Posted inଫୁରସତ

ଏହି ସ୍କୁଲରେ ପଢିବାକୁ ହେଲେ ଫି’ ନୁହେଁ, ଜମା କରିବାକୁ ପଡେ ୧୦୦ ପ୍ଲାଷ୍ଟିକ୍‌ ବୋତଲ

ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଆଜିର ସମୟରେ ଲୋକମାନେ ଶିକ୍ଷାର ମୂଲ୍ୟ ଜାଣନ୍ତି। କିନ୍ତୁ ସମୟ ସହିତ ଶିକ୍ଷା ମଧ୍ୟ ମହଙ୍ଗା ହୋଇଯାଇଛି। ଏହି କାରଣରୁ ପ୍ରତ୍ୟେକ ମାତାପିତା ନିଜ ପିଲାଙ୍କ ଭଲ ଶିକ୍ଷା ପାଇଁ ଟଙ୍କା ସଞ୍ଚୟ କରିବା ଆରମ୍ଭ କରନ୍ତି, କିନ୍ତୁ ଆମ ଦେଶରେ ଏମିତି କିଛି ସ୍କୁଲ ଅଛି, ଯାହାକି ଶିଶୁର ଶିକ୍ଷା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥାଏ। ଏହା ଦ୍ୱାରା ପିଲା ଭଲ ଶିକ୍ଷା ସହିତ ପର୍ଯ୍ୟାୟ କ୍ରମେ ଆଗକୁ ବଢିପାରିବ। ଏଭଳି ଏକ ସ୍କୁଲ ଭାରତର ଆସାମ ରାଜ୍ୟରେ ଅଛି। ନିକଟରେ ସୋସିଆଲ ମିଡିଆରେ ଏହି ସ୍କୁଲ ଚର୍ଚ୍ଚାର ବିଷୟ ପାଲଟିଛି।
ଗୁଆହାଟିରେ ଥିବା ଏହି ସ୍କୁଲ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି, ଯାହା ବର୍ତ୍ତମାନ ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ପାଲଟିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ସ୍କୁଲରେ ପିଲାମାନଙ୍କୁ ଫି’ ହିସାବରେ ଟଙ୍କା ନୁହେଁ, ୧୦୦ଟି ପ୍ଲାଷ୍ଟିକ ବୋତଲ ଜମା କରିବାକୁ ପଡେ। ଏଠାରେ ପଢୁଥିବା ପିଲାମାନେ ସେମାନଙ୍କ ଅଧ୍ୟୟନ ସହିତ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଥାନ୍ତି। କୁହାଯାଉଛି ଯେ, ଗ୍ରାମାଞ୍ଚଳର ଶହେରୁ ଅଧିକ ପିଲା ଏଠାରେ ଜ୍ଞାନ ଆହରଣ କରୁଛନ୍ତି।
ପ୍ରତି ସପ୍ତାହରେ ପିଲାମାନେ ୨୫ଟି ଖାଲି ପାଣି ବୋତଲ ସଂଗ୍ରହ କରନ୍ତି। ଏହିଭଳି ପ୍ରତି ମାସରେ ୧୦୦ ବୋତଲ ଜମା କରନ୍ତି। ଜଣେ ଦମ୍ପତି ଏହି ସ୍କୁଲ ଖୋଲିବାର ସଂକଳ୍ପ ନେଇଥିଲେ। ଅଳିଆ ଆବର୍ଜନା ଏବଂ ଶିକ୍ଷାର ଅଭାବ ଦେଖି ଏହି ସ୍କୁଲ ଖୋଲିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ସେଥିପାଇଁ ସେମାନେ ପିଲାମାନଙ୍କୁ ଭଲ ଶିକ୍ଷା ଏବଂ ସମାଜ ପାଇଁ କିଛି ଭଲ ବାର୍ତ୍ତା ଦେବାକୁ ଚାହୁଁଥିଲେ। ଏହି ସ୍କୁଲରେ ପିଲାମାନେ ଅଧ୍ୟୟନ ସହିତ ପ୍ଲାଷ୍ଟିକ ବୋତଲରୁ ଅନେକ ପ୍ରକାରର ଜିନିଷ କିପରି ତିଆରି କରାଯାଏ, ବଗିଚା ଏବଂ ଅନ୍ୟାନ୍ୟ କଳା ଶିଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri