ଟିକିମୋହିନୀଙ୍କୁ ଦୁଇଟି ସ୍ବର୍ଣ୍ଣ

ଭୁବନେଶ୍ୱର, ୧୪।୭(ସରୋଜ ଜେନା): ଓଡ଼ିଶା ଭାରୋତ୍ତୋଳନ ସଂଘ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଓ୍ବେଟ୍‌ଲିଫ୍ଟିଙ୍ଗ୍‌ ହଲ୍‌ରେ ଚାଲିଥିବା ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ଜୋନାଲ ଲିଗ୍‌ରେ ଓଡ଼ିଶା ପ୍ରତିଯୋଗୀଙ୍କ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରହିଛି। ତୃତୀୟ ଦିବସରେ ଓଡ଼ିଶା ପ୍ରତିଯୋଗୀମାନେ ୪ ସ୍ବର୍ଣ୍ଣ ସହ ମୋଟ ୮ ପଦକ ହାସଲ କରିଛନ୍ତି। ଶନିବାର ଟିକିମୋହିନୀ ମଲିକ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଗନ୍ତି କୀର୍ତ୍ତି, ପ୍ରତିଭାରାଣୀ ପାତ୍ର ଗୋଟିଏ ଲେଖାଏ ସ୍ବର୍ଣ୍ଣ ଜିତିଥିବା ବେଳେ ରୋମାଲି ପ୍ରଧାନ, ପ୍ରତିଭାରାଣୀ ପାତ୍ର ଗୋଟିଏ ଲେଖାଏ ରୌପ୍ୟ ଓ ଅପରାଜିତା ଭୂୟାଁ , ଶ୍ୱେତାଲିନା ନାୟକ ଗୋଟିଏ ଲେଖାଏ ବ୍ରୋଞ୍ଜ ପଦକ ଜିତିଛନ୍ତି। ତୃତୀୟ ଦିନର ଖେଳ ଶେଷ ହେବା ସୁଦ୍ଧା ଓଡ଼ିଶାର ପଦକ ସଂଖ୍ୟା ୨୩ରେ ପହଞ୍ଚିଛି।
ସିନିୟର ୭୬ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ମଗନ୍ତି କୀର୍ତ୍ତି ମୋଟ ୧୭୫(୭୭+୯୬) କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ବିହାରର ଶାଲିନୀ କୁମାରୀ ୧୭୪(୭୮+୯୬) କିଗ୍ରା ଓ ଛତିଶଗଡର ତାନିୟା ବାନାର୍ଜୀ୧୫୦(୬୬+୮୪)କିଗ୍ରାର ଭାରୋତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ଜିତିଛନ୍ତି। ୭୬ କିଗ୍ରା ୟୁଥ୍‌ ବର୍ଗରେ ଓଡ଼ିଶାର ପ୍ରତିଭାରାଣୀ ପାତ୍ର ୧୩୫(୬୨+୭୩) କିଗ୍ରା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ମିଜୋରାମର ସିଣ୍ଡି ଲାଲପାମାଓ୍ବାଲି ୧୧୮(୫୩+୬୫) ଓ ଛତିଶଗଡର ରିଶିକା କଶ୍ୟପ ୧୦୩(୪୨+୬୧) କିଗ୍ରାର ଭାରୋତ୍ତୋଳନ କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ୭୬ କିଗ୍ରା ଜୁନିୟର ବର୍ଗରେ ଓଡ଼ିଶାର ପ୍ରତିଭାରାଣୀ ପାତ୍ର ୧୩୫(୬୨+୭୩) କିଗ୍ରା ସହ ରୌପ୍ୟ ପଦକ ଜିତିଥିଲେ। ବିହାରର ଶାଲିନୀ କୁମାରୀ ୧୭୪(୭୮+୯୬) କିଗ୍ରା ସହ ସ୍ବର୍ଣ୍ଣ ଓ ମିଜୋରାମର ସିଣ୍ଡି ଲାଲପାମାଓ୍ବାଲି ୧୧୮(୫୩+୬୫) କିଗ୍ରା ଭାରୋତ୍ତୋଳନ କରି ବ୍ରୋଞ୍ଜ ଜିତିଛନ୍ତି।
ସିନିୟର ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଅପରାଜିତା ଭୂୟାଁ ୧୭୧(୭୬+୯୫) କିଗ୍ରାର ଓଜନ ଉଠାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ପଶ୍ଚିମବଙ୍ଗର ସୁକର୍ଣ୍ଣା ଆଡକ ୧୮୨(୮୧+୧୦୧) ଓ ଛତିଶଗଡର ସୋନାଲି ୟାଡୁ ୧୭୨(୭୮+୯୪) କିଗ୍ରାର ଓଜନ ଉଠାଇ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଛନ୍ତି। ଜୁନିୟର ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଟିକି ମୋହିନୀ ମଲିକ ୧୬୬(୭୩+୯୩) କିଗ୍ରା ଓ ରୋମିଲା ପ୍ରଧାନ ୧୪୭ (୬୩+୮୪) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଛତିଶଗଡର ଦାମିନୀ ସିହ୍ନା ୧୪୨(୬୬+୭୬) ସହ ତୃତୀୟ ସ୍ଥାନରେ ରହିଥିଲେ। ୟୁଥ୍‌ ୬୪ କିଗ୍ରା ଓଜନ ବର୍ଗରେ ଓଡ଼ିଶାର ଟିକି ମୋହିନୀ ମଲିକ ୧୬୬(୭୩+୯୩) କିଗ୍ରା ଓ ରୋମିଲା ପ୍ରଧାନ ୧୪୭ (୬୩+୮୪) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିଲେ। ଛତିଶଗଡର ଲୁକେଶ୍ୱରୀ ସାହୁ ୧୩୬(୬୪+୭୨) କିଗ୍ରା ସହ ବ୍ରୋଞ୍ଜ ଜିତିଥିଲେ।
୭୧ କିଗ୍ରା ସିନିୟର ବର୍ଗରେ ଆସାମର ଡିଟ୍ଟୋମଣି ସୋନଓ୍ବାଲ ୨୦୮(୯୦+୧୧୮), ମଣିପୁରର କେ.ଏଚ୍‌. ଏଲିଜା ୧୬୨(୬୯+୯୩) ଓ ବିହାରର ଖୁସବୁ କୁମାରୀ ୧୬୧(୬୮+୯୩) କିଗ୍ରା ସହ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ୭୧ କିଗ୍ରା ଜୁନିୟର ବର୍ଗରେ ମଣିପୁରର କେ.ଏଚ୍‌. ଏଲିଜା ୧୬୨(୬୯+୯୩) ଓ ବିହାରର ଖୁସବୁ କୁମାରୀ ୧୬୧(୬୮+୯୩) କିଗ୍ରା ଓ ଆସାମର ଦୁନ୍‌ଖାମସେଙ୍ଗ ତୁରୁଙ୍ଗ ୧୫୧(୬୬+୮୫) ସହ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ଜିତିଥିଲେ। ୭୧ କିଗ୍ରା ୟୁଥ୍‌ ବର୍ଗରେ ଆସାମର ନାଚାଙ୍ଗଫା ବୋର୍ଗୋହେନ୍‌ ୧୬୫(୭୧+୯୪), ଆରୁହୀ କୁମାରୀ ୧୪୫ (୬୩+୮୨) ଓ ଆସାମର ତ୍ରିଷ୍ଣା ଗୋଗୋଇ ୧୪୦(୬୫+୭୫) କିଗ୍ରା ସହ ପ୍ରଥମ ୩ ସ୍ଥାନରେ ରହିଥିଲେ। ଅଲିମ୍ପିଆନ୍‌ ଅନୁରାଧା ବିଶ୍ୱାଳ ଅତିଥି ଭାବରେ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ।
୮୧ କିଗ୍ରା ଓଜନ ସିନିୟର ବର୍ଗରେ ଓଡ଼ିଶାର ଶ୍ୱେତାଲିନା ନାୟକ ୧୬୪ କିଗ୍ରା ଭାରୋତ୍ତୋଳନ କରି ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି। ମଣିପୁରର ସ୍ବପ୍ନା ଦେବୀ ୧୭୫(୭୫+୧୦୦) ଓ ବିହାରର ମୋନିକା ଶର୍ମା ୧୬୬(୭୨+୯୪) କିଗ୍ରା ଓଜନ ଉଠାଇ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହାସଲ କରିଥିଲେ। ୮୧ କିଗ୍ରା ଓଜନ ସିନିୟର ବର୍ଗରେ ବିହାରର ମୋନିକା ଶର୍ମା ୧୬୬(୭୨+୯୪) , ଆସାମର ଆଇସା ବରୁଆ ୧୩୫(୬୨+୭୩) ଓ ଛତିଶଗଡର ଭୂମି ସିଂ ୧୧୦(୪୮+୬୨) କିଗ୍ରା ଭାରୋତ୍ତୋଳନ କରି ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ହାସଲ କରିଥିଲେ। ୮୧ କିଗ୍ରା ଓଜନ ୟୁଥ୍‌ ବର୍ଗରେ ବିହାରର ମୋନିକା ଶର୍ମା ୧୬୬(୭୨+୯୪), ଆସାମର ଜବିନ ସୁଲତାନା ୧୩୫ (୬୨+୭୩) ଓ ଆସାମର ଭାୟୋଲିନା ଭଗବତୀ ୧୦୬(୪୫+୬୧) କିଗ୍ରା ଓଜନ ସହ ଯଥାକ୍ରମେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡଳ କାରାଗାରରେ ପୋଲିସର ବଡ଼ ଧରଣର ଚଢ଼ାଉ: ଆପତ୍ତିଜନକ…

ସମ୍ବଲପୁର,୨୩।୩(ପ୍ରମୋଦ ବହିଦାର): ସମ୍ବଲପୁର ମଣ୍ଡଳ କାରାଗାରରେ ସୋମବାର ଭୋର ସମୟରେ ଉପଜିଲାପାଳ ଡା. ପୁଷ୍ପାଞ୍ଜଳି ପଣ୍ଡାଙ୍କ ଉପସ୍ତିତିରେ ଏକ ଅତର୍କିତ ଚଢ଼ାଉ କରାଯାଇଛି। ସକାଳ ପ୍ରାୟ ୫ଟା…

ଆମେରିକାକୁ ପାଲଟା ଧମକ ଦେଲା ଇରାନ: ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ…

ଓ୍ବାଶିଂଟନ୍‌,୨୩ା୩(ରଏଟର୍ସ):ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଆକ୍ରମଣ-ପ୍ରତ୍ୟାକ୍ରମଣ ବେଳକୁ ବେଳ ବଢ଼ି ଚାଲିଥିଲାବେଳେ ହର୍ମୁଜ୍‌ ଷ୍ଟ୍ରେଟ୍‌ ଦେଇ ତୈଳ ପରିବହନ ପ୍ରସଙ୍ଗ ଉଭୟ ପକ୍ଷଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି।…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri