ଟିକୁ ଓ୍ବେଡ୍ସ ଶେରୁ : ବୟସକୁ ନେଇ ବିବାଦ

ମୁମ୍ବାଇ: ବଲିଉଡ୍‌ର ସେଲ୍ଫମେଡ୍‌ ଆକ୍ଟର ନଓ୍ବାଜୁଦ୍ଦିନ ସିଦ୍ଧିକି ଏବଂ ନଭନିତ କୌରଙ୍କ ଅପ୍‌କମିଂ ଫିଲ୍ମ ‘ଟିକୁ ଓ୍ବେଡ୍ସ ଶେରୁ’ କୋଷ୍ଟାରଙ୍କ ବୟସକୁ ନେଇ ବିବାଦ ମୁଣ୍ଡ ଟେକିଛି। ସାଇ କବିରଙ୍କ ନିର୍ଦ୍ଦେଶିତ ଏବଂ କଙ୍ଗନା ରାଣାଓ୍ବତଙ୍କ ପ୍ରଯୋଜିତ ଏହି ଫିଲ୍ମ ଗୁରୁବାର ମୁକ୍ତିଲାଭ କରିଛି। ଫିଲ୍ମରେ ନଓ୍ବାଜୁଦ୍ଦିନ ଓ ନଭନିତଙ୍କ ମଧ୍ୟରେ ବୟସ ବ୍ୟବଧାନ ଅଧିକ ହେବା ଯୋଗୁ ଅନେକେ ଏହାକୁ ପସନ୍ଦ କରୁ ନ ଥିବା ଜଣାପଡ଼ିଛି। ଚଳଚ୍ଚିତ୍ରରେ ନବନିତ ଟିକୁ ଚରିତ୍ରରେ ଅଭିନୟ କରିଥିବାବେଳେ ନଓ୍ବାଜୁଦ୍ଦିନ ଶେରୁ ଭୂମିକାରେ ନଜର ଆସିଛନ୍ତି। ଅଭିନୟ ଜଗତରେ ନିଜ କ୍ୟାରିୟର ଗଢ଼ିବା ପାଇଁ ଟିକୁ ବଡ଼ ଅଭିନେତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବାବେଳେ ଶେରୁଙ୍କ ସହ ତାଙ୍କ ବାହାଘର ହୋଇଯାଏ। ଚରିତ୍ରରେ ଅଭିନୟ କରିଥିବା ନଓ୍ବାଜୁଦ୍ଦିନଙ୍କୁ ସେ ବିବାହ କରୁଛନ୍ତି। ଏହାପରେ ଫିଲ୍ମର କାହାଣୀ ଆରମ୍ଭ ହୁଏ। ଚଳଚ୍ଚିତ୍ରରେ ନଓ୍ବାଜୁଦ୍ଦିନ ଓ ନଭନିତଙ୍କର ଏକ ଚୁମ୍ବନ ସିନ୍‌ ରହିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Share