ଭଞ୍ଜନଗର,୬ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଶୁକ୍ରବାର ଚିତ୍ରକଳା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଦିଲ୍ଲୀପ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଏବଂ କଳାଶିକ୍ଷକ ଅକ୍ଷୟ କୁମାର ସେଠୀଙ୍କ ମାର୍ଗଦର୍ଶନରେ ବି. ଏଡ୍. ପ୍ରଥମ ବର୍ଷର ୧୦୦ ଛାତ୍ରୀଛାତ୍ର ଚିତ୍ରକଳା ପ୍ରଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସଂସ୍କୃତିରତ୍ନ ଗୁରୁ ନାରାୟଣ ମହାରଣା ଯୋଗଦେଇ ମହାବିଦ୍ୟାଳୟର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଜଣେ ଶିକ୍ଷକ ପାଇଁ ଚିତ୍ରକଳାର ଆବଶ୍ୟକତାକୁ ଅନୁଭବ କରି ଶ୍ରେଣୀ କକ୍ଷରେ ଉତ୍ତମ କଳାକାର ହେବାପାଇଁ ଶିକ୍ଷକ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି ବକ୍ତା କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ମହାବିଦ୍ୟାଳୟ ସହକାରୀ ପ୍ରଫେସର ଡକ୍ଟର ରଞ୍ଜନ କୁମାର ନାୟକ, ଅମିତ ମିସାଲ , କେ. ପ୍ରକାଶ ରେଡ୍ଡୀ, ଡକ୍ଟର ସତ୍ୟବାଦୀ ମାର୍ଥା, ପ୍ରକାଶ କୁମାର ସାହୁ , ସସ୍ମିତା ବେହେରା, ଶ୍ରୀହର୍ଷ ବାଲା, ଅଶ୍ୱିନୀ କୁମାର ସାହୁ, ବନଲତା ସାମଲ ଓ ଅଣଶିକ୍ଷକ କର୍ମଚାରୀ ଜ୍ୟୋତ୍ସ୍ନା କର,ଶ୍ରୀ ମାନସ ସାଗର ବେହେରା, ଏମ. ରମେଶ କୁମାର, ରଙ୍କନିଧି ସାହୁ ଏବଂ ମନୁ ନାଏକ ସହଯୋଗ କରିଥିଲେ। ମହାବିଦ୍ୟାଳୟର ପ୍ରଥମ ଏବଂ ଦିତୀୟ ବର୍ଷର ପ୍ରାୟ ଦୁଇ ଶହ ଏଥିରେ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ।
ପ୍ରକାଶଯୋଗ୍ୟ, ସରକାରୀ ସୋମନାଥ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଛାତ୍ରୀଛାତ୍ରମାନେ ଉକ୍ତ ପ୍ରଦର୍ଶିତ ଚିତ୍ର କଳାଗୁଡ଼ିକ ଦେଖି ଭରପୁର ମଜା ଉଠାଇଥିଲେ। ପରିଶେଷରେ ପ୍ରଥମ ବର୍ଷର ସମସ୍ତ ଶିକ୍ଷାର୍ଥୀମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

