ଆରମ୍ଭ ହେବ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’

ବାଲେଶ୍ୱର, ୩।୭(ମାନସ ବିଶ୍ୱାଳ): ବାଲେଶ୍ୱର ନିର୍ବାଚନମଣ୍ଡଳୀ ଅଧୀନ ବନ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବିଭିନ୍ନ ପଞ୍ଚାୟତରେ ବନ୍ୟାଜଳ ନିଷ୍କାସନ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ନିୟନ୍ତ୍ରଣ ପାଇଁ ମଙ୍ଗଳବାର କ୍ଷେତ୍ର ପରିଦର୍ଶନ ସହ ଜଳସେଚନ ବିଭାଗ ପ୍ରସ୍ତୁତି ସମ୍ପର୍କରେ ବାଲେଶ୍ୱର ବିଧାୟକ ମାନସ କୁମାର ଦତ୍ତ ସମୀକ୍ଷା କରିଛନ୍ତି। ବୁଆଁଳ ଓ ବଇଁଚା ପଞ୍ଚାୟତର ବୁଢାବଳଙ୍ଗ ନଦୀକୂଳିଆ ନୂଆପୁର ସିନ୍ଧିଆ, ବେଲବାରିଆ, କୁଡ଼ିଆ, ପାରିକୁଳ, ବୁଆଁଳ ଆଦି ଅଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତିର ସ୍ଥାୟୀ ପ୍ରତିକାର ପାଇଁ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନ ଓ ଅନ୍ୟ ଅଧିକାରୀଙ୍କ ସହ ବିଧାୟକ ଦତ୍ତ ଆଲୋଚନା କରିଥିଲେ।
ବିଧାୟକ ପ୍ରଥମେ ନୂଆପୁର ସିନ୍ଧିଆ ଗ୍ରାମରେ ବୁଢାବଳଙ୍ଗ ନଦୀକୂଳରେ ସ୍ଥିତି ପରିଖିବା ସହିତ କ୍ରମାଗତ କୂଳ ଖାଉଥିବା ନଦୀତଟର ସୁରକ୍ଷା ବ୍ୟବସ୍ଥା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଅଧୀକ୍ଷଣ ଯନ୍ତ୍ରୀ ପ୍ରଧାନଙ୍କୁ ପରାମର୍ଶ ଦେଇଛନ୍ତି। ବିଶେଷ କରି ନଦୀତଟର ସୁରକ୍ଷା ପାଇଁ ଦୀର୍ଘମିଆଦି ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି। ଆଗାମୀ ଦିନରେ ଲୋକଙ୍କୁ ବନ୍ୟା ପ୍ରଭାବରୁ ରକ୍ଷା କରିବାକୁ ବୁଆଁଳ ଓ ବଇଁଚା ପଞ୍ଚାୟତର ନଦୀକୂଳିଆ ଗ୍ରାମଗୁଡ଼ିକରେ ସୁରକ୍ଷା ବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ‘ବୁଢାବଳଙ୍ଗ ସଂସ୍କାର ଯୋଜନା’ ନାମରେ ଜଳସେଚନ ବିଭାଗ ପକ୍ଷରୁ ଏକ ଦୀର୍ଘ ତଥା ସ୍ଥାୟୀ ଯୋଜନା ପ୍ରସ୍ତୁତି ପାଇଁ କହିଛନ୍ତି। ଫଳରେ ବୁଆଁଳଠାରୁ ଆରମ୍ଭ କରି ଟିଆଖିଆ ପର୍ଯ୍ୟନ୍ତ ନଦୀକୂଳ ସୁରକ୍ଷିତ ହୋଇପାରିବ। ଆସନ୍ତା ମୌସୁମୀ ବର୍ଷା ପରେ ପରେ ଏହି ଯୋଜନାର କାର୍ଯ୍ୟ ପାଇଁ ସର୍ଭେ ଆରମ୍ଭ ହେବ। ତେବେ ଏହି ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଗ୍ରାମବାସୀ ସହଯୋଗ କରିବାକୁ ନିବେଦନ କରିଛନ୍ତି। ସେହିପରି ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରଧାନ ବୁଢାବଳଙ୍ଗ ନଦୀର ବନ୍ୟାପ୍ରବଣ ଅଞ୍ଚଳଗୁଡିକ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ହେବା ଆବଶ୍ୟକତା ଥିବା ବେଳେ ଏବେ ସୁଦ୍ଧା ସ୍ବଳ୍ପ ସ୍ଥାନରେ ପଥର ପ୍ୟାଚିଂ କାର୍ଯ୍ୟ ସରିଛି। ସରକାରଙ୍କ ଅନୁମୋଦନ ସହିତ ଜନସାଧାରଣଙ୍କ ସହଯୋଗ ରହିଲେ ‘ବୁଢ଼ାବଳଙ୍ଗ ସଂସ୍କାର ଯୋଜନା’ ଭଳି ଏକ ଦୀର୍ଘମିଆଦି ଯୋଜନା ପର୍ଯ୍ୟାୟକ୍ରମେ ଶେଷ ହୋଇପାରିବ ବୋଲି ମତ ଦେଇଛନ୍ତି। କ୍ଷେତ୍ର ପରିଦର୍ଶନ ବେଳେ ଜଳସେଚନ ବିଭାଗର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାପସ କୁମାର ନାୟକ ଓ କନିଷ୍ଠଯନ୍ତ୍ରୀ ସତ୍ୟନାରାୟଣ ପଟ୍ଟନାୟକଙ୍କ ସହ ବୁଆଁଳର ପୂର୍ବତନ ସମିତିସଭ୍ୟ ରବିନାରାୟଣ ମହାପାତ୍ର ଓ ଗଣେଶ ପାଢୀ, ଜିଲା ପରିଷଦ ସଦସ୍ୟ ଗୟାଧର ବେହେରା, ସରପଞ୍ଚ ଜିତେନ ଜେନା, ସମିତିସଭ୍ୟ ମାୟାଧର ମହାଳିକ, ଶ୍ରୀକାନ୍ତ ମହାପାତ୍ର, ସଦାଶିବ ବେହେରା, ଗଜେନ୍ଦ୍ର ଜେନା, ପ୍ରମଲ କୁମାର ସିଂହ, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ଜେନା, ବେଣୁଧର ପରିଡା ଓ ଜୟନ୍ତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଭାଜପାର ବରିଷ୍ଠ ନେତା ଗୌରାଙ୍ଗ ଦାସ, ସୀତାକାନ୍ତ ସ୍ବାଇଁ, କାର୍ତ୍ତିକ ରାଉତ, ଲୋକନାଥ ଭୂୟାଁ, ଧୀରଜ ମହାନ୍ତି, ଅନନ୍ତ ନାୟକ ଓ ଅଶୋକ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ। ପରେ ଜଳସେଚନ ବିଭାଗ ପକ୍ଷରୁ କାର୍ଯ୍ୟରତ ତଥା ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ ଆୟୋଜିତ ବୈଠକରେ ଦତ୍ତ ଯୋଗ ଦେଇଥିଲେ। ସଦର ବ୍ଲକ ଅଞ୍ଚଳରେ ବନ୍ୟାଜଳ ନିଷ୍କାସନ, ଲୁଣା ଜୁଆରରୁ ସୁରକ୍ଷା, ଜଳସେଚନ ଆଦି ବିଭିନ୍ନ କ୍ଷେତ୍ରରେ ଚାଳିଥିବା ପ୍ରକଳ୍ପର ଯୋଜନାବଦ୍ଧ ଭାବେ ସଫଳ କାର୍ଯ୍ୟକାରିତା ପାଇଁ ଦତ୍ତ ବୈଠକରେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

ବରଗଡ଼କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୧୩ କୋଟି ଟଙ୍କା ବ୍ୟୟ ଅଟକଳରେ ହେବ ଧନୁଯାତ୍ରା ମହୋତ୍ସବର ସ୍ଥାୟୀ ରାଜମହଲ

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। କେବଳ ବରଗଡ଼, ପଶ୍ଚିମ ଓଡ଼ିଶା, ଓଡ଼ିଶା କିମ୍ବା ଭାରତ ନୁହେଁ, ଦେଶ ବାହାର...

ଚମକିଲେ କୁନି ଝିଅ: ଇଫ୍ରାତ୍‌ ଜୋଏଲ୍‌ଙ୍କୁ ଲିଟିଲ ମିସ୍‌ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ଟାଇଟଲ୍‌

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗ୍‌ଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ସୋମବାର ଆୟୋଜିତ ଲିଟିଲ ମିସ୍‌ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀରର କୁନି ଝିଅ...

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri