Posted inଜାତୀୟ

ତିରୁପତି ମନ୍ଦିର ଲଡୁ ବିବାଦ: ଯାଞ୍ଚ ପାଇଁ ଏସଆଇଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ତିରୁପତି ଲଡୁରେ ପଶୁ ଚର୍ବି ମିଶିଥିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରିଛି। ଏହି ମାମଲାର ଯାଞ୍ଚ ପାଇଁ ଏକ ନୂତନ ସ୍ବତନ୍ତ୍ର ଏସଆଇଟି ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଗଭଇ ଏହି ନିର୍ଦ୍ଦେଶ ଦେବାବେଳେ କହିଛନ୍ତି, ଆମେ ଏହି ଆଦେଶ ଦେଉଛୁ। ଦେବତାଙ୍କ ଉପରେ ବିଶ୍ୱାସ କରୁଥିବା କୋଟି କୋଟି ଲୋକଙ୍କ ଭାବନାକୁ ଧ୍ୟାନରେ ରଖି ଆମେ ଏସଆଇଟିକୁ ଏହି ମାମଲାର ଯାଞ୍ଚ ନିର୍ଦ୍ଦେଶ ଦେଉଛୁ। କୋର୍ଟ ସିବିଆଇର ୨ସଦସ୍ୟ, ଆନ୍ଧ୍ର ପ୍ରଦେଶ ରାଜ୍ୟ ପୋଲିସର ୨ ସଦସ୍ୟ ଏବଂ ଏଫଏସଏସଏଆଇ (FSSAI)ର ଜଣେ ବିଶେଷଜ୍ଞଙ୍କୁ ନେଇ ଏକ ଏସଆଇଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ପ୍ରସାଦରେ ଚର୍ବି ମିଶିବା ଅଭିଯୋଗ ସମଗ୍ର ବିଶ୍ୱରେ ଭକ୍ତଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଛି। ଆମେ ଚାହୁଁନାହୁଁ ଏହି ବିଷୟ ଏକ ରାଜନୈତିକ ଡ୍ରାମା ହେଉ। ଯଦି ଏକ ସ୍ବାଧୀନ ଅନୁଷ୍ଠାନ ଏହି ଘଟଣାର ଅନୁସନ୍ଧାନ କରେ, ତେବେ ଲୋକଙ୍କ ଆତ୍ମବିଶ୍ୱାସ ସୃଷ୍ଟି ହେବ।

ସୂଚନାଯୋଗ୍ୟ, ଗତ ଶୁଣାଣି ସମୟରେ ଜଷ୍ଟିସ ଗଭଇ ମନ୍ତବ୍ୟ ଦେଇଛନ୍ତି ଯେ ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖିବା ଉଚିତ୍‌। ଏହା ମଧ୍ୟ କୁହାଯାଇଥିଲା ଯେ ଲାବୋରେଟୋରୀର ପରୀକ୍ଷା ରିପୋର୍ଟ ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ନୁହେଁ କାରଣ ପ୍ରଥମରୁ ଦେଖାଯାଉଛି ଯେ ପ୍ରତ୍ୟାଖ୍ୟାନ ହୋଇଥିବା ଘିଅ ପରୀକ୍ଷା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri