ବିଶ୍ୱସ୍ତରୀୟ ଚିଡ଼ିଆଖାନା ସ୍ଵପ୍ନ

ଲିଙ୍ଗରାଜ ରାଉତ
ବାରଙ୍ଗ,୪।୬(ଡି.ଏନ୍‌.ଏ.): ଦେଶର ପ୍ରମୁଖ ଚିଡ଼ିଆଖାନା ମଧ୍ୟରେ ନନ୍ଦନକାନନ ଅନ୍ୟତମ। ହେଲେ ବିଗତ କିଛି ବର୍ଷ ମଧ୍ୟରେ ନାନା ପ୍ରସଙ୍ଗକୁ ନେଇ ଏହି ପ୍ରାଣୀ ଉଦ୍ୟାନ ବିବାଦ ଘେରକୁ ଆସିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁଙ୍କ ମୃତ୍ୟୁଠାରୁ ଆରମ୍ଭ କରି ପର୍ଯ୍ୟଟକଙ୍କୁ ଆକ୍ରମଣ, ସଫାରିରେ ଚୁକ୍ତି ଖିଲାପ କରି ବସ୍‌ ଚଳାଇବା, ବୋଟିଂରେ କ୍ଷମତାଠାରୁ ଅଧିକ ନେବା, ଛୋଟପିଲାଙ୍କୁ ବୋଟିଂ କରିବାରେ ସୁଯୋଗ ଦେବା, ଜଳହସ୍ତୀ ଶରୀରରେ ସିରିଞ୍ଜ ରହିଯିବା, ଜଳହସ୍ତୀ ଏନ୍‌କ୍ଲୋଜରରେ କୁମ୍ଭୀର ଦେଖାଯିବା, ସାପ କାମୁଡ଼ାରେ ସିଂହୀ ମରିବା ଆଦି ବିଭିନ୍ନ ଘଟଣା ଯୋଗୁ ନନ୍ଦନକାନନ ଚର୍ଚ୍ଚିତ ହୋଇଛି। ଯେଉଁଭଳି ପଶୁପକ୍ଷୀଙ୍କ ମୃତ୍ୟୁହାର ବଢିଚାଲିଛି ଏଥିରେ ଲଗାମ ନ ରହିଲେ ନନ୍ଦନକାନନ ତା’ର ପୂର୍ବ ମର୍ଯ୍ୟାଦା ହରାଇବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ବଡ଼ କଥା ହେଲା ନନ୍ଦନକାନନରେ ପଶୁ ଚିକିତ୍ସକଙ୍କ ସଂଖ୍ୟା କମ୍‌ ନ ଥିବା ସତ୍ତ୍ୱେ ପଶୁପକ୍ଷୀଙ୍କ ମୃତ୍ୟୁହାରରେ ଲଗାମ ଲାଗୁ ନାହିଁ। ତେବେ ଏହାକୁ ନେଇ କିଏ ଡାକ୍ତରଙ୍କୁ ଦୋଷାରୋପ କରୁଥିବାବେଳେ କିଏ ପ୍ରାଣୀ ବିଭାଗୀୟ ରେଞ୍ଜରଙ୍କ ଦାୟିତ୍ୱହୀନତା କହୁଛି ତ ଅନ୍ୟ କେତେଜଣ କର୍ତ୍ତୃପକ୍ଷଙ୍କ ଖାମଖିଆଲ ଯୋଗୁ ଏପରି ଘଟୁଥିବା କହୁଛନ୍ତି। ତେଣୁ ଏବେଠାରୁ କର୍ତ୍ତୃପକ୍ଷ ଯଦି ସଜାଗ ନ ରହିବେ ତେବେ ବିଶ୍ୱସ୍ତରୀୟ ଚିଡ଼ିଆଖାନା ପାଇଁ ହେଉଥିବା ଯୋଜନାରେ ବାଧକ ସାଜିପାରେ ବୋଲି ଆଲୋଚନା ହେଉଛି।
ଯେ, ଗତ କିଛିମାସ ମଧ୍ୟରେ ବାଘ, ସିଂହ, ଭାଲୁ, ନୀଳଗାଈ, ଇଗୁଆନା, ଶମ୍ବର, ଜଳହସ୍ତୀ, ଗୟଳ, ଗାଡଭାଲୁ, ଚିତ୍ରହରିଣ, କୃଷ୍ଣସାରମୃଗ, କୁଟୁରା, ବଜ୍ରକାପ୍ତା, ଷ୍ଟମ୍ପଟେଲ ମାଙ୍କଡ, ମଣିପୁରହରିଣ, ମୟୂର, ଚନ୍ଦନବୋଡା, ୩ଲକ୍ଷ୍ମୀ ପେଚା, କୃଷ୍ନସାର ମୃଗ ଭଳି ଭଲ ଭଲ ପ୍ରଜାତିର ପଶୁପକ୍ଷୀଙ୍କର ମୃତ୍ୟୁ ହୋଇସାରିଛି। ଏବେବି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ପଶୁପକ୍ଷୀ ବିଭିନ୍ନ ଏନକ୍ଲୋଜରରେ ଅସୁସ୍ଥ ରହି ନନ୍ଦନକାନନ ଡାକ୍ତରଙ୍କ ଦ୍ୱାରା ଚିକିତ୍ସିତ ହେଉଛନ୍ତି। ତେବେ ଜାନୁୟାରୀରେ ୯ଟି, ଫେବୃୟାରୀରେ ୫, ମାର୍ଚ୍ଚରେ ୫, ଏପ୍ରିଲରେ ୯ ଏବଂ ମେ ମାସ ୧୪ ମୋଟରେ ଇତି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ଯେ, ନିଜେ ନନ୍ଦନକାନନ ଉପନିର୍ଦ୍ଦେଶକ ଡା.ସଞ୍ଜିତ କୁମାର ପ୍ରାଣୀ ଚିକିତ୍ସକ, ଜନ୍ତୁ ବିଭାଗ ରେଞ୍ଜର ଡା.ସୁଦୀପ୍ତ ପଣ୍ଡା, ଜନ୍ତୁ ବିଭାଗ ଏସିଏଫ୍‌ ଡା.ରଶ୍ମିରଞ୍ଜନ ସ୍ବାଇଁ ହେଉଛନ୍ତି ପ୍ରାଣୀ ଚିକିତ୍ସକ। ସେହିଭଳି ପ୍ରାଣୀ ଚିକିତ୍ସାଳୟରେ ଜଣେ ବିଶେଷଜ୍ଞ ସମେତ ୪ଜଣ ପଶୁ ଚିକିତ୍ସକ ଅଛନ୍ତି। ଏହାସତ୍ତ୍ୱେ ନନ୍ଦନକାନନରେ ପଶୁପକ୍ଷୀଙ୍କ ମୃତ୍ୟୁହାର କମିବାର ନଁା ଧରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri