ଝଡ଼ ‘ମୋନ୍ଥା’ ଆଶଙ୍କାରେ ଜିଲାବାସୀ, ସମୁଦ୍ର ତଟକୂଳବାସୀଙ୍କୁ ସତର୍କ ସୂଚନା

କେନ୍ଦ୍ରାପଡ଼ା,୨୭ା୧୦ (ଜଗନ୍ନାଥ ଧଳ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ବଙ୍ଗୋପସାଗର ମଧ୍ୟରେ ଅବପାତର ରୂପ ନେଇଛି। ଏହି ଝଡ଼ର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼ ଏହି ଜିଲାକୁ ପ୍ରଭାବିତ କରିବାକୁ ଥିବାରୁ ଜିଲାବାସୀ ଏବେ ଆଶଙ୍କାରେ ଅଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ସୁନାମି ପ୍ରବଣ ୬୪ ଗ୍ରାମ ଓ ବନ୍ୟା ପ୍ରବଣ ୩୬ ଗ୍ରାମରୁ ଅଧିବାସୀଙ୍କୁ ସତର୍କ କରାଉଛନ୍ତି। ଏଥିସହ ଜିଲାର ବିଭିନ୍ନ ଆଶ୍ରୟସ୍ଥଳର ତନଖିକୁ ଗୁରୁତ୍ୱ ଦେଇଛନ୍ତି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ବାରଣ ସହ ଜିଲାର ୮ ସ୍ଥାନରେ ଫେରିଘାଟକୁ ବନ୍ଦ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ରାଜନଗର, ରାଜକନିକା ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସତର୍କ ସୂଚନା ଦିଆଯାଉଛି। ପବନର ବେଗ ଓ ବର୍ଷା ଅଧିକ ହେଲେ କେନ୍ଦ୍ରାପଡ଼ା ଜିଲାରେ ବହୁ କ୍ଷତି କରିବ ବୋଲି ଆକଳନ କରାଯାଇଛି। ଏହି ଝଡ଼ ପାଇଁ ପୋଲିସ ପ୍ରଶାସନ ସଜାଗ ଥିବାବେଳେ ଅଗ୍ନିଶମ ବାହିନୀର ୧୫ଟି ଟିମକୁ ସଜାଗ ରଖାଯାଇଛି। ସେହିପରି ଜିଲା ବିଦ୍ୟୁତ୍‌ ବିଭାଗ ସତର୍କ ସୂଚନା ରବିବାର ଜାରି କରିଛନ୍ତି। ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ବାତ୍ୟା ସମୟରେ ବିଦ୍ୟୁତ୍‌ ଯୋଗାଣ ବାଧାପ୍ରାପ୍ତ ହେବା ସମ୍ଭାବନା ଅଧିକ। କୌଣସି ସ୍ଥାନରେ ବିଦ୍ୟୁତ୍‌ ତାର ଛିଣ୍ଡି ପଡ଼ିଥିଲେ ଏହାଠାରୁ ଦୂରରେ ରହି ବିଭାଗୀୟ କର୍ମଚାରୀଙ୍କୁ ସୂଚନା ଅଞ୍ଚଳବାସୀ ଦିଅନ୍ତୁ। ନିଜର ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ୟାଜେଟରେ ଫୁଲଚାର୍ଜ ସମ୍ଭାବ୍ୟ ଝଡ଼ ପୂର୍ବରୁ କରି ନିଅନ୍ତୁ। ଅପରପକ୍ଷରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଜିଲାରେ ଏବେ ଖରିଫ ଧାନରେ ଥୋଡ଼ ବାହାରିଛି। ଏଥିସହ ଶୀତଦିନଆ ପନିପରିବା ଚାଷ ଆରମ୍ଭ ହୋଇଛି। ଅତ୍ୟଧିକ ବର୍ଷା ହେଲେ କ୍ଷେତରୁ ଜଳ ନିଷ୍କାସନ ଏକ ସମସ୍ୟା ହେବ। ସେହିପରି ଅତ୍ୟଧିକ ପବନରେ କ୍ଷେତ ନଷ୍ଟ ହେବ। ଚାଷ ପାଇଁ ବିଦ୍ୟୁତ୍‌ ଦେୟ, ସାର, କୀଟନାଶକ, ମଜୁରି ଆଦି ପାଇଁ ବହୁ ଅର୍ଥ ବ୍ୟୟ ହୋଇଛି। ଋଣଗ୍ରସ୍ତ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବ। ଏଥିସହ ପରିବା ଚାଷ ନଷ୍ଟ ହେବ ବୋଲି ଚାଷୀ କଂସାର ଗ୍ରାମର ନିରଞ୍ଜନ ପରିଡ଼ା, ପ୍ରଭାକରପୁର ଗ୍ରାମର ହରେକୃଷ୍ଣ ପାତ୍ର ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ଝଡ଼ର ମୁକାବିଲା ପାଇଁ ଜିଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ ରଘୁରାମ ଆର୍‌. ଆୟାର ମତବ୍ୟକ୍ତ କରିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ସାଂଘାତିକ ଧମକ, ଦେଲେ ୪୮ ଘଣ୍ଟାର ଅଲ୍ଟିମେଟମ୍‌, ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୨।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନ ବିରୁଦ୍ଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେ ଇରାନକୁ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ଦେଇଛନ୍ତି। ସେ ଚେତାବନୀ…

ମା’ ସମଲେଶ୍ବରୀଙ୍କ କୁଷ୍ମାଣ୍ଡା ବେଶ: ସକାଳୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୨।୩( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି । ଚତୁର୍ଥ ଦିବସ ରବିବାରରେ ଦେବୀ କୁଷ୍ମାଣ୍ଡା ବେଶରେ…

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri