୨୦୨୪ ପର୍ଯ୍ୟନ୍ତ ରହିବ କରୋନା ଆତଙ୍କ,ବିଶେଷଜ୍ଞଙ୍କ ଅନୁମାନ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୮।୧୨:  ପୃଥିବୀରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ନୂଆ ନୂଆ ଭାରିଆଣ୍ଟ୍‌ ଆସିବା ଯୋଗୁ ସଙ୍କଟ ବଢ଼ିଚାଲିଛି। ଏପରିସ୍ଥଳେ ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ମହାମାରୀ ପୃଥିବୀରେ ୨୦୨୪ ପର୍ଯ୍ୟନ୍ତ ରହିବାର ଆଶଙ୍କା ରହିଛି। ଆମେରିକାର ବହୁରାଷ୍ଟ୍ରୀୟ ଭ୍ୟାକ୍ସିନ ନିର୍ମାତା ଫାଇଜର ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କରୋନା ମହାମାରୀ ପୁଣି ୩ ବର୍ଷ ରହିବ ବୋଲି କମ୍ପାନୀର ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି। ଓମିକ୍ରନ ଭାରିଆଣ୍ଟ ଆସିବା ପରେ ଏଭଳି ପୂର୍ବାନୁମାନ କରାଯାଇଛି। ଓମିକ୍ରନ୍‌ କରୋନାର ମୂଳ ଭୂତାଣୁ ଠାରୁ ୫୦ ପ୍ରତିଶତ ଅଧିକ ପରିବର୍ତ୍ତନ ହୋଇଛି। ଏହା କରୋନା ସଂକ୍ରମଣ ଲଢ଼େଇରେ ଟିକାର ଦୁଇଟି ଡୋଜର ପ୍ରଭାବକୁ ହ୍ରାସ କରି ସାରା ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।

ଫାଇଜରର ମୁଖ୍ୟ ବୈଜ୍ଞାନିକ ଅଧିକାରୀ ମିକେଲ ଡୋଲଷ୍ଟନ କହିଛନ୍ତି ଯେ ଆସନ୍ତା ୨ରୁ ୩ ବର୍ଷ ପର୍ଯ୍ୟନ୍ତ କରୋନା ମହାମାରୀ ଜାରି ରହିବ ବୋଲି କମ୍ପାନୀ ଆଶା କରୁଛି। ତେବେ ଟିକାକରଣର ପ୍ରଭାବ ଏବଂ ଚିକିତ୍ସା ଉପରେ ଏହାର ନୂଆ ଭାରିଆଣ୍ଟର ଗତି ନିର୍ଭର କରିବ ବୋଲି ସେ କହିଛନ୍ତି। କମ ଟିକା କରଣ ଅଞ୍ଚଳରେ ଏହାର ହାର ବଢ଼ାଇବାକୁ ପଡିବ ବୋଲି ସେ କହିଛନ୍ତି।

ଓମିକ୍ରନ ଭାରିଆଣ୍ଟର ଆସିବା ପୂର୍ବରୁ ଆମେରିକାର ଶୀର୍ଷ ରୋଗ ଚିକିତ୍ସକ ଆନ୍ଥୋନୀ ଫାଉସି ପୂର୍ବାନୁମାନ କରିଥିଲେ ଯେ ଆମେରିକାରେ ମହାମାରୀ ୨୦୨୨ରେ ଶେଷ ହେବ। କିନ୍ତୁ ନୂଆ ଭାରିଆଣ୍ଟର ସଂକ୍ରମଣ ଯେଭଳି ବୃଦ୍ଧି ପାଉଛି ତାହା ଏକ ନୂଆ ସ୍ଥିତି ସୃଷ୍ଟି କରିବାରେ ଲାଗିଛି।

ଫାଇଜର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଆଣ୍ଟିଭାଇରାଲ ବଟିକା ପାକ୍ସଲୋଭିଡ କରୋନା ସଂକ୍ରମଣକୁ ରୋକିବାରେ ବେଶ୍‌ ପ୍ରଭାବଶାଳୀ ହେବାରେ ଲାଗିଛି। କ୍ଲିନିକାଲ ପରୀକ୍ଷଣରେ ଡାକ୍ତରଖାନାରେ ଭର୍ତ୍ତି ହେବା ଏବଂ ଗୁରୁତର କ୍ଷେତ୍ରରେ ମୃତ୍ୟୁ ହାରକୁ ଏହା ପ୍ରାୟ ୯୦ ପ୍ରତିଶତ ହ୍ରାସ କରିବାକୁ ସକ୍ଷମ ହୋଇପାରିଛି। ରିଫିନିଟିଭ୍‌ର ଆଇବିଇଏସ ତଥ୍ୟ ଅନୁଯାୟୀ, ତିନି ବିଶ୍ଳେଷକ ଆକଳନ କରିଛନ୍ତି ଯେ ଏହାର ବିକ୍ରି ଆସନ୍ତା ବର୍ଷ ୧୫ ବିଲିୟନରୁ ୨୫ ବିଲିୟନ ଡଲାର୍‌ ଛୁଇଁବ।

ଆମେରିକାର କମ୍ପାନୀ ଫାଇଜର ନିଜର କୋଭିଡ-୧୯ ଟିକା ଜର୍ମାନୀର ବାୟୋ ଏନ୍‌ଟେକ୍‌ ଏସ୍‌ଇ ସହିତ ମିଳିତ ଭାବେ ବିକଶିତ କରିଛି । ଆସନ୍ତା ବର୍ଷ ସୁଦ୍ଧା ୩୧ ବିଲିୟନ ଡଲାର୍‌ ଆୟ କରିବ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ କମ୍ପାନୀ ଚାରି ବିଲିୟନ ଡୋଜ୍‌ ପ୍ରସ୍ତୁତ କରିବାକୁ ଯୋଜନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri