ଶିଳରେ ଛେଚି ଚାଷୀଙ୍କୁ ହତ୍ୟାକଲେ ଦୁର୍ବୃତ୍ତ

ନୟାଗଡ଼ ଅଫିସ,୨ା୭: ନୟାଗଡ଼ ଟାଉନ ଥାନା ଡିଆଁପଡ଼ା ଗାଁର ଜଣେ ଚାଷୀଙ୍କୁ କେହି ଦୁର୍ବୃତ୍ତ ଶିଳରେ ଛେଚି ବୁଧବାର ରାତିରେ ହତ୍ୟା କରିଛନ୍ତି। ମୃତକ ଜଣକ ହେଲେ ପ୍ରହଲାଦ ଜେନା(୬୫)। ପ୍ରହଲ୍ଲାଦ ତାଙ୍କ ଜମିରେ ଥିବା କୁଡ଼ିଆରେ ଫସଲ ଜଗି ବୁଧବାର ରାତିରେ ଶୋଇଥିଲେ। ତେବେ ଗୁରୁବାର ସକାଳୁ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ସାଇଣ୍ଟଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚିଛନ୍ତି। ବ୍ୟବଚ୍ଛେଦ ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ ବୋଲି ପୋଲିସ କହିଛି।