥ୍ୟଗତ ବିପଦର ସମ୍ମୁଖୀନ ହେଉଛନ୍ତି। କେବଳ ମଣିଷର ସ୍ବାସ୍ଥ୍ୟ ନୁହେଁ, ବରଂ ପରିବେଶ ଉପରେ ଏହାର ଗଭୀର ପ୍ରଭାବ ପଡ଼ୁଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ତମାଖୁ ଚାଷ ମାଟିର ଉପଯୋଗୀ ତତ୍ତ୍ୱକୁ ନଷ୍ଟ କରିବାରେ ଲାଗିଛି। କାରଣ ଏହି ଚାଷ ପାଇଁ ପ୍ରଚୁର ରାସାୟନିକ ସାରର ଆବଶ୍ୟକତା ରହିଛି। ଏଥିସହିତ ଏକ କେଜି ତମାଖୁ ପ୍ରସ୍ତୁତି ସକାଶେ ୫.୪ କେଜି ଜାଳେଣି କାଠ ଆବଶ୍ୟକତା ପଡ଼ୁଥିବାରୁ ଏହା ଜଙ୍ଗଲ କ୍ଷୟର ଅନ୍ୟତମ କାରଣ ବୋଲି କୁହାଗଲାଣି। କେବଳ ଏତିକି ନୁହେଁ, ତମାଖୁ ଉତ୍ପାଦନ ଓ ଏହାର ବ୍ୟବହାର ଭାରତରେ ପ୍ରତିବର୍ଷ ପାଖାପାଖି ୧ ଲକ୍ଷ ୭୦ ହଜାର ଟନ୍‌ ବର୍ଜ୍ୟ ସୃଷ୍ଟି କରୁଛି। ତେଣୁ ରୋଗ ହେଉ ବା ବର୍ଜ୍ୟ ପରିଚାଳନାଜନିତ ଖର୍ଚ୍ଚ ଅର୍ଥନୀତି ଉପରେ ବଡ଼ ବୋଝ ପାଲଟୁଛି।
ତମାଖୁ ନିୟନ୍ତ୍ରଣ ଦିଗରେ ଆମେରିକା ଓ ଚାଇନା ଆଗରେ ଅଛନ୍ତି। ଏଠାରେ ବିଶେଷକରି ଚାଇନାକୁ ଦେଖିଲେ ସେଠାକାର କଠୋର କଟକଣା ତମାଖୁ ସେବନକୁ ନିୟନ୍ତ୍ରଣ କରିବାରେ ବହୁଳାଂଶରେ ସହାୟକ ହୋଇଛି। ତମାଖୁ ସାମଗ୍ରୀ ଉପରେ ଅତ୍ୟଧିକ ଟିକସ ଲଗାଯିବା ସହ ସର୍ବସାଧାରଣ ସ୍ଥାନ, ସାଧାରଣ ପରିବହନରେ ଏହାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ନିର୍ଦ୍ଦିଷ୍ଟ ବୟସ ବର୍ଗ ଏହାକୁ ସେବନ କଲେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ‘ସୁସ୍ଥ ଚାଇନା ୨୦୩୦’ ଅଭିଯାନରେ ତମାଖୁ ନିୟନ୍ତ୍ରଣ ଏକ ଅଂଶବିଶେଷ ପାଲଟିଛି ଏବଂ ଏଥିରେ ଶତ ପ୍ରତିଶତ ଧୂମପାନ ମୁକ୍ତ ପରିବେଶ ଗଢ଼ିବାକୁ ଚାଇନା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଭାରତରେ ଏ ଦିଗରେ କଡ଼ା ନିୟମ ଥିଲେ ମଧ୍ୟ ବ୍ୟବହାରକାରୀ ଓ ଆଇନ ଅନୁପାଳନକାରୀ ଉଭୟେ ଢିଲା ମାରୁଛନ୍ତି। ସ୍କୁଲ ଓ କଲେଜ ପରିସରର ୧୦୦ ଗଜ ପରିଧି ଭିତରେ ଧୂମପାନ ବିକ୍ରି ନିଷେଧ ଥିଲେ ମଧ୍ୟ କେହି ମାନୁନାହାନ୍ତି। ଫଳରେ ସ୍କୁଲ ପିଲା ଓ ଯୁବବର୍ଗ ନିଶା ଯନ୍ତାରେ ପଡ଼ିଯାଉଛନ୍ତି। ନିକଟରେ କେନ୍ଦ୍ର ସରକାର ନିଶା ଓ ମାଦକଦ୍ରବ୍ୟ ଉପରେ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ହାରକୁ ବଢ଼ାଇଛନ୍ତି। ଅନେକାଂଶରେ ଏହା ବ୍ୟବହାରକାରୀଙ୍କୁ ନିରୁତ୍ସାହିତ କରିବ ବୋଲି ଆଶା ରହୁଛି। କିନ୍ତୁ ଏହା ନିର୍ଭର କରେ ନାଗରିକ ବା ଉପଭୋକ୍ତାମାନେ କେତେ ସଚେତନ ହେଉଛନ୍ତି। ଲାନ୍‌ସେଟ ତଥ୍ୟକୁ ତର୍ଜମା କଲେ ଭାରତରେ ଆଉ ଯେଉଁ ଦିଗଟି ଅଣଦେଖା ହୋଇ ରହିଯାଉଛି ତାହା ହେଲା କର୍କଟ ରୋଗର ପ୍ରାଥମିକ ନିରୂପଣରେ ବିଳମ୍ବ ଘଟିବା। ଏଥିପାଇଁ ଏଠାରେ ଏ ସମ୍ବନ୍ଧରେ ଗବେଷଣା ଓ ବିକାଶ (ଆର୍‌ଆଣ୍ଡ୍‌ଡି)କୁ ବିଶେଷ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ବିଶାଳ ଜନସଂଖ୍ୟାବିଶିଷ୍ଟ ଭାରତରେ ତମାଖୁ ଯନ୍ତାରୁ ମୁକୁଳିବା ପାଇଁ ସବୁ ସ୍ତରରେ ଏକ ସମ୍ମିଳିତ ଉଦ୍ୟମ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଥିବା ବେଳେ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?