ରେଳଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସମୟୋଚିତ ପଦକ୍ଷେପ

ବଲାଙ୍ଗୀର,୧୩ା୧୧(ସୁନିଲ କୁମାର ମହାନ୍ତି): ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବୁଧବାର ବଲାଙ୍ଗୀର ରେଳ ଷ୍ଟେଶନଠାରେ ପୂର୍ଣ୍ଣାଙ୍ଗ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନ୍‌ଡିଆର୍‌ଏଫ୍‌), ଓଡ଼ିଶା ବିପର୍ଯ୍ୟୟ ରାପିଡ୍‌ ଆକ୍ସନ ଫୋର୍ସ, ସ୍ଥାନୀୟ ପ୍ରଶାସନ, ରାଜ୍ୟ ଅଗ୍ନିଶମ ସେବା, ରାଜ୍ୟ ସ୍ବାସ୍ଥ୍ୟସେବା, ରେଳ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍‌, ସ୍ଥାନୀୟ ଏନ୍‌ଜିଓ ଏବଂ ରେଳ ବିଭାଗର ସମସ୍ତ ବିଭାଗ ଅଂଶଗ୍ରହଣ କରିଥିଲେ। ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସମୟରେ ଆଧୁନିକ ଯନ୍ତ୍ରପାତି ଯଥା ରେଳ କୋଚ୍‌ କାଟିବା ମେଶିନ, ଅଗ୍ନି ନିର୍ବାପକ ଏବଂ ଶୀଘ୍ର ଚିକିତ୍ସା ସ୍ଥାନାନ୍ତର ଭଳି ଆଧୁନିକ ଉପକରଣ ଇତ୍ୟାଦି ବ୍ୟବହାର କରାଯାଇଥିଲା। କୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ କିଭଳି ସମୟୋଚିତ ପଦକ୍ଷେପ ନିଆଯାଇ ରେଳଯାତ୍ରୀଙ୍କ ଧନ ଓ ଜୀବନ ବଞ୍ଚାଇ ହେବ ଏହାର ଅଭ୍ୟାସ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଆନନ୍ଦ ସିଂ ଉପସ୍ଥିତ ରହି ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ସ୍ଥାନ ପରିଦର୍ଶନ କରିଥିଲେ। ଏହି ଅଭ୍ୟାସ ରେଳବାଇ ଏବଂ ସମସ୍ତ ଅଂଶଗ୍ରହଣକାରୀ ସଂସ୍ଥାକୁ ଯେକୌଣସି ଅପ୍ରତ୍ୟାଶିତ ପରିସ୍ଥିତିର ଗଭୀର ତଥା ସମନ୍ବିତ ମୁକାବିଲା କରିବାରେ ସାହାଯ୍ୟ କରିବ ଯାହାଦ୍ୱାରା ପୀଡ଼ିତଙ୍କ ଅସୁବିଧା କମ୍‌ ହୋଇପାରିବ ଏବଂ ସମସ୍ତ ଏଜେନ୍ସିର ପ୍ରତିକ୍ରିୟା ସମୟକୁ କମ୍‌ କରିବାରେ ମଧ୍ୟ ସାହାଯ୍ୟ କରିବ ବୋଲି କହିଥିଲେ। ସମ୍ବଲପୁର ରେଳ ମଣ୍ଡଳ ବରିଷ୍ଠ ନିରାପତ୍ତା ଅଧିକାରୀ ଏସ୍‌ଏସ୍‌ ନାୟକ ବିପର୍ଯ୍ୟୟ ପରିଚାଳନାରେ ଯୋଗ ଦେଇଥିବା ସମସ୍ତ ବିଭାଗୀୟ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବଲାଙ୍ଗୀର ଅଗ୍ନିଶମ ବାହିନୀର କର୍ମଚାରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri