ରାଜ୍ୟ ବାହାର ବାଘଙ୍କୁ ସୁହାଉନି ଓଡ଼ିଶା ଜଙ୍ଗଲ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲକୁ ପସନ୍ଦ କରୁନାହାନ୍ତି ରାଜ୍ୟ ବାହାରର ବାଘ। ଶିମିଳିପାଳରେ ବାଘ ସଂଖ୍ୟା ବଢ଼ାଇବା ପାଇଁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନ୍ନତ୍‌କୁ ଅଣାଯାଇଥିଲା। ମାତ୍ର ଏହା ମଧ୍ୟରେ ଜିନ୍ନତ୍‌ ଶିମିଳିପାଳରୁ ପଶ୍ଚିମବଙ୍ଗ ଜଙ୍ଗଲକୁ ପଳାଇଯାଇଛି। ତେଣୁ ତାକୁ ଓଡ଼ିଶା ଫେରାଇ ଆଣିବାକୁ ଏବେ କସରତ ଚାଲିଥିଲେ ହେଁ ବନ ବିଭାଗ ସଫଳ ହୋଇପାରୁନାହିଁ। ଏପରିକି ଜିନ୍ନତ୍‌କୁ ୩/୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଫଳ ହୋଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଆଗରୁ ମଧ୍ୟ ବାହାର ରାଜ୍ୟରୁ ବନ ବିଭାଗ ବାଘ ଆଣିଥିଲେ ମଧ୍ୟ ରଖିବାରେ ବିଫଳ ହୋଇଛି। ପୂର୍ବରୁ ରାଜ୍ୟ ବାହାରୁ ୨ଟି ବାଘଙ୍କୁ ସାତକୋଶିଆ ଅଣାଯାଇଥିଲା। ହେଲେ ଗୋଟିଏ ବାଘର ମୃତ୍ୟୁ ଘଟିଥିବାବେଳେ ଆଉଏକ ବାଘ ଆହତ ହେବା ପରେ ତାକୁ ନନ୍ଦନକାନନକୁ ଅଣାଯାଇଛି। ସେହିପରି ଅକ୍ଟୋବରରେ ମହାରାଷ୍ଟ୍ର ଜଙ୍ଗଲରୁ ବାଘୁଣୀ ‘ଯମୁନା’ ଓ ‘ଜିନ୍ନତ୍‌’କୁ ଶିମିଳିପାଳକୁ ଅଣାଯାଇଥିଲା। ମାତ୍ର ଉଭୟେ ଶିମିଳିପାଳର ପରିବେଶକୁ ଆପଣାଇ ପାରି ନ ଥିଲେ। ପ୍ରଥମେ ଜିନ୍ନତ ଶିମିଳିପାଳ ଛାଡ଼ି ପଶ୍ଚିମବଙ୍ଗ ପଳାଇଥିବାବେଳେ ବାଘୁଣୀ ଯମୁନା ବାଲେଶ୍ୱର ଜିଲାର କୁଲଡିହା ଅଭୟାରଣ୍ୟରେ ରହିଥିବା ସୂଚନା ଦିଆଯାଇଛି। ତେଣୁ ଓଡ଼ିଶା ଜଙ୍ଗଲ ରାଜ୍ୟ ବାହାରର ବାଘଙ୍କୁ ସୁହାଉନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।
ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି, ମଣିଷ ବାସ୍ନା ପାଇ ଜିନ୍ନତ ପଳାଇଯାଇଥିବା ଜଣାପଡିଛି। ତେବେ ତାକୁ ଫେରାଇ ଆଣିବା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ୩ଟି ଟିମ୍‌ ସହ ଏକ ଏକ୍ସପର୍ଟ ଟିମ୍‌ ଚେଷ୍ଟା ଚଳାଇଛନ୍ତି। ଖୁବ୍‌ଶୀଘ୍ର ଏ ଦିଗରେ ସଫଳତା ମିଳିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବନ୍ୟପ୍ରାଣୀ ପିସିସିଏଫ୍‌ ପ୍ରେମ୍‌ କୁମାର ଝା କହିଛନ୍ତି, ବାଘର ନିଜସ୍ବ ଅଞ୍ଚଳ ବା ଟେରିଟୋରି ରହିଛି। ସେମାନେ ନିଜେ ହିଁ ନିଜର ଅଞ୍ଚଳ ବାଛନ୍ତି। ଚିହ୍ନ ସ୍ବରୂପ ବିଭିନ୍ନ ଗଛରେ ସେମାନେ ନିଜର ନଖଚିହ୍ନ ଛାଡ଼ିବା ସହ ସେହି ଗଛଗୁଡିକରେ ପରିସ୍ରାକରି ଚିହ୍ନ ଦିଅନ୍ତି। ଫଳରେ ଅନ୍ୟ ବାଘମାନେ ସେଠାକୁ ଯାଆନ୍ତି ନାହିଁ। ଶିମିଳିପାଳରେ ପୂର୍ବରୁ ୨୪ଟି ବାଘ ରହିଛନ୍ତି। ତେଣୁ ବୋଧହୁଏ ସେଠାରେ ଜିନ୍ନତ ନିଜର ଟେରିଟୋରି ପାଇବାରେ ସଫଳ ହୋଇନାହିଁ। ସେହିପରି ଜାନୁଆରୀ-ଫେବୃଆରୀ ଏବଂ ଜୁନ୍‌-ଜୁଲାଇ ମାସ ବାଘମାନଙ୍କ ମିଳନ ସମୟ। ଦିନ କେଇଟା ପରେ ଜାନୁଆରୀ ଆସିଯିବ। ତେଣୁ ଜିନ୍ନତ ସେଥିପାଇଁ ପୂର୍ବରୁ ରହୁଥିବା ଅଞ୍ଚଳକୁ ଖୋଜୁଥିବା ଆଶା କରାଯାଉଛି। ତେବେ ଜିନ୍ନତ୍‌କୁ ଟ୍ରାକ୍‌ କରିବା ପାଇଁ ୩ଟି ଟିମ୍‌ ଲାଗିଛନ୍ତି। ସେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ଟ୍ରାଙ୍କୁଲାଇଜ୍‌ ସମ୍ଭବ ହେଉନାହିଁ। ତେବେ ଖୁବ୍‌ଶୀଘ୍ର ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରି ଓଡ଼ିଶା ଫେରାଇ ଅଣାଯିବ ବୋଲି ପିସିସିଏଫ୍‌ କହିଛନ୍ତି।
ସୂଚନାଯୋଗ୍ୟ, ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିଲା। ପ୍ରଥମେ ତାକୁ ଶିମିଳିପାଳରେ ଏନ୍‌କ୍ଲୋଜରରେ ରଖିବା ପରେ ଶିମିଳିପାଳର କୋର୍‌ ଏରିଆ ଭିତରେ ଛଡ଼ାଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ପରେ ୧୯ ତାରିଖ ରାତିରେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri