Posted inଜାତୀୟ

ପଶ୍ଚିମବଙ୍ଗରେ ଟିଏମ୍‌ସି ଜଙ୍ଗଲରାଜର ଅନ୍ତ ଘଟିବ

ସିଙ୍ଗୁର୍‌,୧୯ା୧

ପଶ୍ଚିମବଙ୍ଗ ଜନସାଧାରଣ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ କ୍ଷମତାରୁ ହଟାଇବା ସହ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ୧୫ ବର୍ଷର ମହା ଜଙ୍ଗଲରାଜର ଅନ୍ତ ଘଟାଇବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସିଲିଗୁଡ଼ିଠାରେ ଏକ ରାଲିକୁ ସମ୍ବୋଧନ କରି ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ୮୩୦ କୋଟି ଟଙ୍କା ମୂଲ୍ୟର କେତେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ସହ କୋଲକାତାରୁ ଦେଶର ଅନ୍ୟ ଭାଗକୁ ସଂଯୋଗ କରୁଥିବା ୩ଟି ଅମୃତ ଭାରତ ଟ୍ରେନ୍‌ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଟିଏମ୍‌ସିର ମହା ଜଙ୍ଗଲରାଜକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ, ବହୁସଂଖ୍ୟାରେ ମା’, ଭଉଣୀ ଓ କୃଷକ ପ୍ରକୃତ ପରିବର୍ତ୍ତନ ଚାହଁାନ୍ତି। ପ୍ରତ୍ୟେକ ଜଙ୍ଗଲରାଜର ଅନ୍ତ ଚାହୁଁଛନ୍ତି। ଭାଜପା ପୁଣିଥରେ ବିହାରରେ ଜଙ୍ଗଲରାଜକୁ ରୋକିଥିବାବେଳେ ଏଥର ପଶ୍ଚିମବଙ୍ଗରେ ଟିଏମ୍‌ସିର ମହା ଜଙ୍ଗଲରାଜକୁ ବିଦାୟ ଦେବାକୁ ପ୍ରସ୍ତୁତ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ସୁରକ୍ଷା ଓ ସୀମାନ୍ତ ସ୍ଥିତିକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ଟିଏମ୍‌ସି ସରକାର ରାଜ୍ୟ ଓ ଦେଶର ସୁରକ୍ଷା ସହ ଖେଳୁଛନ୍ତି। ତେଣୁ ଏଠାକାର ଯୁବବର୍ଗଙ୍କୁ ଅଧିକ ସତର୍କ ହେବାକୁ ପଡ଼ିବ। ରାଜ୍ୟରେ ଅନୁପ୍ରବେଶ ପାଇଁ ଟିଏମ୍‌ସି ସବୁ ପ୍ରକାର ସୁବିଧା କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ଏହି ଦଳ ବିକ୍ଷୋଭ କରୁଛି। ଗତ ୧୧ ବର୍ଷ ହେଲା କେନ୍ଦ୍ର ସରକାର ବାରମ୍ବାର ଟିଏମ୍‌ସି ସରକାରଙ୍କୁ ପତ୍ର ଲେଖି ରାଜ୍ୟ ସୀମାରେ ତାରବାଡ଼ ଲଗାଇବାକୁ କହିଆସୁଛି। ଏଥିପାଇଁ ଜମି ଅଧିଗ୍ରହଣ ହୋଇଥିଲେ ମଧ୍ୟ ଟିଏମ୍‌ସି ଏହାକୁ ଭ୍ରୂକ୍ଷେପ କରୁନାହିଁ। ଅନୁପ୍ରବେଶକାରୀ ଗ୍ୟାଙ୍ଗଗୁଡ଼ିକୁ ସୁରକ୍ଷା ପ୍ରଦାନ ଏବଂ ସେମାନଙ୍କ ପାଇଁ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରିବାରେ ଶାସକ ଦଳ ପୃଷ୍ଠପୋଷକତା ପ୍ରଦାନ କରୁଛି। ଅନୁପ୍ରବେଶକୁ ସମ୍ପୂର୍ଣ୍ଣ ବନ୍ଦ କରିବାର ସମୟ ଆସିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ରେକର୍ଡ ବିରାଟ କୋହଲି: ପ୍ରଥମ କ୍ରିକେଟରେ ଭାବେ କଲେ ଏମିତି କାରନାମା

ଇନ୍ଦୋର,୧୯।୧: ବିରାଟ କୋହଲି ତାଙ୍କ କ୍ୟାରିୟରରେ ତାଙ୍କର ୫୪ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେ ଇନ୍ଦୋରରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଏହି...

ରାମଲୀଳା ମହୋତ୍ସବ ଚାଲିଥିବାବେଳେ ତୁମୁଳକାଣ୍ଡ: ପୋଲିସ-ଦର୍ଶକଙ୍କ ମଧ୍ୟରେ ଧସ୍ତାଧସ୍ତି ବେଳେ ୬ଦର୍ଶକ…

ଭେଡେନ,୧୯।୧(ହୃଷିକେଶ ଖମାରୀ)- ବରଗଡ ଜିଲା ଭେଡେନରେ ରବିବାର ରାମଲୀଳା ମହୋତ୍ସବ ଚାଲିଥିବାବେଳେ ବିଳମ୍ବିତ ରାତିରେ ତୁମୁଳକାଣ୍ଡ ଘଟିଛିv। ଜଣେ ଗାୟକ ଗୀତ ପରିବେଷଣ କରୁଥିବା ସମୟରେ...

କଣ୍ଟେନରରେ ଚାଲାଣ ହେଉଥିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ପୋଲିସ, ସିକ୍ରେଟ୍‌ ଚାମ୍ବର ଦେଖି…

ଅମରପାଲି,୧୯ା୧(ପୀତାମ୍ବର ସାହୁ): ସୁବଳୟା ପୋଲିସକୁ ମିଳିଛି ବଡ଼ ସଫଳତା। କଣ୍ଟେନରରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ବେଳେ ସୁବଳୟା ପୋଲିସ ମାଡ଼ି ବସିଛି। ଗଞ୍ଜେଇ...

ସ୍ତ୍ରୀଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରି ପୋଡିଦେଇଥିଲେ ଅବସରପ୍ରାପ୍ତ ରେଳ କର୍ମଚାରୀ: ଆଉ ତା’ପରେ ଘଟିଲା…

ଲକ୍ଷ୍ନୌ,୧୯।୧: ଉତ୍ତର ପ୍ରଦେଶର ଝାନ୍ସୀର ପ୍ରୀତି ହତ୍ୟା ମାମଲା ସମସ୍ତଙ୍କୁ ଚକିତ କରିଛି। ଜଣେ ସ୍ବାମୀ ତିନିଥର ବିବାହ କରି ତାଙ୍କ ତୃତୀୟ ସ୍ତ୍ରୀଙ୍କୁ ନିର୍ମମ...

ଜାନୁଆରୀ ୧୯ ତାରିଖରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ସଂଯୋଗ, ଧନୀ ହେବେ ଏହି ୪ ରାଶି

ଜାନୁଆରୀ ୧୯ ଏବଂ ୨୦ ତାରିଖରେ ସୂର୍ଯ୍ୟ ଏବଂ ଚନ୍ଦ୍ର ଦୁଇ ଦିନ ପାଇଁ ମକର ରାଶିରେ ଏକାଠି ରହିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ,...

ଖୋଲିଲା ମା’ ମଝି ଘରିଆଣୀ ମନ୍ଦିର ହୁଣ୍ଡି, ଚାଲିଛି ଗଣତି

ରାୟଗଡ଼ା,୧୯ା୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି ଆରମ୍ଭ କରାଯାଇଛି। ଏଥିରେ ବିଭିନ୍ନ...

ନ ଖେଳି ଟି-୨୦ ବିଶ୍ୱକପରୁ ବାଦ ପଡ଼ିଯିବ କି ପାକିସ୍ତାନ? ବାଂଲାଦେଶ ବିବାଦ ମଧ୍ୟରେ କାହିଁକି ଉଠୁଛି ପ୍ରଶ୍ନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଏକ ପ୍ରମୁଖ ଉତ୍ତେଜନା, ICC T20 ବିଶ୍ୱକପ ୨୦୨୬ ରେ ଅଂଶଗ୍ରହଣ କରିବ କି ନାହିଁ ସେ ନେଇ...

୧୦ବର୍ଷର ନାବାଳିକା ସହିତ କନଷ୍ଟେବଳଙ୍କ ବର୍ବରତା; ପଞ୍ଜରା ହାଡ଼-ଦାନ୍ତ ଭାଙ୍ଗିଦେଇଥିଲେ, ହିମୋଗ୍ଲୋବିନ୍..

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ଦଶ ବର୍ଷୀୟ ଝିଅ ଜୀବନ ସହିତ ସଂଘର୍ଷ କରୁଛି । ସେ ଗୁରୁତର ଅବସ୍ଥାରେ ଏବଂ ଭେଣ୍ଟିଲେଟରରେ ଅଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri