୨୦୨୪ ପର୍ଯ୍ୟନ୍ତ ରହିବ କରୋନା ଆତଙ୍କ,ବିଶେଷଜ୍ଞଙ୍କ ଅନୁମାନ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୮।୧୨:  ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ନୂଆ ଭାରିଆଣ୍ଟ୍‌ ଆସିବା ଯୋଗୁ ସଙ୍କଟ ବଢ଼ିଚାଲିଛି। ଏପରିସ୍ଥଳେ ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ମହାମାରୀ ପୃଥିବୀରେ ୨୦୨୪ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି। ଆମେରିକାର ବହୁରାଷ୍ଟ୍ରୀୟ ଭ୍ୟାକ୍ସିନ ନିର୍ମାତା ଫାଇଜର ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କରୋନା ମହାମାରୀ ପୁଣି ୩ ବର୍ଷ ରହିବ ବୋଲି କମ୍ପାନୀର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଓମିକ୍ରନ ଭାରିଆଣ୍ଟ ଆସିବା ପରେ ଏଭଳି ପୂର୍ବାନୁମାନ କରାଯାଇଛି। ଓମିକ୍ରନ୍‌ କରୋନାର ମୂଳ ଭୂତାଣୁ ଠାରୁ ୫୦ ପ୍ରତିଶତ ଅଧିକ ପରିବର୍ତ୍ତନ ହୋଇଛି। ଏହା କରୋନା ସଂକ୍ରମଣ ଲଢ଼େଇରେ ଟିକାର ଦୁଇଟି ଡୋଜର ପ୍ରଭାବକୁ ହ୍ରାସ କରି ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଫାଇଜରର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ମିକେଲ ଡୋଲଷ୍ଟନ କହିଛନ୍ତି ଯେ ଆସନ୍ତା ୨ରୁ ୩ ବର୍ଷ ପର୍ଯ୍ୟନ୍ତ କରୋନା ମହାମାରୀ ଜାରି ରହିବ ବୋଲି କମ୍ପାନୀ ଆଶା କରୁଛି। ତେବେ ଟିକାକରଣର ପ୍ରଭାବ ଏବଂ ଚିକିତ୍ସା ଉପରେ ଏହାର ନୂଆ ଭାରିଆଣ୍ଟର ଗତି ନିର୍ଭର କରିବ ବୋଲି ସେ କହିଛନ୍ତି। କମ ଟିକା କରଣ ଅଞ୍ଚଳରେ ଏହାର ହାର ବଢ଼ାଇବାକୁ ପଡିବ ବୋଲି ସେ କହିଛନ୍ତି।

ଓମିକ୍ରନ ଭାରିଆଣ୍ଟର ଆସିବା ପୂର୍ବରୁ ଆମେରିକାର ଶୀର୍ଷ ରୋଗ ଚିକିତ୍ସକ ଆନ୍ଥୋନୀ ଫାଉସି ପୂର୍ବାନୁମାନ କରିଥିଲେ ଯେ ଆମେରିକାରେ ମହାମାରୀ ୨୦୨୨ରେ ଶେଷ ହେବ। କିନ୍ତୁ ନୂଆ ଭାରିଆଣ୍ଟର ସଂକ୍ରମଣ ଯେଭଳି ବୃଦ୍ଧି ପାଉଛି ତାହା ଏକ ନୂଆ ସ୍ଥିତି ସୃଷ୍ଟି କରିବାରେ ଲାଗିଛି।

ଫାଇଜର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆଣ୍ଟିଭାଇରାଲ ବଟିକା ପାକ୍ସଲୋଭିଡ କରୋନା ସଂକ୍ରମଣକୁ ରୋକିବାରେ ବେଶ୍‌ ପ୍ରଭାବଶାଳୀ ହେବାରେ ଲାଗିଛି। କ୍ଲିନିକାଲ ପରୀକ୍ଷଣରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଗୁରୁତର କ୍ଷେତ୍ରରେ ମୃତ୍ୟୁ ହାରକୁ ଏହା ପ୍ରାୟ ୯୦ ପ୍ରତିଶତ ହ୍ରାସ କରିବାକୁ ସକ୍ଷମ ହୋଇପାରିଛି। ରିଫିନିଟିଭ୍‌ର ଆଇବିଇଏସ ତଥ୍ୟ ଅନୁଯାୟୀ, ତିନି ବିଶ୍ଳେଷକ ଆକଳନ କରିଛନ୍ତି ଯେ ଏହାର ବିକ୍ରି ଆସନ୍ତା ବର୍ଷ ୧୫ ବିଲିୟନରୁ ୨୫ ବିଲିୟନ ଡଲାର୍‌ ଛୁଇଁବ।

ଆମେରିକାର କମ୍ପାନୀ ଫାଇଜର ନିଜର କୋଭିଡ-୧୯ ଟିକା ଜର୍ମାନୀର ବାୟୋ ଏନ୍‌ଟେକ୍‌ ଏସ୍‌ଇ ସହିତ ମିଳିତ ଭାବେ ବିକଶିତ କରିଛି । ଆସନ୍ତା ବର୍ଷ ସୁଦ୍ଧା ୩୧ ବିଲିୟନ ଡଲାର୍‌ ଆୟ କରିବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ କମ୍ପାନୀ ଚାରି ବିଲିୟନ ଡୋଜ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ସୁଦାନରୁ ଫେରିଲେ ଆଦର୍ଶ; ‘ବଞ୍ଚିବି ବୋଲି ଭାବି ନଥିଲି, ଦିନେ ଖାଇଲେ ଦିନେ ଖାଉନଥିଲି’

ଭୁବନେଶ୍ୱର,୧୭।୧୨: ସୁଦାନରୁ ସୁରକ୍ଷିତ ଭାବେ ଫେରିବା ପରେ ନିଜ ଉପରେ ହୋଇଥିବା ଯନ୍ତ୍ରଣା ବଖାଣିଛନ୍ତି ଆଦର୍ଶ ବେହେରା। ସେ ସୁରକ୍ଷିତ ଫେରିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri