‘ଟିଏମ୍‌ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’

ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍‌ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲାପାଳ ସମର୍ଥ ବର୍ମା କୋଭିଡ୍‌ ପ୍ରସ୍ତୁତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସୂଚନା ଅନୁଯାୟୀ, ଜିଲାରେ ବର୍ତ୍ତମାନ ୧.୭୬ ଲକ୍ଷ ଟିକାକରଣରେ ସାମିଲ ହୋଇଛନ୍ତି। ପୁରୀରେ ୨ଟି, ନିମାପଡ଼ା, କୋଣାର୍କ, ବ୍ରହ୍ମଗିରିରେ ପ୍ରତ୍ୟେକ ଗୋଟିଏ କୋଭିଡ୍‌ କେୟାର ସେଣ୍ଟର ଥିବାବେଳେ ଏଠାରେ ମୋଟ୍‌ ଶଯ୍ୟା ସଂଖ୍ୟା ୫ଶହ। ପ୍ରବାସୀ ଶ୍ରମିକ ଓ କୁମ୍ଭମେଳା ଫେରନ୍ତାଙ୍କ ଉପରେ ପ୍ରଶାସନ ନଜର ରଖିଛି। ପ୍ରତ୍ୟେକ ବ୍ଲକ୍‌ର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨ଟି ଲେଖାଏ ଆମ୍ବୁଲାନ୍ସ ପ୍ରସ୍ତୁତ ରହିଛି। ସଂକ୍ରମଣକୁ ଯଥାସମ୍ଭବ ନିୟନ୍ତ୍ରଣ କରିବା ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛି ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦାସବର୍ମା କୋଭିଡ୍‌ ପରିଚାଳନା ସହ ସଂପୃକ୍ତ ଥିବା ଜିଲାର ସ୍ବାସ୍ଥ୍ୟ, ପଞ୍ଚାୟତିରାଜ, ଶ୍ରମ, ପରିବହନ ବିଭାଗ ଓ ପୋଲିସ ପ୍ରଶାସନର ସମନ୍ବୟରେ ଏକ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବାକୁ ପରାମର୍ଶ ଦେଇଛନ୍ତି। କୋଭିଡ୍‌ ଟେଷ୍ଟିଂ, ଚିହ୍ନଟ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା, ସଙ୍ଗରୋଧ ବ୍ୟବସ୍ଥା ଓ ଆନୁଷଙ୍ଗିକ ପ୍ରସ୍ତୁତି ଉପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଗୁରୁତ୍ୱ ଦେଇଛନ୍ତି। ସେହିଭଳି ଭୁବନେଶ୍ୱରସ୍ଥିତ କୋଭିଡ୍‌ ରେଫରାଲ୍‌ ହସ୍ପିଟାଲ ସହ ସମ୍ପର୍କରେ ରହିବା ପାଇଁ କହିଛନ୍ତି। ପଞ୍ଚାୟତସ୍ତରରେ ଟିଏମ୍‌ସିକୁ ପ୍ରସ୍ତୁତ ରଖିବା ନେଇ ସେ ନିର୍ଦ୍ଦେଶ ଦେଇଛନ୍ତି। ସେ ଆହୁରି କହିଛନ୍ତି, ରଥଯାତ୍ରା ଖୁବ୍‌ କମ୍‌ ସମୟ ରହିଥିବାରୁ ଜିଲାର ପ୍ରବେଶ ପଥ ପିପିଲି, ପୁରୀ ରେଳଷ୍ଟେଶନ, ଚାରିଛକ, ବସଷ୍ଟାଣ୍ଡ ଓ ଅସ୍ତରଙ୍ଗ ଭଳି ସ୍ଥାନରେ ଜିଲା ପ୍ରଶାସନ ସତର୍କ ଦୃଷ୍ଟି ରଖିବା ଦରକାର। କୃଷ୍ଣପ୍ରସାଦ ବ୍ଲକର ଚିଲିକା ମଧ୍ୟରେ ଥିବା ୧୪ ପଞ୍ଚାୟତରେ କୋଭିଡ୍‌ ନିୟନ୍ତ୍ରଣ ଓ ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଭାବେ ଏକ କୋଭିଡ୍‌ କେୟାର ସେଣ୍ଟର ଆରମ୍ଭ କରିବା ପାଇଁ ଦାସବର୍ମା ପରାମର୍ଶ ଦେଇଛନ୍ତି। ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ବିନୟ କୁମାର ଦାସ, ପିଡି ଡିଆର୍‌ଡିଏ ନୀତିରଞ୍ଜନ ସେନ ଏବଂ ସିଡିଏମ୍‌ଓ ସୁଜାତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri