ଲାଖଚାଷ, ଲାଖ ସାମଗ୍ରୀ ବିକି ଲାଭବାନ୍‌ ହେବାକୁ ପରାମର୍ଶ

ଚନ୍ଦାହାଣ୍ଡି, ୪।୩(ଡି.ଏନ୍‌.ଏ.): ନବରଙ୍ଗପୁର ସିଡିଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ସେ ଲାଖ ଚାଷକରି ରୋଜଗାରକ୍ଷମ ହେବାକୁ ଏସ୍‌ଏଚ୍‌ଜି ମହିଳାଙ୍କୁ ପରାମର୍ଶ ଦେଇଥିଲେ।
ବ୍ଲକ ପରିସରର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସପ୍ତାହିକ ହାଟ, ଖଲିଆବନ୍ଧର କାମ ବୁଲି ଦେଖିଥିଲେ। ଏଥିସହ ପାଟଖଲିଆ ପଞ୍ଚାୟତରେ ଲାଖ ପ୍ରୋସେସିଂ ଗୃହ ରେ ଲାଖଚାଷ ସମ୍ପର୍କରେ ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଲାଖଚାଷ ସମ୍ପର୍କରେ ବୁଝାଇଥିଲେ। ବିଶେଷକରି ଲାଖଶିଳ୍ପରେ ତାଲିମ ନେବା ସହ ଲାଖରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିକରି ଲାଭବାନ୍‌ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଓର୍‌ମାସ ମାର୍କେଟିଂ ହେଡ୍‌ ଉମା ମହେଶ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ଲାଖ ପ୍ରସ୍ତୁତ ସାମଗ୍ରୀ ଦେଖାଇବା ସହ ଏଥିରେ କେତେ ଲାଖ ଖର୍ଚ୍ଚ ହେଉଛି ଏବଂ ଲାଭ କେତେ ମିଳୁଛି ସେ ସମ୍ପର୍କରେ ବୁଝାଇଥିଲେ। ମିଶନ ଶକ୍ତିରୁ ହର୍ଷାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଶିଳ୍ପ ବାବଦରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରି ଋଣ ଯୋଗାଇ ଦିଆଯିବ ବୋଲି ସେ ବୁଝାଇଥିଲେ। ଅନ୍ୟା ଦାଶ ଲାଖଚାଷୀଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରିଥିଲେ। ଉତ୍ପାଦିତ ଲାଖ ବିକ୍ରି ପାଇଁ କୌଣସି ବଜାର ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ କମ୍‌ ଦରରେ ଛତିଶଗଡ଼ ବେପାରୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଲାଖଚାଷୀ କହିଥିଲେ। ଏହି ସମସ୍ୟା ଯୋଗୁ ଚାଷୀମାନେ ଚାଷରୁ ମୁହଁ ଫେରାଉଛନ୍ତି ବୋଲି ସେମାନେ କହିଥିଲେ। ଏହାଛଡ଼ା ଆଇଟିଡିଏ ପକ୍ଷରୁ ସ୍ଥାପନ କରାଯାଇଥିବା ଲାଖ ପ୍ରୋସେସିଂ ମେଶିନ ସବୁ ଅଚଳ ହୋଇ ପଡ଼ିବା ସହ ଏଥିରେ କଳଙ୍କି ଲାଗିଯାଇଛି। ସେସବୁର ଶୀଘ୍ର ମରାମତି ପାଇଁ ପୂର୍ବତନ ସରପଞ୍ଚ ହର ପୂଜାରୀ ସିଡିଓଙ୍କୁ ଅନୁରୋଧ କରିଥିଲେ। ଉତ୍ପାଦିତ ଲାଖ ଓର୍‌ମାସ ପକ୍ଷରୁ କିଣାଯିବା ସହ ଲାଖ ପ୍ରୋସେସିଂ ମେଶିନକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସିଡିଓ ପ୍ରତିଶ୍ରୁତି ଦେଇଥିଲେ l ବିରି, କାନ୍ଦୁଲ, ତେନ୍ତୁଳି ଏବଂ ମାଣ୍ଡିଆ ଚାଷ ଏବଂ ଏହାର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେଇ ଆଦିବାସୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବିଶେଷ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ଏହା ପରେ ବ୍ଲକ ସଭାଗୃହରେ ଚାଷୀମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଛତୁଚାଷ, ମାଛଚାଷ, ଛେଳି ପାଳନ, କୁକୁଡ଼ା ଫାର୍ମ କରି ଅଧିକ ଲାଭବାନ୍‌ ହେବାକୁ ସେ ଚାଷୀଙ୍କୁ ଆହ୍ବାନ ଦେଇଥିଲେ l ଏହି ଅବସରରେ ବିଡିଓ ଧର୍ମରାଜ ମାଝି, ସିଡିପିଓ ସୈରେନ୍ଦ୍ରୀ ମହାନନ୍ଦ, ପରିଦର୍ଶିକା ଦଳିଲା ଖୋସଲା, ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ଚନ୍ଦନ ଦଳାଇ, ଅଙ୍ଗନୱାଡି କର୍ମୀ ଏବଂ ପଞ୍ଚାୟତ ପିଇଓ, କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri