Posted inଜାତୀୟ

ନୂଆ କାର୍ଟୁନର ସମୟ

ନୂଆଦିଲ୍ଲୀ,୨୫ା୮:ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ବୁଧବାର ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରୟାନ-୩ର ସଫଳ ସୂକ୍ଷ୍ମାବତରଣ କରାଇ ଇତିହାସ ରଚିଛି। ପୂର୍ବରୁ ରୁଷିଆ, ଆମେରିକା ଓ ଚାଇନାର ମୁନ୍‌ ମିଶନ ସଫଳ ହୋଇଥିବାବେଳେ ଏଭଳି ସଫଳତା ହାସଲ କରିବାରେ ଭାରତ ହେଉଛି ପ୍ରଥମ ରାଷ୍ଟ୍ର। ତେଣୁ ଭାରତୀୟମାନେ ଏହାକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି। କିନ୍ତୁ ସେମାନେ ଆମେରିକାରୁ ପ୍ରକାଶିତ ‘ନ୍ୟୁୟର୍କ ଟାଇମ୍ସ’ (ଏନ୍‌ଓ୍ବାଇଟି)ର ଏକ ୯ ବର୍ଷ ତଳର କାର୍ଟୁନ୍‌କୁ ଭୁଲିପାରି ନାହାନ୍ତି।
୨୦୧୪ରେ ୪୫୦ କୋଟି ବ୍ୟୟରେ ଭାରତର ମଙ୍ଗଳ ଅଭିଯାନ ସଫଳ ହୋଇଥିଲା। ପୂର୍ବରୁ ଆମେରିକା, ରୁଷିଆ ଓ ୟୁରୋପ ମଙ୍ଗଳକୁ ଯାନ ପଠାଇଥିଲେ ହେଁ ଆନ୍ତଃ ଗ୍ରହ ମିଶନ ପାଇଁ ଭାରତ ସବୁଠୁ କମ୍‌ ଖର୍ଚ୍ଚ କରିଥିଲା। ମଙ୍ଗଳୟାନର ସଫଳତା ପରେ ଏନ୍‌ଓ୍ବାଇଟିରେ ଏକ କାର୍ଟୁନ ପ୍ରକାଶ ପାଇଥିଲା। ସେଥିରେ ଜଣେ ଭାରତୀୟ ଚାଷୀ ଏକ ଗାଈକୁ ସାଙ୍ଗରେ ଧରି ‘ଏଲିଟ୍‌ ସ୍ପେସ୍‌ କ୍ଲବ୍‌’ର କବାଟ ବାଡ଼ଉଛନ୍ତି। ଘର ଭିତରେ ୩ ଜଣ ସୁଟ୍‌ ପିନ୍ଧିଥିବା ବ୍ୟକ୍ତି (ସମ୍ଭବତଃ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସାର ବୈଜ୍ଞାନିକ) ବସିଥିବା ଦେଖାଯାଇଥିଲା। ସିଙ୍ଗାପୁରର ବ୍ୟଙ୍ଗ ଚିତ୍ରକର ହେଙ୍ଗ୍‌ କିମ୍‌ ସଙ୍ଗ୍‌ଙ୍କ ଏହି କାର୍ଟୁନର ଶୀର୍ଷକ ଥିଲା, ‘ଇଣ୍ଡିଆଜ୍‌ ବଜେଟ୍‌ ମିଶନ ଟୁ ମାର୍ସ’। ଚନ୍ଦ୍ରୟାନ-୩ର ସଫଳତା ପରେ ଉତ୍ସବ ମନାଉଥିବା ଭାରତୀୟ ନେଟିଜେନ୍‌ମାନେ ସେହି ପୁରୁଣା ଫଟୋକୁ ମନେପକାଇ ନ୍ୟୁୟର୍କ ଟାଇମ୍ସକୁ ବୈଷମ୍ୟବାଦୀ ଖବରକାଗଜର ଆଖ୍ୟା ଦେଇଛନ୍ତି। ସେମାନେ କହଛନ୍ତି, ଏନ୍‌ଓ୍ବାଇଟି ପାଇଁ ଏବେ ନୂଆ କାର୍ଟୁନ ପ୍ରକାଶ କରିବାର ସମୟ ଉପନୀତ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri