Posted inଜାତୀୟ

ଟିକ୍‌ ଟକ୍‌ ବ୍ୟାନ୍‌ ନେଇ ଏମିତି କହିଲେ ଟିଏମ୍‌ସି ମହିଳା ଏମ୍‌ପି

କୋଲକାତା, ୧।୭- ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଯୋଗୁ ତିକ୍ତତା ଚରମସୀମାରେ ପହଞ୍ଚତ୍ବାବେଳେ ନିକଟରେ ଦେଶର ତଥ୍ୟ ସୁରକ୍ଷାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୯ ଚାଇନା ଆପ୍‌କୁ ବ୍ୟାନ କରିଥିଲେ। ବ୍ୟାନ୍‌ ହୋଇଥିବା ଆପ୍‌ ମଧ୍ୟରେ ଟିକ୍‌ ଟକ୍‌ ସବୁଠାରୁ ଲୋକପ୍ରିୟ ଥିଲା। ସରକାରଙ୍କ ଏହି ନିଷ୍ପତ୍ତିକୁ କେତେକ ଲୋକ ସମର୍ଥନ କରୁଥିବାବେଳେ ଆଉ କେତେଜଣ ଏହାକୁ ସମାଲୋଚନା କରୁଛନ୍ତି। କେତେ ଲୋକଙ୍କ ପାଇଁ ଟିକ୍‌ ଟକ୍‌ ରୋଜଗାରର ଏକ ମାଧ୍ୟମ ଥିବାରୁ ସେମାନେ ଏବେ କ’ଣ କରିବେ ବୋଲି ପ୍ରଶ୍ନ କରିଛନ୍ତି। ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ତଥା ଅଭିନେତ୍ରୀ ନୁସରତ୍‌ ଜହାଁ ମଧ୍ୟ ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ’ଆବେଗିକ ନିଷ୍ପତ୍ତି’ ବୋଲି କହିବା ସହିତ ଏହାକୁ ନୋଟ୍‌ବନ୍ଦୀ ସହ ତୁଳନା ମଧ୍ୟ କରିଛନ୍ତି। ବୁଧବାର କୋଲକାତାରେ ଇସ୍କନ ପକ୍ଷରୁ ଅନୁଷ୍ଠିତ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରାରେ ଯୋଗଦେବା ଅବସରରେ ନୁସରତ୍‌ କହିଛନ୍ତି, ‘ଏବେ ସେହି ଲୋକମାନଙ୍କର କ’ଣ ହେବ, ଯେଉଁମାନେ ଟିକ୍‌ ଟକ୍‌ ବ୍ୟାନ୍‌ ହେବାପରେ ବେରୋଜଗାର ହୋଇଗଲେ। ଯଦି ଏହି ନିଷ୍ପତ୍ତି ଜାତୀୟ ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି ତାହାଲେ ସେଥିରେ କିଛି କହିବାର ନାହିଁ ଏବଂ ମୁଁ ଏହାକୁ ସମର୍ଥନ କରୁଛି। କିନ୍ତୁ ରୋଜଗାର ହରାଇଥିବା ଏହି ଲୋକଙ୍କ ପାଇଁ ସରକାରଙ୍କ ପାଖରେ କିଛି ବିକଳ୍ପ ପ୍ଲାନ ରହିଛି’ ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଏହିଭଳି ନିଷ୍ପତ୍ତି ନିଆଯାଉଛି ତେବେ କିଛି ବିକଳ୍ପ ରଣନୀତି କିମ୍ବା ପ୍ଲାନ ବ୍ୟାକ୍‌ଅପ୍‌ ରହିବା ଆବଶ୍ୟକ। କେବଳ ଯେ ଆପ୍‌ ବନ୍ଦ କରିଦେଲେ ଆମେ ଚାଇନା କମ୍ପାନୀକୁ ହରାଇ ପାରିବା ନାହିଁ। ଏଲ୍‌ଇଡି ବଲ୍‌ଠାରୁ ଆରମ୍ଭ କରି ଘରେ ଲାଗିଥିବା ଏସି ସବୁଥିରେ ଚାଇନା କମ୍ପାନୀର ଜିନିଷ ରହିଛି। ଏହାକୁ କାଉଣ୍ଟର କରିବା ଲାଗି କିଛି ରଣନୀତି ରହିଛି କି ବୋଲି ୩୦ ବର୍ଷୀୟା ଏହି ଏମ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କାଉଟ୍‌ସ ଓ ଗାଇଡ୍‌ସ ଶିବିର ଉଦ୍‌ଘାଟିତ: ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ମଞ୍ଚ

ଦାରିଙ୍ଗବାଡି, ୫ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁବାର ୩ ଦିନିଆ ସ୍କାଉଟ୍‌ସ ଓ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

ପାଟଣାବାସୀଙ୍କ ଦୀର୍ଘଦିନର ଦାବି ହେଲା ପୂରଣ, ମୁଖ୍ୟମନ୍ତ୍ରୀ ଲୋକାର୍ପଣ କଲେ…

ପାଟଣା,୫।୨(ବୀର କିଶୋର ଦାଶ): ଓଡ଼ିଶାରେ ଗୁରୁବାର ୫୭ଟି ନୂତନ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟ ଓ “ଆମ ସାଥୀ “ୟୁନିଫାଏଡ ହ୍ବାଟସ ଆପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଘରେ କେହି ନଥିବାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଚୋର, ନେଇଗଲେ ୧୦ ଭରି ସୁନା ଗହଣା ସହ…

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଆମପାଣି ଥାନା ଆମପାଣି ଗ୍ରାମର ବ୍ୟବସାୟୀ ସନ୍ତୋଷ କୁମାର ସାହୁ ତାଙ୍କ ପରିବାର ଲୋକଙ୍କ ସହିତ ବୁଧବାର ଘରେ ନ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

ମେଘାଳୟରେ ଭୟଙ୍କର ଖଣି ବିସ୍ଫୋରଣ: ୧୬ ଶ୍ରମିକଙ୍କ ମୃତ୍ୟୁ, ଅନେକ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୫।୨: ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri