ଟିଟୋ ସହଯୋଗୀ ମୁନା ଲାଡେନ୍‌ ଗିରଫ

କଟକ ଅଫିସ,୧୪ ।୧୧: ଦାଦାବଟି ମାମଲାରେ ଦରଘାବଜାର ପୋଲିସ ଗ୍ୟାଙ୍ଗଷ୍ଟର ଟିଟୋଙ୍କ ସହଯୋଗୀ ବାଙ୍କା ବଜାରର ମୁନା ଲାଡେନ୍‌ ଓରଫ ସୟଦ ମୁତାକ୍ୱିଦଙ୍କୁ ଗିରଫ କରିଛି। ତାଙ୍କ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ୬ ରାଉଣ୍ଡ ଗୁଳି, ମାଗାଜିନ ଓ ମୋବାଇଲ ଫୋନ ଜବତ କରାଯାଇଛି। ଏ ନେଇ ଏକ ମାମଲ ା(ନଂ.୧୨୦/୨୦) ରୁଜୁ ହୋଇଛି।
ପୋଲିସ ସୂଚନା ଅନୁଯାୟୀ, ୫ ଲକ୍ଷ ଟଙ୍କା ବଟି ଲାଗି ଗୁରୁବାର ରାତିରେ ମୁନା ଲାଡେନ ଜନୈକ ବ୍ୟକ୍ତିଙ୍କ ମୁଣ୍ଡରେ ପିସ୍ତଲ ଲଗାଇଥିଲେ। ଖବରପାଇ ପୋଲିସ ଟିମ୍‌ ଗୌରୀଶଙ୍କର ପାର୍କ ପଛ ପଟ ଅନ୍ଧାରିଆ ସ୍ଥାନରେ ଚଢଉ କରି ତାଙ୍କୁ ଗିରଫ କରିଥିଲା। ମାତ୍ର ତାଙ୍କ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଅଭିଯୁକ୍ତଙ୍କୁ ଥାନାକୁ ଆଣି ଜେରା କରିବା ପରେ ପୂରା ଘଟଣାର ଖୁଲାସା ହୋଇଥିଲା। କଟକ ସହରରେ କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀର ପତିଆରା ବୃଦ୍ଧି କରିବାରେ ମୁନା ଲାଡେନର ପ୍ରମୁଖ ଭୂମିକା ଥିଲା। ଟିଟୋ ନିର୍ଦ୍ଦେଶରେ ମୁନା ଲାଡେନ ସହରରେ ଟେଣ୍ଡର ଫିକ୍ସିଂ, ଦାଦାବଟି, ଅପହରଣ କରି ଟଙ୍କା ଅସୁଲ କରୁଥିଲେ। ଏହାଛଡା ସେ ବେଆଇନ ଅସ୍ତ୍ରଶସ୍ତ୍ର ଓ ନିଶା ଚାଲାଣ ବି କରୁଥିଲା। ଟିଟୋର ଛତ୍ରଛାୟାରେ ରହି ମୁନା ଲାଡେନ କଟକ ସହରରେ ନିଜର ଆପରାଧୀକ ସାମ୍ରାଜ୍ୟ ବିସ୍ତାର କରିଥିବା ଜଣାପଡିଛି। ପୂର୍ବରୁ ତାଙ୍କ ନଁାରେ କେନ୍ଦ୍ରାପଡା, ଲାଲ୍‌ବାଗ, ଚାଉଳିଆଗଞ୍ଜ, ମର୍କତନଗର ଓ ଦରଘାବଜାର ଥାନାରେ ୧୨ଟି ଅପରାଧୀକ
ମାମଲା ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

ପୋଲ ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଆଉ ତା’ପରେ ଘଟିଲା

ଲୋଇସିଂହା,୪।୪(ସୁଶାନ୍ତ ବାରିକ) ବରଗଡ-ବଲାଙ୍ଗୀର ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ ପୋଲ ତଳକୁ ଏକ ସିମେଣ୍ଟ ବୋଝେଇ ଟ୍ରକ ଖସି ପଡ଼ିଛି। ଦୁର୍ଘଟଣାସ୍ଥଳରେ ଜଣେ…

ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର: ଅଭିଯୋଗ ପରେ ବି ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ

ଗଞ୍ଜାମ,୪।୪(ଅନାଥ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ସୂର୍ଯ୍ୟନାରାୟଣପୁର ଓଡ଼ିଆର୍ପି କଲୋନୀରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟ୍ରାନ୍ସଫର୍ମର। ଇଲେକ୍ଟ୍ରି ଟ୍ରାନ୍ସଫର୍ମର ସ୍ଥାନୀୟ ବାସିନ୍ଦା ସୁଦର୍ଶନ ପ୍ରଧାନଙ୍କ…

ସାଙ୍ଗମାନଙ୍କ ସହ ମିଶି ଗାଧୋଇବାକୁ ଯାଇଥିଲେ ନାବାଳକ, ଖସିଗଲା ଗୋଡ, ଖୋଜାଖୋଜି ପରେ ମିଳିଲା…

ଆନନ୍ଦପୁର/ହାଟଡିହି,୪l୪ (ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାଏକ ): ବୈତରଣୀ ନଦୀରେ ବୁଡ଼ିଯାଇ କେନ୍ଦୁଝର ଜିଲା ରାମଚନ୍ଦପୁରୁ ଥାନା ଅନ୍ତର୍ଗତ ଅଞ୍ଜିରା ଗ୍ରାମର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri