କାଠ ବୋଝେଇ ଟ୍ରାକ୍ଟର ଜବତ: ଜଣେ ଗିରଫ

ଠାକୁରମୁଣ୍ଡା, ୩୧।୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ନୋଦା ଗ୍ରାମରୁ ବୁଧବାର ଏକ ଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ ହୋଇଛି। ଏହି ଘଟଣାରେ ସମ୍ପୂକ୍ତ ଟ୍ରାକ୍ଟର ଡ୍ରାଇଭରଙ୍କୁ ବନ କର୍ମଚାରୀ ଗିରଫ କରିଛି। ସେ ହେଲେ ସାତକୋଶିଆ ନିକଟ ଦ୍ୱାରଶୁଣି ଗ୍ରାମର ଦୁବୁଗା ପୂର୍ତ୍ତ (୨୫)।
ପ୍ରକାଶ ଯେ, ବୁଧବାର ଭୋର ୪ଟାରେ ସାତକୋଶିଆ ରେଞ୍ଜର ଫରେଷ୍ଟର ପରମେଶ୍ବର ମହାନ୍ତ, କୃତିବାସ ମହାନ୍ତ, ବନରକ୍ଷୀ ଶରତ କୁମାର ମହାନ୍ତ, ପ୍ରମୋଦ ମହାନ୍ତ, ମନୋଜ କୁମାର ମହାନ୍ତଙ୍କ ସମେତ ଟିପିଏଫ୍‌ କର୍ମୀମାନେ ଡିୟୁଟି କରୁଥିବା ସମୟରେ ନୋଦା- ବିରିଡ଼ିହା ରାସ୍ତାର ନୋଦା ଗ୍ରାମ ନିକଟରେ କାଠ ବୋଝେଇ କରି ନେଉଥିବା ଏକ ନମ୍ବର ବିହୀନ ଟ୍ରାକ୍ଟରକୁ ଧରିଥଲେ। ଏହି କାଠ ବୋଝେଇ ଟ୍ରାକ୍ଟରଟି ଆନନ୍ଦପୁର ବ୍ଲକ ଅନ୍ତର୍ଗତ ତରତରା ଗ୍ରାମକୁ ଯାଉଥିବା ଜଣାପଡିଛି। ଟ୍ରାକ୍ଟରରେ ମୋଟ ୯୭ ଖଣ୍ଡ ଚୌକାଠ ରହିଥିଲା। ଯାହାର ଅନୁମାନିକ ମୂଲ୍ୟ ୧ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।