କାଳ ସାଜୁଛି ବିଳମ୍ବ ରିପୋର୍ଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବଳ ଲଗାଇଛନ୍ତି। ଚିକିତ୍ସାଠାରୁ ଆରମ୍ଭ କରି ସଚେତନତା ଓ କଟକଣା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ନାନା ତର୍ଜମା ଚାଲିଛି। ଇତିମଧ୍ୟରେ କେତେକ ପ୍ରମୁଖ କାରଣକୁ ଖୋଜି ପାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ବିଳମ୍ବ କରୋନା ରିପୋର୍ଟ ଓ ନିୟମ ଉଲ୍ଲଂଘନ ଯୋଗୁ ସଂକ୍ରମଣ ରୋକି ହେଉ ନ ଥିବା ସେମାନେ କହିଛନ୍ତି। ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, ଓଡ଼ିଶାରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାର କାରଣ ହେଉଛି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ଏବଂ ଅମାନିଆ ବ୍ୟକ୍ତି। ପରୀକ୍ଷଣର ୨ରୁ ୪ଦିନ ପରେ ରିପୋର୍ଟ ଆସୁଛି। ସେତେବେଳକୁ ଆକ୍ରାନ୍ତମାନେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ବିଶେଷକରି ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସ୍ବଳ୍ପ ଲକ୍ଷଣ ରହିଛି, ସେମାନେ ବାହାରେ ବୁଲିବା ଦ୍ୱାରା ସଂକ୍ରମଣ ବଢୁଛି। କୋଭିଡ୍‌ ରିପୋର୍ଟ କିଭଳି ଶୀଘ୍ର ଆସି ପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସଂକ୍ରମଣ ବ୍ୟାପିବାର ଆଉଏକ କାରଣ ଅମାନିଆ ବ୍ୟକ୍ତି ବୋଲି ସେ କହିଛନ୍ତି। ଲୋକେ ସତର୍କ ନ ହେଲେ ସଂକ୍ରମଣ ଆହୁରି ବଢିବ। ସମସ୍ତେ ନିୟମ ମାନି ସତର୍କ ହୋଇ ରହିଲେ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇବ। ନଭେମ୍ବର ୧୭ ବେଳକୁ ଓଡିଶାରେ କରୋନା ସଂକ୍ରମଣ କମିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଭୁବନେଶ୍ୱର ସହର ୮ଦିନ ହେବ ପିକ୍‌ ସମୟ ଅତିକ୍ରମ କରିସାରିଲାଣି। ଆକ୍ଟିଭ କେସ୍‌ ଏବେ କମ୍‌ ଥିବାବେଳେ ଆରୋଗ୍ୟ ହାର ମଧ୍ୟ ବଢୁଛି। ସେହିପରି କଟକରେ ଟିକେ ସମୟ ଲାଗୁଛି। ଆଉ ୫ରୁ ୧୦ ଦିନ ଭିତରେ କଟକରେ ବି ଧୀରେ ଧୀରେ କମିଯିବ ବୋଲି ସେ କହିଛନ୍ତି। ତେବେ ୱାଶିଂଟନ ବିଶ୍ୱବିଦ୍ୟାଳୟର ଆଇଏଚ୍‌ଏମ୍‌ କରିଥିବା ଆକଳନକୁ ଭୁଲ୍‌ ବୋଲି ସେ କହିଛନ୍ତି। ଆସନ୍ତା ଜାନୁୟାରୀ ବେଳକୁ କରୋନାରେ ଦିନକୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆଇଏଚଏମ୍‌ ଆକଳନ କରିଥିଲା। ହେଲେ ସେତେବେଳକୁ ଭ୍ୟାକ୍ସିନ୍‌ ଆସିଯାଇଥିବ। ଡିସେମ୍ବରରେ ଭ୍ୟାକ୍ସିନ୍‌ ଆସିବାର ଅଧିକ ସମ୍ଭାବନା ଥିବାରୁ ସେଭଳି ପରିସ୍ଥିତି ସୃଷ୍ଟି ହେବନି ବୋଲି ମିଶ୍ର ଦୃଢତାର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri