Posted inଜାତୀୟ

ମତେ ଆଜି ମନ୍ଦିର ଯିବାକୁ ମନା କରାଯାଇଛି, କେଉଁ ଅପରାଧ କରିଛି ମୁଁ: ରାହୁଲ…

ଗୁଆହାଟୀ,୨୨।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଗାନ୍ଧୀ ଆସାମରେ ଅଛନ୍ତି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି।

ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସାମର ନାଗାଓଁ ଜିଲାରେ ପହଞ୍ଚିଛି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧୀ ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ। ମୁଁ କେଉଁ ଅପରାଧ କରିଛି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ?

ସୂଚନାଯୋଗ୍ୟ ମନ୍ଦିରର ପରିଚାଳନା କମିଟି ସୋମବାର ଅପରାହ୍ନ ୩ ଟା ପରେ ରାହୁଲ ଗାନ୍ଧୀଙ୍କୁ ଆସିବାକୁ ସୂଚନା ଦେଇଛନ୍ତି। ପରିଚାଳନା କମିଟିର ମୁଖ୍ୟ ଯୋଗେନ୍ଦ୍ର ଦେବ ମହନ୍ତ କହିଛନ୍ତି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଅନେକ ସଂଗଠନ ମନ୍ଦିର ପରିସରରେ ଭକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଲୋକ ମନ୍ଦିରକୁ ଆସିବେ, ତେଣୁ ରାହୁଲ ଗାନ୍ଧୀଙ୍କୁ ଅପରାହ୍ନ ୩ ଟା ପରେ ମନ୍ଦିରକୁ ଆସିବାକୁ କୁହାଯାଇଛି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ରାହୁଲ ଗାନ୍ଧୀ ମନ୍ଦିରକୁ ଯିବାକୁ ଚାହୁଁଥିଲେ। ଆମେ ଜାନୁଆରୀ ୧୧ ରୁ ଏହା ପାଇଁ ଚେଷ୍ଟା କରୁଛୁ। ଆମର ଦୁଇଜଣ ବିଧାୟକ ମଧ୍ୟ ମନ୍ଦିର କମିଟିଙ୍କୁ ଭେଟିଥିଲେ। ଆମେ ସେମାନଙ୍କୁ କହିଥିଲୁ ଆମେ ଜାନୁଆରୀ ୨୨ ରେ ସକାଳ ୭ଟାରେ ଆସିବୁ, କିନ୍ତୁ ଗତକାଲି ଜାନୁଆରୀ ୨୧ରେ ଆମକୁ ହଠାତ ଅପରାହ୍ନ ୩ ଟା ପରେ ଆସିବାକୁ କୁହାଗଲା । ରାଜ୍ୟ ସରକାରଙ୍କ ଚାପରେ ଏହା ଘଟୁଛି। ଆମେ ମନ୍ଦିରକୁ ଯିବାକୁ ଚେଷ୍ଟା କରିବୁ, କିନ୍ତୁ ୩ଟା ପରେ ଯିବା କଷ୍ଟକର ହେବ କାରଣ ଆମର ଧାର୍ଯ୍ୟ ଦୂରତା ଅତିକ୍ରମ କରିବାକୁ ଅଛି । ଏନେଇ ରାହୁଲ ଧାରଣା ଦେଇଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri