ଭାରତର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କଲା ‘ଟିକ୍‌ଟକ୍‌’

ନୂଆଦିଲ୍ଲୀ,୧୦।୧: ଚାଇନାର କମ୍ପାନୀ ବାଇଟ୍‌ଡାନ୍ସ ଭାରତରେ ଏହାର ଆପ ‘ଟିକଟକ୍‌’ର ସମସ୍ତ କର୍ମଚାରୀଙ୍କୁ ବରଖାସ୍ତ କରିଛି। କର୍ମଚାରୀମାନଙ୍କୁ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ଇ-ମେଲ ପଠାଯାଇଛି। ଏଥିରେ କମ୍ପାନୀ କହିଛି ଯେ ଫେବୃଆରୀ ୨୮ ଏହି କମ୍ପାନୀରେ କର୍ମଚାରୀଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଏହାର ପ୍ରତିବଦଳରେ କମ୍ପାନୀ ପ୍ରଭାବିତ କର୍ମଚାରୀମାନଙ୍କୁ ୯ ମାସର ଦରମା ପ୍ରଦାନ କରିବ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ସପ୍ତାହ ଆରମ୍ଭରେ ଭାରତରେ କାମ କରୁଥିବା ୪୦ ଜଣ କର୍ମଚାରୀଙ୍କୁ ପିଙ୍କ ସ୍ଲିପ ଦିଆଯାଇଛି। ଏହା ସହିତ କମ୍ପାନୀ ବହିଷ୍କୃତ ହେବାକୁ ଥିବା କର୍ମଚାରୀଙ୍କୁ ୯ ମାସର ଦରମା ଦେବ। କର୍ମଚାରୀମାନଙ୍କୁ ଏହା ମଧ୍ୟ କୁହାଯାଇଛି ଯେ ଏକ ନୂତନ ଚାକିରି ପାଇବା ପାଇଁ କମ୍ପାନୀ ଦ୍ୱାରା କିଛି ଲାଭ ମଧ୍ୟ ଦିଆଯିବ। ଏହା ପଛର କାରଣ ଉପରେ କମ୍ପାନୀ କହିଛି ଯେ ଚାଇନାର ଆପ୍‌ ଉପରେ ସରକାରଙ୍କ ଆଭିମୁଖ୍ୟ ଯୋଗୁଁ କମ୍ପାନୀ ଭାରତରେ ପୁଣିଥରେ କାର୍ଯ୍ୟ ଆରମ୍ଭ କରିପାରିବ ନାହିଁ।

କହିରଖୁଛୁ, ଜୁନ ୨୦୨୦ ରେ କେନ୍ଦ୍ର ସରକାର ଟିକଟକ୍‌ ସମେତ ପ୍ରାୟ ୩୦୦ ଚାଇନିଜ୍‌ ଆପକୁ ଜାତୀୟ ସୁରକ୍ଷା ଦର୍ଶାଇ  ନିଷିଦ୍ଧ କରିଥିଲେ। ଏହା ପରେ କମ୍ପାନୀର ଭାରତ କାର୍ଯ୍ୟାଳୟର ଅନେକ କର୍ମଚାରୀ ଦୁବାଇ ଏବଂ ବ୍ରାଜିଲର ଗ୍ରାହକଙ୍କ ପାଇଁ କାର୍ଯ୍ୟ କରୁଥିଲେ। ଯେତେବେଳେ ଭାରତରେ ଟିକଟୋକ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା, ସେତେବେଳେ କମ୍ପାନୀର ୨୦୦ ମିଲିୟନରୁ ଅଧିକ ବ୍ୟବହାରକାରୀ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri