ମା’ଙ୍କ ନିକଟରେ ଲାଗିପାରୁନି ଚାଷୀଙ୍କ ଅନୁକୂଳ ଭୋଗ

ମହାକାଳପଡ଼ା, ୨୫ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ପ୍ରାଚୀନ ପ୍ରସିଦ୍ଧ ଶକ୍ତିପୀଠ ମା’ ଦରିଆ ରାମଚଣ୍ଡୀ ପୀଠ ଅନ୍ୟତମ। ପର୍ଯ୍ୟଟନ ଋତୁ ଆସିଲେ ଦୂରଦୂରାନ୍ତରୁ ମା’ଙ୍କ ନିକଟକୁ ଛୁଟି ଆସନ୍ତି ଅନେକ ଶ୍ରଦ୍ଧାଳୁ। ମନରେ ଭକ୍ତି ଓ ଶ୍ରଦ୍ଧାଭାବ ରଖି ମା’ଙ୍କ ନିକଟରେ ଖିରି ଭୋଗ ଅର୍ପଣ କଲେ ମନୋସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି। ଅପରପକ୍ଷରେ ଅଞ୍ଚଳର ଚାଷୀମାନେ ଧାନ ବେଉଷଣ ପୂର୍ବରୁ ଓ ଅମଳ ପରେ ପ୍ରଥମ ଶସ୍ୟକୁ (ଅରୁଆ ଚାଉଳ) ଖିରି ଭୋଗ ଭାବେ ମା’ଙ୍କ ନିକଟରେ ଅର୍ପଣ କରିଥାନ୍ତି। ମା’ଙ୍କ ପୀଠରେ ପହିଲି ଭୋଗ ଅର୍ପଣ କଲେ ଚାଷୀଙ୍କ କ୍ଷେତରେ ବର୍ଷ ସାରା ଭଲ ଫସଲ ଅମଳ ହୁଏ ବୋଲି ସ୍ଥାନୀୟ ଚାଷୀ ଅନାଦି ସ୍ବାଇଁ , ପୀତାମ୍ବର ସ୍ବାଇଁ, ପ୍ରମୋଦ ସ୍ବାଇଁ ପ୍ରମୁଖ କହିଛନ୍ତି। ହେଲେ କରୋନା ପାଇଁ ମା’ଙ୍କ ପୀଠରେ ସାମୂହିକ ଭୋଗ ଯଥା ଅନ୍ନ ପ୍ରସାଦ, ଖିରି ଖେଚୁଡ଼ି, ମାଛ ଘାଣ୍ଟ ଓ ଅନ୍ୟ ଆମିଷ ଭୋଗ ପ୍ରଶାସନ ପକ୍ଷରୁ ରୋକ୍‌ ଲଗାଯାଇଥିଲା। ବଡ ଦୁଃଖର କଥା ରାଜ୍ୟର ସମସ୍ତ ଦେବାଳୟରେ ସାମୂହିକ ଭୋଗ ଲାଗି ହେଉଥିବା ବେଳେ ମା’ ରାମଚଣ୍ଡୀଙ୍କ ପୀଠରେ ଆଜି ପର୍ଯ୍ୟନ୍ତ ବାରଣ କରାଯାଇଛି। ଯାହାକୁ ନେଇ ଅଞ୍ଚଳର ବୁଦ୍ଧିଜୀବୀ, ଶ୍ରଦ୍ଧାଳୁମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛିଦିନ ହେବ ସ୍ଥାନୀୟ ଚାଷୀ ଓ ପଡ଼ୋଶୀ ଜିଲାର ବହୁ ଶ୍ରଦ୍ଧାଳୁ ଭକ୍ତ ମା’ଙ୍କ ନିକଟରେ ଭୋଗ କରି ନ ପାରି ମୁଣ୍ଡିଆ ମାରି ଫେରୁଥିବା ଦେଖିବାକୁ ମିଳିଛି। ଏ ନେଇ ମା’ ରାମଚଣ୍ଡୀ ଆଞ୍ଚଳିକ ସେନାର ଆବାହକ ଲକ୍ଷ୍ମୀକାନ୍ତ ସ୍ବାଇଁ, ବିରଞ୍ଚତ୍ ନାରାୟଣ ଦାସ, କଳ୍ପତରୁ ସାମଲ, ଅଶୋକ କୁମାର ସ୍ବାଇଁ, ଅବସରପ୍ରାପ୍ତ ସେନା ଅଧିକାରୀ ବାଣୀ ଭୂଷଣ ନାୟକ ପ୍ରମୁଖ କହିବା କଥା ମା’ଙ୍କ ନିକଟରେ ସାମୂହିକ ଭୋଗ ଆଗାମୀ ଦିନରେ ଲାଗୁ କରା ନ ଗଲେ ସେନା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ମନ୍ଦିର ପରିଚାଳନା କମିଟି ସଦସ୍ୟ ନାଥ କୁମାର ଭୋଳଙ୍କ କହିବା କଥା ମା’ଙ୍କ ପୀଠକୁ କୁଜଙ୍ଗ, ଜଗତ୍‌ସିଂହପୁର, ପାରାଦୀପ ସମେତ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଭୋଗ କରି ନ ପାରି ଘରକୁ ଫେରୁ ଥିବାରୁ ଏହା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ବୁଦ୍ଧିଜୀବୀ ସୁବାସ ସ୍ବାଇଁଙ୍କ କହିବା କଥା ମନ୍ଦିର ପରିଚାଳନା କମିଟିର ଦାୟିତ୍ୱହୀନତା ପାଇଁ ଏଭଳି ଘଟଣାକୁ ନିନ୍ଦା କରିବା ସହ ଏଣ୍ଡାଓମେଣ୍ଟ କମିଶନର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।
କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଘଞ୍ଚ ଜଙ୍ଗଲ ରାମନଗରଠାରେ ୧୭୩୭ ମସିହାରେ ତତ୍କାଳୀନ କୁଜଙ୍ଗଗଡ଼ର ଷଣ୍ଢ ବଂଶୀୟ ରାଜା ମା’ ଦରିଆ ରାମଚଣ୍ଡୀ ମନ୍ଦିର ପ୍ରତିଷ୍ଠା କରିଥିଲେ ବୋଲି ଜନଶ୍ରୁତିରୁ ଶୁଣିବାକୁ ମିଳେ। ମା’ଙ୍କ ମନ୍ଦିର ପ୍ରତିଷ୍ଠା ପରେ ଦୈନନ୍ଦିନ ସେବା କରିବା ପାଇଁ ପୂଜାପଣ୍ଡା, ସେବାୟତ, ମାଳୀ, ମହୁରିଆ, ଘଣ୍ଟୁଆ, ପାଟ ଛତା, ହୁରିଆ ସଂକୀର୍ତ୍ତନ ଆଦି ସେବକମାନଙ୍କୁ ରାଜା ଜମି ଦାନ କରି ନିୟୋଜିତ କରିଥିଲେ। ମା’ଙ୍କ ଦୈନନ୍ଦିନ ନୈବେଦ୍ୟ ସେବାଠାରୁ ସଂସ୍କୃତି, ପରମ୍ପରା ଅନୁଯାୟୀ ପୀଠରେ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ମା’ ରାମଚଣ୍ଡୀ ଡଙ୍ଗା ମଙ୍ଗରେ ବସି ପୂଜା ପାଉଥିବାରୁ ସ୍ଥାନୀୟ ଅଞ୍ଚଳର ଶତାଧିକ ମତ୍ସ୍ୟଜୀବୀ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯିବା ପୂର୍ବରୁ ମା’ଙ୍କ ନିକଟରେ ମୁଣ୍ଡିଆ ମାରି ସମୁଦ୍ରକୁ ପ୍ରବେଶ କରିଥାନ୍ତି। ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିବା ପ୍ରଥମ ମାଛଟିକୁ ପୋଡ଼ି ମା’ଙ୍କୁ ସମର୍ପିତ କରାଯାଏ। ମା’ଙ୍କର ସେବା ଓ ନୀତିଆନି ପାଇଁ ଭୂସମ୍ପତ୍ତି ୨ ଶହ ଏକରରୁ ଅଧିକ ରାଜା ଖଞ୍ଜି ଦେଇଥିଲେ। ତେବେ ଅଦ୍ୟାବଧି ମା’ଙ୍କ ବହୁ ଭୂସମ୍ପତ୍ତିକୁ କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ନିଜ ନାମରେ ଦଖଲ କରି ସ୍ଥାୟୀ ଭାବେ ବସବାସ କରୁଛନ୍ତି। ଅନ୍ୟସ୍ଥାନରେ ଥିବା ଜମିରେ ଚାଷ ବାସ କରୁଛନ୍ତି ବୋଲି ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri