Posted inଜାତୀୟ

କେନ୍ଦ୍ର ବିରୋଧରେ ୧ କୋଟି ପତ୍ର ଅଭିଯାନ ଆରମ୍ଭ କରିବ ଟିଏମ୍‌ସି

ନୂଆଦିଲ୍ଲୀ, ୧୦ା୪ : ପଶ୍ଚିମବଙ୍ଗକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପାଣ୍ଠି ଯୋଗାଉ ନ ଥିବାରୁ ଏହାର ପ୍ରତିବାଦରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନୂଆ ଅଭିଯାନ ଘୋଷଣା କରିଛି। କେନ୍ଦ୍ରୀୟ ପାଣ୍ଠିରୁ ପଶ୍ଚିମବଙ୍ଗ ଭାଗ ଦାବି କରି ରାଜ୍ୟର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ୧ କୋଟି ପତ୍ର ପଠାଇବେ। ଏହି ସମସ୍ତ ଚିଠିକୁ କେନ୍ଦ୍ର ସରକାରଙ୍କ ପାଖକୁ ଟିଏମ୍‌ସିର ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ଏମ୍‌ପି ଅଭିଷେକ ବାନାର୍ଜୀ ନେଇଯିବେ ବୋଲି ଆଲିପୁରଦୁଆରଠାରେ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗକୁ ଏମ୍‌ଜିଏନ୍‌ଆରଇଜିଏ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଗ୍ୟାରେଣ୍ଟି ଆଇନ) ଯୋଜନାର ବକେୟା ପାଣ୍ଠି ପୈଠ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀଙ୍କ ଉପରେ ଏହି ଚିଠି ମାଧ୍ୟମରେ ଚାପ ପକାଯିବ। ଏଥିପାଇଁ ଦଳ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ଅଭିଷେକ କହିଛନ୍ତି। ଟିଏମ୍‌ସିର ବୁଥ୍‌ସ୍ତରୀୟ କର୍ମୀ ଜନସାଧାରଣଙ୍କଠାରୁ ବିଶେଷ କରି ଯେଉଁମାନେ ଏମ୍‌ଜିଏନ୍‌ଆରଇଜିଏରେ କାର୍ଯ୍ୟ କରି ମଜୁରି ପାଇନାହାନ୍ତି ସେମାନଙ୍କଠାରୁ ଚିଠି ସଂଗ୍ରହ କରିବେ। ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ବକେୟା ଅନୁଦାନ ପଠାଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଦୁଇଦିନିଆ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ଦୁର୍ନୀତିରେ ସମ୍ପୃକ୍ତ ତୃଣମୂଳ କଂଗ୍ରେସ ସରକାର ବିନିଯୋଗ ବିବରଣୀ ଦେଇପାରୁ ନ ଥିବାରୁ ବକେୟା ଅର୍ଥ ସ୍ଥଗିତ ରହିଥିବା ଭାଜପା କହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri