୫ ଉପକୂଳ ଜିଲାରେ ସୃଷ୍ଟି ହେବ ହେନ୍ତାଳବଣ

ଭୁବନେଶ୍ୱର, ୨୭ା୧୨(ବନ୍ଦନା ସେଠୀ):ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳ ଜିଲା ପାଇଁ ବରଦାନ ସାଜୁଛି ହେନ୍ତାଳବଣ। ତେଣୁ ହେନ୍ତାଳ ବଣର ଗୁରୁତ୍ୱକୁ ଉପଲବ୍ଧି କରି ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାର ୫ଟି ଉପକୂଳ ଜିଲାରେ ୬୩୨ହେକ୍ଟର ଜମିରେ ହେନ୍ତାଳ ବଣ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି। ୨୦୨୪-୨୫ ବର୍ଷରେ ୩୭୫ ହେକ୍ଟର ଜାଗାରେ ହେନ୍ତାଳବଣ ସୃଷ୍ଟି କରାଯାଇଛି। ୨୦୨୫-୨୬ରେ ୨୫୭ ହେକ୍ଟରୁ ଊର୍ଦ୍ଧ୍ୱ ଜମି;ା ହେନ୍ତାଳବଣ ସୃ୍‌ଷ୍ଟି କରାଯିବ ବୋଲି ଜଙ୍ଗଲ ଓ ପରିବେଶ, ଜଳବାୟୁ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି। ପୁରୀ, କେନ୍ଦ୍ରାପଡ଼ା ଭଳି ଅତ୍ୟଧିକ ବିପର୍ଯ୍ୟୟପ୍ରବଣ ଜିଲାଗୁଡିକରେ ହେନ୍ତାଳବଣ ସୃଷ୍ଟି କରାଯିବ। ସେହିପରି ଯେଉଁ ଅଞ୍ଚଳଗୁଡିକରେ ହେନ୍ତାଳବଣ ସୃଷ୍ଟି କରାଯିବ, ତାହାର ପ୍ରି-ମେଜରମେଣ୍ଟ ଏବଂ ସରିବା ପରେ ପୋଷ୍ଟ ମେଜରମେଣ୍ଟ କରାଯିବ। ଏହାବାଦ୍‌ ହେନ୍ତାଳବଣର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ମାଧ୍ୟମରେ ତାହାକୁ ମ୍ୟାପିଂ କରାଯିବ। ପ୍ରୋଜେକ୍ଟ ମନିଟରିଂ ୟୁନିଟ୍‌ ନିୟୋଜିତ ହେବ। ଏଥିପାଇଁ ପରିବେଶବିତ୍‌, ବୈଜ୍ଞାନିକ ଏବଂ ଅର୍ନ୍ତଜାତୀୟସ୍ତରରେ ହେନ୍ତାଳବଣ ଉପରେ କାମ କରୁଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା ପାଇଁ ଆସନ୍ତା ୩ମାସ ମଧ୍ୟରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ବନବିଭାଗର ନିଜସ୍ବ ୨ହଜାର ୫ଶହ କୋଟି ଟଙ୍କା ରହିଛି। ଏହାବାଦ୍‌ ଏସ୍‌ଆର୍‌ସି ଫଣ୍ଡ୍‌ ଏବଂ ଆବଶ୍ୟକ ହେଲେ ରାଜସ୍ବ ମନ୍ତ୍ରୀ ମଧ୍ୟ ଅର୍ଥ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ କହିଛନ୍ତି। ପୂର୍ବ ସରକାର ସମୟରେ ଧାମରା, ଚାନ୍ଦିପୁର, ଇଞ୍ଚୁଡି ଭଳି ବିଭିନ୍ନ ସ୍ଥାନରେ ହେନ୍ତାଳବଣ ସୃଷ୍ଟି କରାଯାଇଥିବା କୁହାଯାଉଛି। ଏଥିପାଇଁ ବହୁକୋଟି ଟଙ୍କା ମଧ୍ୟ ଆସିଥିଲା। ମାତ୍ର ବାସ୍ତବରେ ସେତିକି ଜଙ୍ଗଲ ନାହିଁ। ତେଣୁ ଏହି ଟଙ୍କା କୁଆଡେ ଗଲା, ତାହା ଏବେ ରାଜ୍ୟ ସରକାରଙ୍କ ତଦନ୍ତ ସାପେକ୍ଷ। ବାତ୍ୟା ‘ଦାନା’ ସମୟରେ ହେନ୍ତାଳବଣ ଓ ଝାଉଁଗଛ ଥିବା ଅଞ୍ଚଳରେ ବିପର୍ଯ୍ୟୟ ସମୟରେ ଯେଉଁଭଳି କ୍ଷୟକ୍ଷତି ହେବା କଥା ତାହା ହୋଇ ନ ଥିଲା। ତେଣୁ ହେନ୍ତାଳ ବଣ ସୃଷ୍ଟି କରିବା ସହ ଯେଉଁ ଅଞ୍ଚଳଗୁଡିକରେ ଝାଉଁଗଛ ନଷ୍ଟ ହୋଇଯାଇଛି, ତାହାର ପୁନଃରୁଦ୍ଧାର କରିବା ଦିଗରେ ସରକାର ଚେଷ୍ଟା କରୁଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?