୩ ଜଙ୍ଗଲରୁ ଅବାଧ କାଠ ଚାଲାଣ

ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଦର୍ଶାଇଛନ୍ତି, ଧଣ୍ଡାତୋପା ରେଞ୍ଜରେ ଅନେକ ଘଞ୍ଚ ଜଙ୍ଗଲ ରହିଛି। ଆଠମଲ୍ଲିକ ବନଖଣ୍ଡର ପ୍ରମୁଖ ରେଞ୍ଜ ହୋଇଥିଲେ ମଧ୍ୟ ଏବେ ଏହି ରେଞ୍ଜରେ ଥିବା ଜଙ୍ଗଲଗୁଡିକ ଅସୁରକ୍ଷିତ ହୋଇପଡିଛି। ପ୍ରତ୍ୟେକ ଦିନ କାଠ ମାଫିଆମାନେ କଟର ସାହାଯ୍ୟରେ ମୂଲ୍ୟବାନ ଗଛ କାଟି ବାହାରକୁ ଚାଲାଣ କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ବିଫଳ ହୋଇଛି।
କେଞ୍ଚୁଆନାଳି ଜଙ୍ଗଲରେ ୧୯୯୪ ମସିହାରେ ୧୦ ହଜାର ଚାରା ଲଗାଯାଇଥିଲା। ସେହିପରି ବିପ୍ରଡିହ ଜଙ୍ଗଲରେ ୧୯୯୫ ମସିହାରେ ୮ ହଜାର ଶାଗୁଆନ, ଶିଶୁ, ପଟାସ ଓ ମଇମୁରା ଜଙ୍ଗଲରେ ୧୯୯୮ ମସିହାରେ ୧୨ ହଜାର ଚାରା ରୋପଣ କରାଯାଇଥିଲା। ସେହି ଗଛଗୁଡିକ ବଡ ହୋଇଯାଇଥିବାରୁ ଜଙ୍ଗଲ ଏବେ ପରିପୂର୍ଣ୍ଣ ହୋଇଯାଇଛି। ତେବେ ଉକ୍ତ ଜଙ୍ଗଲ ଉପରେ ଏବେ କାଠ ଚୋରଙ୍କ ନଜର ପଡିଛି। ଦୈନିକ ବିଳମ୍ବିତ ରାତିରେ ଶାଗୁଆନ, ଶିଶୁ, ପଟାସ ଆଦି ମୂଲ୍ୟବାନ ଗଛଗୁଡିକ କାଟି ନିଆଯାଉଛି। ଜଙ୍ଗଲରେ ତାହାକୁ ଗଣ୍ଡି କରାଯିବା ପରେ ସୁବିଧା ଦେଖି ସେଗୁଡିକ ଟ୍ରାକ୍ଟର ଯୋଗେ ଗୁପ୍ତ ଜାଗାକୁ ଆଣି ଗଚ୍ଛିତ କରି ରଖାଯାଉଛି। ଏହାପରେ ସୁବିଧା ସୁଯୋଗ ଦେଖି କରତ ସାହାଯ୍ୟରେ ପଟା କରି ବାହାରକୁ ଚାଲାଣ କରାଯାଉଛି। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଏହି ଚୋରା ଚାଲାଣ ରିତିମତ ଜାରି ରହିଛି। ଉକ୍ତ ୩ ଜଙ୍ଗଲର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବହୁ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ବିଭାଗୀୟ କର୍ମଚାରୀମାନେ ଜଙ୍ଗଲରେ ରାତ୍ରି ପାଟ୍ରୋଲିଂ କରୁ ନ ଥିବାରୁ କାଠ ଚୋରମାନେ ନିୟମିତ କାଠ ଚୋରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ୩ ଜଙ୍ଗଲ ପଦା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁ କହିଛନ୍ତି, ବନ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲଗୁଡ଼ିକ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ସେଭଳି କୌଣସି କାଠ ଚାଲାଣ ହେଉଥିବା ମୋ ନିକଟରେ ସୂଚନା ନାହିଁ। ଖୁବ୍‌ଶୀଘ୍ର ତଦନ୍ତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri