Categories: ଫୁରସତ

ଶୀତରୁ ରକ୍ଷା ପାଇବା ପାଇଁ ଜଳନ୍ତା ଚୁଲିରେ କରୁଥିଲେ ଏମିତି, ଲୋକେ କହିଲେ…

ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ଶୀତରୁ ବଞ୍ଚିବା ପାଇଁ ମଣିଷ କ’ଣ ନ କରିଥାଏ। ସେହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି। ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ଗରମ ପାଣିରେ ଗାଧୋଇଥାନ୍ତି। ହେଲେ ଭିଡିଓରେ ପିଲାଟି ଖାଲି ଗରମ ପାଣିରେ ଗାଧୋଉଛି ତାହା ନୁହେଁ। ଯେଉଁଥିରେ ଦେଖିବାକୁ ମିଳୁଛି ଚୁଲି ଜଳୁଛି, କଡ଼େଇରେ ପାଣି ଫୁଟୁଛି, ପିଲାଟି ସେଥିରେ ବସି ଗାଧୋଉଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share