Posted inଜାତୀୟ

ତିରୁମାଲା ତିରୁପତି ଦେବସ୍ଥାନମ ମନ୍ଦିରର ସମ୍ପତ୍ତି ରିପୋର୍ଟ: ବ୍ୟାଙ୍କରେ ୧୪୦୦୦ କୋଟି-୧୪ ଟନ୍‌ ସୁନା-୭,୧୨୩ ଏକର ଜମି…

ତିରୁପତି, ୨୫।୯ : ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ପୂଜା ସ୍ଥଳ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ଘୋଷଣା କରିଛି ଯେ ଏହାର ସମଗ୍ର ଦେଶରେ ୯୬୦ଟି ସମ୍ପତ୍ତି ରହିଛି। ଯାହାର ମୂଲ୍ୟ ୮୫,୭୦୫ କୋଟି ଟଙ୍କା। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସରକାରୀ ଆକଳନ ଏବଂ ବଜାର ମୂଲ୍ୟ ହିସାବରେ ସମ୍ପତ୍ତିଗୁଡିକ ଅତି କମରେ ଦେଢ଼ ଗୁଣା ଅଧିକ ହୋଇ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ହେବ। ଟିଟିଡି ପକ୍ଷରୁ ଆନୁଷ୍ଠାନିକ ଭାବରେ ସମ୍ପତ୍ତିର ବିବରଣୀ ସାର୍ବଜନୀନ କରାଯାଇଛି।

ତିରୁମାଲା ତିରୁପତି ଦେବସ୍ଥାନମଙ୍କ ସଦ୍ୟତମ ତଥ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଗତ ପାଞ୍ଚ ମାସ ଧରି ମନ୍ଦିର ହୁଣ୍ଡିକୁ ଦାନ ମାଧ୍ୟମରେ ଟିଟିଡିର ମାସିକ ଆୟରେ କ୍ରମାଗତ ବୃଦ୍ଧି ଘଟିଛି। ଚଳିତ ବର୍ଷ ଏପ୍ରିଲରୁ ବର୍ତ୍ତମାନ ପର୍ଯ୍ୟନ୍ତ ହୁଣ୍ଡି ମାଧ୍ୟମରେ ମୋଟ ଦାନ ୭୦୦କୋଟି ଟଙ୍କା ଅତିକ୍ରମ କରିଛି।

ଏହାର ଟ୍ରେଜେରୀରେ ଦିନକୁ ଦିନ ବୃଦ୍ଧି ସହିତ ଟିଟଡି ଆମେରିକା ଭଳି କିଛି ଦେଶ ବ୍ୟତୀତ ଦେଶର ବିଭିନ୍ନ ସ୍ଥାନରେ ମନ୍ଦିର ନିର୍ମାଣ କରୁଛି। ଟିଟିଡି ଅଧ୍ୟକ୍ଷ ୟୁ.ଭି ସୁବା ରେଡ୍ଡୀ ଶନିବାର କହିଛନ୍ତି ଯେ ମନ୍ଦିର ଟ୍ରଷ୍ଟର ସାରା ଦେଶରେ ୭,୧୨୩ ଏକର ଜମି ରହିଛି। ସେ କହିଛନ୍ତି ଯେ ୧୯୭୪ ରୁ ୨୦୧୪ ମଧ୍ୟରେ, ବିଭିନ୍ନ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ,ଟିଟିଡର ଟ୍ରଷ୍ଟ ୧୧୩ ବିଭିନ୍ନ ସମ୍ପତ୍ତି ବିକ୍ରି ହୋଇଛି। ତେବେ ସମ୍ପତ୍ତି ବିକ୍ରୟ ହେବାର କାରଣ ସମ୍ପର୍କରେ ସେ ସ୍ପଷ୍ଟ କରିନାହାଁନ୍ତି।

ସୁବା ରେଡ୍ଡୀ କହିଛନ୍ତି ଯେ ୨୦୧୪ ପରେ ଟିଟିଡି କୌଣସି ସମ୍ପତ୍ତିକୁ ବିକ୍ରି କରି ନାହିଁ ଏବଂ ଭବିଷ୍ୟତରେ ଏହାର କୌଣସି ଅସ୍ଥାବର ସମ୍ପତ୍ତି ବିକ୍ରୟ କରିବାର ଯୋଜନା ନାହିଁ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଟ୍ରଷ୍ଟ ବୋର୍ଡ ପ୍ରତିବର୍ଷ ଟିଟିଡି ସମ୍ପତ୍ତି ଉପରେ ଏକ ଶ୍ୱେତପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଗତ ବର୍ଷ ପ୍ରଥମ ଶ୍ୱେତପତ୍ର ରିଲିଜ ହୋଇଥିବାବେଳେ ଦ୍ୱିତୀୟ ଶ୍ୱେତପତ୍ର ଟିଟିଡି ୱେବସାଇଟରେ ସମସ୍ତ ସମ୍ପତ୍ତିର ସବିଶେଷ ତଥ୍ୟ ଏବଂ ମୂଲ୍ୟାଙ୍କନ ସହିତ ଅପଲୋଡ ହୋଇଛି। ବିଭିନ୍ନ ବ୍ୟାଙ୍କରେ ୧୪୦୦୦ କୋଟି ଟଙ୍କାରୁ ଅଧିକ ଫିକ୍ସଡ ଜମା ରହିଛି। ସେହିପରି ୧୪ ଟନର ସୁନା ଭଣ୍ଡାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri