ଧାନ କିଣିବାକୁ ଜିଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

ଛତ୍ରପୁର,୨୪ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣିବାକୁ ଦାବି ହୋଇଛି। ଏନେଇ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ସ୍ଥାନୀୟ ଜିଲାପାଳଙ୍କ ଅଫିସ ଆଗରେ ଶୁକ୍ରବାର ଗଣଧାରଣା ଦିଆଯାଇଛି। ଚାଷୀ ଓ ଭାଗ ଚାଷୀଙ୍କୁ କୁଇଣ୍ଟାଲ ପିଛା ୩ ହଜାର ଟଙ୍କା ଦର ଦେବା, ସରକାରୀ ଦର ଉପରେ ରାଜ୍ୟ ସରକାର କୁଇଣ୍ଟାଲ ପ୍ରତି ୧ ହଜାର ବୋନସ୍‌ ପ୍ରଦାନ ଦାବି ହୋଇଛି। ଏନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।