ସମ୍ପର୍କ ପାଇଁ ସମୟ

ସ୍ବାସ୍ଥ୍ୟ ପାଇଁ ଖାଦ୍ୟ ଯେତିକି ଦରକାର ସେତିକି ଜରୁରୀ ସମ୍ପର୍କ। ହେଲେ ଏବେ ଅଧିକାଂଶ ମହିଳା କର୍ମକ୍ଷେତ୍ର ଓ ଘରକାମ ଭିତରେ ଏଭଳି ବ୍ୟସ୍ତ ରହୁଛନ୍ତି ଯେ ଅନ୍ୟ କୌଣସି ସମ୍ପର୍କ ନିଭାଇବାକୁ ସୁଯୋଗ ପାଉନାହାନ୍ତି। କିନ୍ତୁ ନିଜକୁ ସୁସ୍ଥ ରଖିବାକୁ ହେଲେ ସାମାଜିକ ସମ୍ପର୍କର ବି ମହତ୍ତ୍ୱ ରହିଛି ଏକଥା ଭୁଲିବା ଠିକ୍‌ ନୁହେଁ…

କର୍ମଜୀବୀ ମହିଳା ହୁଅନ୍ତୁ କି ଗୃହିଣୀ କାମର ଚାପରେ ଏଭଳି ଛନ୍ଦି ହୋଇଯାଇଥାନ୍ତି ଯେ ସାମାଜିକ ସମ୍ପର୍କ ନିଭାଇବା କଥାକୁ ସେମାନେ ମନରୁ ଦୂରେଇ ଦେଇଥାନ୍ତି। କିନ୍ତୁ ଏହି ସମ୍ପର୍କ ଯେ ସେମାନଙ୍କ ପାଇଁ ନିହାତି ଜରୁରୀ ଏକଥା ବୁଝିବା ଦରକାର। ସାମାଜିକ ସମ୍ପର୍କ ବିନା ମଣିଷ ଜୀବନର ଅସ୍ତିତ୍ୱ ସମ୍ଭବ ନୁହେଁ। ଆଉ ସମ୍ପର୍କର ଅସ୍ତିତ୍ୱ ଯେତେବେଳେ ଦୋହଲିଯାଏ ସେତେବେଳେ ଅନେକ ସମସ୍ୟା ସୃଷ୍ଟି ହୁଏ। ଉଭୟ ଶାରୀରିକ ଓ ମାନସିକ ସମସ୍ୟାରୁ ଅନେକାଂଶରେ ମୁକ୍ତି ପାଇବା ପାଇଁ ହେଲେ ସାମାଜିକ ସମ୍ପର୍କକୁ ଭୁଲିଯିବା ଠିକ୍‌ ନୁହେଁ।
ଡିପ୍ରେସନ କମ୍‌ କରେ: ସାମାଜିକ ସମ୍ପର୍କ ପ୍ରତ୍ୟେକ ମଣିଷକୁ ଏକ ଭିନ୍ନ ଅନୁଭବ ଦେଇଥାଏ। ବିଭିନ୍ନ ସମ୍ପର୍କରେ ବନ୍ଧାହୋଇଥିବା ମଣିଷ ଅନେକଙ୍କ ସହ ଦେଖାସାକ୍ଷାତ କରି ପରସ୍ପର କଥାବାର୍ତ୍ତା ହେବାର ସୁଯୋଗ ପାଇଥାଏ। ତେଣୁ ମନ ଭିତରେ ଅନେକ ପ୍ରସଙ୍ଗ, ଅନେକ କଥା ଓ ଭାବନା ଆସିଥାଏ। ଏଥିପାଇଁ କେହି ବି ନିଃସଙ୍ଗତା ଅନୁଭବ କରିବେ ନାହିଁ। ଅନ୍ୟପକ୍ଷରେ କେବଳ ନିଜ କାମ ଭିତରେ ବାନ୍ଧିହୋଇ ସମୟ କଟାଉଥିବା ମଣିଷ ହିଁ ସବୁବେଳେ ନିଜକୁ ଏକା ଭାବିଥାଏ। ବେଳେବେଳେ ଏଥିପାଇଁ ସେ ଡିପ୍ରେସନର ବି ଶିକାର ହୋଇଥାଏ। ତେଣୁ ମହିଳାମାନେ କିଛି ସମୟ ନିଜ ପଡ଼ୋଶୀ କିମ୍ବା ଅନ୍ୟ ବନ୍ଧୁମାନଙ୍କ ସହ କଥାବାର୍ତ୍ତା କରି ସମୟ କଟାଇବା ଦରକାର। ଫଳରେ ଡିପ୍ରେସନ, ହାର୍ଟଆଟାକ୍‌, ନିଦ୍ରାହୀନତା ଆଦି ବିଭିନ୍ନ ରୋଗର ଆଶଙ୍କା ମଧ୍ୟ ରହିବ ନାହିଁ।
ଆଶାର କିରଣ: କର୍ମଜୀବୀ ମହିଳାମାନେ ସାଧାରଣତଃ କାମର ଚାପରେ ନିଜ ପାଇଁ ସମୟ ବାହାର କରିବାକୁ ସୁଯୋଗ ପାଆନ୍ତି ନାହିଁ। ଏଥିପାଇଁ ସବୁବେଳେ କାମର ବୋଝ ଥିବା ଭଳି ଅନୁଭବ କରନ୍ତି। ଏହି କାରଣରୁ ଖୁବଶୀଘ୍ର ହତାଶ ହୋଇ ପଡନ୍ତି ଓ ମନରେ ନିରାଶାର ଭାବ ସୃଷ୍ଟି ହୁଏ। କିନ୍ତୁ ଯେଉଁମାନେ ବିଭିନ୍ନ ଲୋକଙ୍କ ସହ ସାମାଜିକ ସମ୍ପର୍କରେ ବନ୍ଧା ହୋଇଥାନ୍ତି ସେମାନଙ୍କ ପାଖରେ କିଛି ନା କିଛି ସମାଧାନର ପନ୍ଥା ମିଳିଯାଏ। ବନ୍ଧୁବାନ୍ଧବ କିମ୍ବା ସମ୍ପର୍କୀୟମାନେ ଅସୁବିଧା ସମୟରେ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି କିମ୍ବା ସମାଧାନର ବିଭିନ୍ନ ପ୍ରସ୍ତାବ ବି ଦେଇପାରନ୍ତି। ତେଣୁ ସମ୍ପର୍କରେ ବନ୍ଧା ମଣିଷ ମନରେ ନିରାଶା ବଦଳରେ ଆଶାର ସଞ୍ଚାର ହୋଇଥାଏ।
କ୍ରୋଧ ଉପରେ ନିୟନ୍ତ୍ରଣ: ସାମାଜିକ ସମ୍ପର୍କ ରଖୁ ନ ଥିବା ମଣିଷ ଅନେକ ସମୟରେ ଚିଡ଼ିଚିଡ଼ାପଣର ଶିକାର ହୋଇଥାନ୍ତି। କାରଣ କାର୍ଯ୍ୟର ଚାପ ଯୋଗୁ ସେମାନେ ବିରକ୍ତ ହୋଇ ଯାଆନ୍ତି। ଏଥିପାଇଁ ଅତିଶୀଘ୍ର ରାଗି ଯାଆନ୍ତି। କିନ୍ତୁ ସାମାଜିକ ସମ୍ପର୍କରେ ବନ୍ଧା ହୋଇଥିବା ମହିଳାମାନେ ବିଭିନ୍ନ ଲୋକ ତଥା ଅନୁଷ୍ଠାନ ସହ ଜଡ଼ିତ ଥାନ୍ତି। ସେମାନଙ୍କୁ ପ୍ରତିଦିନ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ହୋଇଥାଏ। ବେଳେବେଳେ ଅନ୍ୟମାନଙ୍କ ବିଭିନ୍ନ ସମସ୍ୟା ସମାଧାନ କରିବା କିମ୍ବା ଅନ୍ୟକୁ ସାହାଯ୍ୟ କରିବାବେଳେ ମନ ବେଶ୍‌ ଖୁସି ହୋଇଯାଏ। ଫଳରେ ଏତେ ଶୀଘ୍ର କ୍ରୋଧ ଆସି ନ ଥାଏ। ଯଦି ବି କ୍ରୋଧ ଆସିଥାଏ ଲୋକଙ୍କ ଗହଳରେ ରହିବା ଫଳରେ କ୍ରୋଧ ଉପରେ ଆପେ ଆପେ ନିୟନ୍ତ୍ରଣ ଆସିଯାଏ।

ଏମାନେ କ’ଣ କରନ୍ତି

ଆଦୌ ସମୟ ହୁଏନି : ସ୍କୁଲ କାମ ଓ ଘର କାମ ଭିତରେ ମତେ ଅନ୍ୟ କୁଆଡ଼େ ଯିବାପାଇଁ ଆଦୌ ସମୟ ହୁଏନି। ସେଠାରୁ ଫେରି ଘରେ ସମସ୍ତଙ୍କ ପାଇଁ ରୋଷେଇ କରିବା, ଘର ସଫା କରିବା, ଛୁଆଙ୍କ କାମ ସବୁକିଛି ଭିତରେ ସମୟ କୁଆଡ଼େ ପଳାଏ ଜଣାପଡେନି। ଏମିତିକି ସାଙ୍ଗମାନଙ୍କ ସହ ବେଶି ସମୟ କଥାବାର୍ତ୍ତା ହେବାକୁ ବି ସମୟ ମିଳେନି। କାମ ସାରି ରାତିରେ ଶୋଇବାକୁ ଗଲେ ଶୀଘ୍ର ନିଦ ହୋଇଯାଏ। ପରଦିନ ସକାଳୁ ଶୀଘ୍ର ଉଠି ପୁଣି ଥରେ ସବୁଦିନିଆ ରୁଟିନ୍‌ ଲାଇଫ୍‌ ଭିତରେ ଗୋଟିଏ ଦିନ ସରିଯାଏ। ଏମିତିକି ସାପ୍ତାହିକ ଛୁଟିଦିନରେ ବି ଏତେ କାମ ରହିଥାଏ ଯେ ଅଧିକ ହାଲିଆ ଲାଗେ। ତେଣୁ କାହା ସହ କଥାବାର୍ତ୍ତା ହେବାକୁ କିମ୍ବା ଅନ୍ୟ କୁଆଡ଼େ ବାହାରକୁ ଯିବାକୁ ମନ ହୁଏନି। କିନ୍ତୁ ଖରାଛୁଟିରେ ପିଲାମାନଙ୍କୁ ନେଇ ବୁଲାବୁଲି ନିଶ୍ଚୟ କରେ।
-ପ୍ରତିଭା ନାୟକ, କର୍ମଜୀବୀ, କୋଏଲନଗର, ରାଉରକେଲା
ସମୟ ବାହାରକରେ: ସବୁ କାମ ଭିତରେ ମୋ ଖୁସି ପାଇଁ କିଛି ସମୟ ବାହାର କରିବାକୁ ଭୁଲେନି। କାହିଁକିନା ମୋର ବହୁତ ସାଙ୍ଗ ଅଛନ୍ତି ଏବଂ ବିଭିନ୍ନ ଅନୁଷ୍ଠାନ ସହ ମୁଁ ଜଡ଼ିତ ହୋଇ ରହିଛି। ଘରେ ମତେ କାମରେ ସହଯୋଗ କରିବା ପାଇଁ ମେଡ୍‌ ରଖିଛି। ତେଣୁ ଅଫିସ୍‌ କାମ ସାରି ବେଳେବେଳେ ବିଭିନ୍ନ ସୋସିଆଲ ୱାର୍କରେ କେବେ ମିଟିଂ ପାଇଁ ଯାଏ ତ କେବେ ଅନ୍ୟ କିଛି ଅଭିଯାନରେ ବି ସାମିଲ ହୁଏ। କିନ୍ତୁ ଘର ଦାୟିତ୍ୱ ସବୁ ନିଭାଇଥାଏ। ଘରେ କେତେବେଳେ କ’ଣ ହେବ ସେନେଇ ମେଡ୍‌କୁ ଫୋନରେ କହିଥାଏ। ଛୁଟିଦିନରେ ତ ଘରେ ସମସ୍ତେ ପାଖରେ ଥିବା କୌଣସି ସ୍ଥାନକୁ ଏମିତିକି ପାର୍କ କିମ୍ବା ମନ୍ଦିର ଯେଉଁଠିକୁ ହେଲେ ବୁଲିବାକୁ ଯାଉ।
-ମୁନ୍‌ମୁନ୍‌ ମହାପାତ୍ର, କର୍ମଜୀବୀ, ବ୍ରିଟ୍‌ କଲୋନି, ନୟାପଲ୍ଲୀ, ଭୁବନେଶ୍ୱର
ଫୋନ୍‌ରେ ସମ୍ପର୍କ ରଖେ: ଯେତେ ଚେଷ୍ଟା କଲେ ବି ବାହାରକୁ ଯିବାକୁ ସମୟ ହେଉନି। ଘରେ ଥିବା ସମୟରେ ତ ଏତେ କାମ ଥାଏ ଯେ ଅନ୍ୟ କିଛି ଚିନ୍ତା ମୁଣ୍ଡକୁ ବି ଆସେନି। ଅବଶ୍ୟ ଘରକାମ ସାରି ଅଫିସ୍‌ ଯିବା ପରେ ସମସ୍ତଙ୍କୁ ଫୋନ୍‌ କରେ। କାହାକୁ କିଛି କହିବାର ଥିଲେ ସେଠି ସମୟ ବାହାର କରି ଟିକେ ଫୋନ୍‌ରେ କଥା ହୋଇଯାଏ। ଫଳରେ ରିଲାକ୍ସ ଲାଗେ ଓ ଶୀଘ୍ର ସବୁକାମ କରିଦିଏ। ଏହା ବ୍ୟତୀତ ପ୍ରତି ରବିବାର ଦିନ ଆମେ ସମସ୍ତେ ମିଶି ପାଖରେ ଥିବା ପାର୍କକୁ ଯାଇ ସାବେଳେ ବୁଲାବୁଲି କରୁ ଏବଂ ବାହାରେ ଖାଇ ଘରକୁ ଫେରୁ। ସେଦିନ ପୁଅ ଭାରି ଖୁସି ହୋଇଯାଏ ଆଉ ମତେ ବି ବହୁତ ଭଲ ଲାଗେ।
-ସୁମିତ୍ରା ପ୍ରଧାନ, କର୍ମଜୀବୀ, କୋଶଳା, ଛେଣ୍ଡିପଦା, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri