ଟିକେ ଖୁସି ଦେବା

ସମସ୍ତ ଆର୍ଥିକ ବିକାଶର ପ୍ରଥମ ଉଦ୍ଦେଶ୍ୟ ଲୋକଙ୍କ ଖୁସି ବଢ଼ାଇବା। ଯେଉଁ ଆର୍ଥିକ ବିକାଶ ଲୋକଙ୍କୁ ଖୁସି ଦେଇପାରୁଛି ତାକୁ ଆବୋରିନେବା ଆବଶ୍ୟକ। ବିକାଶ ଯଦି ଲୋକଙ୍କୁ ଯନ୍ତ୍ରଣା ଦେଉଛି ତାହା ଚୁଲିକୁ ଯିବା ଦରକାର I ପ୍ରକୃତ ଜ୍ଞାନୀ ଓ ଦକ୍ଷ ନେତା ଦେଶ ତଥା ରାଜ୍ୟ ପାଇଁ ଉପଯୋଗୀ ବିକାଶକୁ ଚିହ୍ନଟକରି ତାକୁ ଲୋକଙ୍କ ହିତରେ ଲଗାଇଥାଏ I ସବୁ ରାଜ୍ୟର ବିକାଶ ଗୋଟିଏ ପ୍ରକାର ହେବ ନାହିଁ। କାରଣ ବିଭିନ୍ନ ରାଜ୍ୟରେ ଆର୍ଥିକ ଗତିବିଧି ଅଲଗା ଥାଏ। ଓଡ଼ିଶାରେ ମଧ୍ୟ ଅନେକ ଆର୍ଥିକ ଗତିବିଧି ରାଜ୍ୟର ପ୍ରାକୃତିକ ସମ୍ପଦ, ଲୋକମାନଙ୍କର କୌଶଳ, ଅନୁଭୂତି ଓ ଜଳବାୟୁ ଉପରେ ନିର୍ଭର କରେ। ସମସ୍ତ ଆର୍ଥିକ ସମ୍ଭାବନାକୁ ଆଖିଆଗରେ ରଖି ରାଜ୍ୟ ଉପଯୋଗୀ ବିକାଶ ଯୋଜନା ପ୍ରସ୍ତୁତ କଲେ ତାହା ରାଜ୍ୟବାସୀଙ୍କ ଖୁସି ବଢ଼ାଇବାରେ ସାହାଯ୍ୟ କରିବ।
ଭୂଗର୍ଭରେ ଅନେକ ପ୍ରକାର ଖଣିଜ ରହିଛି। ବୈଜ୍ଞାନିକମାନେ ଜିଓ ସାଟେଲାଇଟ୍‌ ମାଧ୍ୟମରେ ଏହି ସମ୍ପଦଗୁଡ଼ିକର ସମ୍ପୂର୍ଣ୍ଣ ଚିତ୍ର ପ୍ରସ୍ତୁତ କରିଛନ୍ତି। ସମସ୍ୟା ହେଲା ଏହି ଖଣିଜ ସମ୍ପଦର ଅତ୍ୟଧିକ ଖନନ ଜଙ୍ଗଲ, ପାହାଡ଼, ପାଣି, ମାଟି ଓ ପବନକୁ ନଷ୍ଟ କରିଦେଇଥାଏ। ଆଜି ଅନେକ ଦେଶର ଆଖି ଓଡ଼ିଶାର ଖଣିଜ ସମ୍ପଦ ଉପରେ। ଏଗୁଡ଼ିକର ଖନନ ପ୍ରକୃତିର ସନ୍ତୁଳନକୁ ଆଖିଆଗରେ ରଖି କରାଗଲେ ଏହା ବାୟୁ, ଜଳ ଓ ମାଟି ପ୍ରଦୂଷଣ କମ୍‌ କରନ୍ତା I ଫଳରେ ଲୋକ ରୋଗାକ୍ରାନ୍ତ ନ ହୋଇ ନିଜ ନିଜ ଗାଁରେ ଜୀବିକା ଅର୍ଜନ କରି ଖୁସିରେ ରହିପାରନ୍ତେ।
ଓଡ଼ିଶାର ପ୍ରାୟ ସବୁ ସହର ବାୟୁ, ଜଳ ଓ ମାଟି ପ୍ରଦୂଷଣର ଶିକାର ହୋଇଛି। ଏହି ସହରଗୁଡିକରେ ଇ-ରିକ୍ସା ଚଳାଇବା ,ସାଇକେଲ ଟ୍ରାକ୍‌, ଫୁଟ୍‌ପାଥ୍‌, ରାସ୍ତା କଡ଼ରେ ସବୁଜ ବଳୟ ସୃଷ୍ଟି କରିବା ସହ ଜଳାଶୟଗୁଡ଼ିକର ପୁନରୁଦ୍ଧାର ହୋଇପାରିଲେ ଲୋକେ ତାତିରେ ହନ୍ତସନ୍ତ ହୁଅନ୍ତେ ନାହିଁ। ଓଡ଼ିଶାରେ ଖରାଦିନ ଏତେ ଯନ୍ତ୍ରଣାଦାୟକ ଯେ ଏହା ଓଡ଼ିଆ ଲୋକଙ୍କ ଉତ୍ପାଦକତାକୁ ନଷ୍ଟ କରିଦେଇଥାଏ। ଗ୍ରୀଷ୍ମ ତାପରେ ଲୋକ ଘରୁ ବାହାରିପାରନ୍ତିନାହିଁ। ଫଳରେ ଅନେକ ଆର୍ଥିକ ଗତିବିଧି ବାଧାପ୍ରାପ୍ତ ହୋଇଥାଏ। ଓଡ଼ିଶାରେ ସମସ୍ତ ନଦୀ, ହ୍ରଦ, ପୋଖରୀ ଓ ଜଙ୍ଗଲ ଯଦି ସତେଜ ରହନ୍ତା ତେବେ ଗ୍ରୀଷ୍ମ ତାପର କଷ୍ଟକୁ ଲାଘବ କରନ୍ତା I
ପୁରାଣରେ ବର୍ଣ୍ଣିତ ଅଛି ପୂର୍ବକାଳରେ ଯେଉଁମାନେ ଗଛ କାଟୁଥିଲେ ସେମାନଙ୍କୁ ହିନ୍ଦୁ ରାଜାମାନେ କଡ଼ା ଦଣ୍ଡ ଦେଉଥିଲେ i ଫଳନ୍ତି ଗଛ କାଟିଲେ ଲମ୍ବା କାରାବାସ ଓ ମୃତ୍ୟୁଦଣ୍ଡ ଦିଆଯାଉଥିଲା। ଏବେ ଦଣ୍ଡ ନ ଥିବାରୁ ଲୋକମାନେ ମନଇଚ୍ଛା ଗଛ କାଟି ଦେଉଛନ୍ତି। ସରକାର ଦେଶୀ ଗଛ ଲଗାଇବା ସଙ୍ଗେ ସଙ୍ଗେ ପୁରୁଣା ଗଛଗୁଡ଼ିକର ସୁରକ୍ଷା କରିବା ଉଚିତ i
ଓଡ଼ିଶାରେ ଗାଁଗୁଡ଼ିକରେ ରୋଜଗାର ସୁଯୋଗ ନଥିବାରୁ ବେଶି ଲୋକ ସହରକୁ ଆସୁଛନ୍ତି। ଫଳରେ ଯେତେ ପରିମାଣରେ ଭିତ୍ତିଭୂମି ପ୍ରକଳ୍ପ ତିଆରି କଲେ ମଧ୍ୟ ସହରଗୁଡିକୁ ସୁରକ୍ଷିତ ରଖି ହେଉ ନାହିଁ । ଗାଁଗୁଡ଼ିକରେ ଯଦି ରୋଜଗାର ସୃଷ୍ଟି ହୁଅନ୍ତା ତେବେ ଲୋକେ ଗାଁରେ ଖୁସିରେ ରହିପାରନ୍ତେ, ସହରାଭିମୁଖୀ ହୁଅନ୍ତେ ନାହିଁ। ଓଡ଼ିଶାରେ ସହରଗୁଡ଼ିକରେ ଗେଟେଡ୍‌ ହାଉସିଂ କଲୋନି ବହୁ ସଂଖ୍ୟାରେ ତିଆରି ହୋଇଛି। ଲୋକମାନେ ଏଭଳି କଲୋନିକୁ ନିରାପଦ ଭାବି ସେଠାରେ ରହିବାକୁ ପସନ୍ଦ କରୁଛନ୍ତି। ମାତ୍ର ଏହି ହାଉସିଂ କଲୋନିଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଅଧିକାଂଶ ଜାଗାରେ କଲୋନି ବାସିନ୍ଦାମାନଙ୍କର ଝାଳବୁହା ଧନକୁ ଆତ୍ମସାତ୍‌ କରୁଛନ୍ତି। ଅଧିକାଂଶ ଜାଗାରେ ହାଉସିଂ କଲୋନିଗୁଡ଼ିକ ରକ୍ଷଣାବେକ୍ଷଣର ଅଭାବରୁ ଭୂତକୋଠି ପରି ଦେଖାଗଲାଣି।
ହାଇଦ୍ରାବାଦରେ ହାଉସିଂ କଲୋନିଗୁଡ଼ିକୁ ‘ଟିଏମ୍‌ଏସି’ (ତେଲଙ୍ଗାନା ମ୍ୟୁଚୁଆଲ ଏଡେଡ୍‌ କୋଅପରେଟିଭ ସୋସାଇଟି) ଆକ୍ଟ ଦ୍ୱାରା ରେଜିଷ୍ଟ୍ରାର କୋ-ଅପ୍‌ ସୋସାଇଟିରେ ପଞ୍ଜୀକରଣ କରାଯାଇଛି। ଫଳରେ କଲୋନି ବାସିନ୍ଦାମାନେ କଲୋନିଗୁଡିକର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କେତେଜଣ ମୁଷ୍ଟିମେୟ ଅସାଧୁ ଲୋକଙ୍କ ପ୍ରକୋପରୁ କିଛିଟା ମୁକ୍ତି ପାଇଛନ୍ତି। ଓଡ଼ିଶା ସରକାର ଭୁବନେଶ୍ୱରରେ ଥିବା ସମସ୍ତ ହାଉସିଂ କଲୋନିକୁ ଟିଏମ୍‌ଏସି ଭଳି ପଞ୍ଜୀକରଣ କଲେ ହାଉସିଂ କଲୋନିଗୁଡ଼ିକ ସୁରକ୍ଷିତ ରହିବ।
ସହରଗୁଡ଼ିକରେ ଖେଳ ପଡ଼ିଆ ନ ଥିବାରୁ ପିଲାମାନେ ପଇସା ଖର୍ଚ୍ଚକରି ଦୂରରେ ଥିବା ଷ୍ଟାଡିୟମ ଓ ଘରୋଇ ଖେଳ ସଂସ୍ଥାକୁ ଯାଉଛନ୍ତି i ଅଧିକାଂଶ ପିଲା ଖେଳ ପଡ଼ିଆ ନ ପାଇ ମୋବାଇଲ ଧରି ବସୁଛନ୍ତି। ସରକାର ଯଦି ଗାଁ ଓ ସହରଗୁଡ଼ିକରେ ସାର୍ବଜନିକ ଖେଳ ପଡ଼ିଆର ବ୍ୟବସ୍ଥା କରନ୍ତେ ତେବେ ଏହା ଯୁବପିଢ଼ିଙ୍କୁ ଖୁସି ଦେବ। ଅନେକ ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ହୋଇପାରିବ। ଖେଳିବା ପାଇଁ ସମୟର ଆବଶ୍ୟକତା ଅଛି। ଅଧିକାଂଶ ସ୍କୁଲରେ ଭଲ ପଢ଼ା ନ ହେବାରୁ ପିଲାମାନେ ଖେଳ ସମୟରେ ଟିଉଶନ ଯାଉଛନ୍ତି। ସ୍କୁଲଗୁଡିକର ଗୁଣାତ୍ମକ ମାନ ବୃଦ୍ଧି ହେଲେ ପିଲାମାନେ ସ୍କୁଲ ପାଠ ସ୍କୁଲରେ ସାରି ଦେବେ ଓ ସା ବେଳେ ଖେଳି ଖୁସି ହେବେ। ଓଡ଼ିଶାର ଅନେକ ସ୍କୁଲରେ ଭଲ ଶିକ୍ଷକ ନ ଥିବାରୁ ପିଲାମାନେ ଘୋଷା ବଳଦ ହେଉଛନ୍ତି। ଫଳରେ ପିଲାଙ୍କ ଚିନ୍ତାକରିବା ଓ ବୁଝିବା ଶକ୍ତି ଲୋପ ପାଇଯାଉଛି। ଏଥିପାଇଁ ସରକାର ସ୍କୁଲଗୁଡ଼ିକରେ ଦକ୍ଷ ଓ ନିଷ୍ଠାପର ଶିକ୍ଷକ ନିଯୁକ୍ତ କରିବା ଦରକାର। ଓଡ଼ିଆ ଖାଦ୍ୟ ବାହାର ରାଜ୍ୟରେ ଏତେ ଲୋକପ୍ରିୟ ହୋଇଛି ଯେ ଲୋକମାନେ ଓଡ଼ିଆ ଖାଇବା ପାଇଁ ଖୋଜି ଖୋଜି ଆସୁଛନ୍ତି। ମାତ୍ର ୧୦% ଓଡ଼ିଆ ଖାଦ୍ୟ ବାହାରେ ବିକ୍ରି ହେଉଛି। କର୍ନାଟକର ଉଡିପି ଓ କାମାଥ ହୋଟେଲ ଚେନ୍‌ ପରି ଯଦି ଓଡ଼ିଆ ପୁଞ୍ଜିନିବେଶକାରୀମାନେ ଓଡ଼ିଆ ହୋଟେଲ ଦେଶର ବିଭିନ୍ନ ଜାଗାରେ କରନ୍ତେ ତେବେ ଏଥିରୁ ଅନେକ ଓଡ଼ିଆ ଲାଭବାନ୍‌ ହେବେ ଓ ଓଡ଼ିଆ ହୋଟେଲର ବ୍ରାଣ୍ଡ୍‌ ମଧ୍ୟ ଲୋକପ୍ରିୟ ହେବ। ଓଡ଼ିଶାରେ ଏହି ଛୋଟ ଛୋଟ ଖାଦ୍ୟ ଉଦ୍ୟୋଗ ସୃଷ୍ଟି କରିବାକୁ ଅନୁକୂଳ ବାତାବରଣ ସୃଷ୍ଟି କରାଗଲେ ଏହା ଯୁବପିଢ଼ିଙ୍କୁ ଖୁସି କରିବ। ସରକାର ଭେଜାଲ ଖାଦ୍ୟର ଉତ୍ପତ୍ତିସ୍ଥଳକୁ ନଷ୍ଟ କରିଦେଲେ ଅନେକ ଲୋକ ଓଡ଼ିଆ ଖାଦ୍ୟର ଆନନ୍ଦ ନେବେ।
ମୋ:୭୭୦୨୩୮୩୮୮୦


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri