ଦନ୍ତା ପାଇଁ ବନ ବିଭାଗ ନାକେଦମ୍‌

ଗୋପବନ୍ଧୁ ନଗର,୯।୧ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜରୁ ବଡ଼ସାହି ବ୍ଲକ ଭୀମଦା ଅଞ୍ଚଳ ଦେଇ ଏକ ଗୋଠଛଡ଼ା ଦନ୍ତା ରବିବାର ଗୋପବନ୍ଧୁନଗର ବ୍ଲକ ଧାଉଁଡିଆ ସଂରକ୍ଷିତ ଜଙ୍ଗଲକୁ ପଶିଥିଲା। ଏହି ଦନ୍ତା ପାଇଁ ବନ ବିଭାଗକୁ ଦିନତମାମ ନାକେଦମ୍‌ ହେବାକୁ ପଡ଼ିଛି। ଦନ୍ତାଟି ସକାଳେ ଉକ୍ତ ଜଙ୍ଗଲକୁ ପଶି ବୁଲାବୁଲି କରିଥିଲା। ପରେ ଅପରାହ୍ନ ପ୍ରାୟ ୩ଟା ବେଳେ ସ୍ଥାନୀୟ ବଡ଼ବଧା ଗ୍ରାମକୁ ପଶି ବାଡ଼ି ବଗିଚାରେ ଗଛ, ପରିବା ନଷ୍ଟ କରିଥିଲା। ଖବରପାଇ ଉଦଳା, ବଡ଼ସାହି ଓ କୁଆମରା ବନ ବିଭାଗ ପହଞ୍ଚି ହାତୀ ଗତିବିଧିକୁ ଲକ୍ଷ୍ୟ କରି ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ସା ୭ଟାରେ ଆରପଟା-କାଂଶ ରାସ୍ତା ଦେଇ ଦନ୍ତା ନୀଳଗିରି ମୁହଁା ହୋଇଥିଲା। ତେବେ ହାତୀ ପାଇଁ ବିଦ୍ୟୁତ୍‌ କାଟ୍‌ ଜାରି ରହିଛି। ଦନ୍ତା ପୁଣି ଲେଉଟିବାକୁ ନେଇ ଉକ୍ତ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।