ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହ ଗଡ଼ ଗ୍ରାମ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ଶନିବାର ସକାଳେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି। ନରସିଂହଗଡ଼ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଜାଳ ଆଣିବାକୁ ଯାଇଥିବା ବେଳେ ବାଘ ପାଦ ଚିହ୍ନ ଦେଖିବାକୁ ପାଇଥିଲେ। ଏନେଇ ପ୍ରଚାରିତ ହେବା ପରେ ଆଖପାଖ ଗ୍ରାମର ବହୁ ସଂଖ୍ୟକ ଲୋକ ଘଟଣାସ୍ଥଳରେ ପହଞ୍ଚି ବାଘ ପାଦଚିହ୍ନ ଦେଖିଥିଲେ। ଖବର ପାଇ ବ୍ରହ୍ମପୁର ସହ ବନ ସଂରକ୍ଷକ ଡ.ରୁଦ୍ର ପ୍ରସାଦ ରଥ,ଦିଗପହଣ୍ଡି ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଜଙ୍ଗଲରେ ଟ୍ରାପ କ୍ୟାମେରା ଖଞ୍ଜି ଫେରିଥିବା ଜଣାପଡ଼ିଛି। ବନବିଭାଗ କର୍ମଚାରୀ ବୃନ୍ଦ ନରସିଂହ ଗଡ଼, ଗଙ୍ଗାପୁର ସମେତ ଆଖପାଖ ଗ୍ରାମାଞ୍ଚଳରେ ବ୍ୟାପକ ସଚେତନତା କରିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦିଆଯାଇଛି। ଦୁର୍ଗମ ଜଙ୍ଗଲ ମଧ୍ୟକୁ ଲୋକଙ୍କୁ ନ ଯିବା ଲାଗି କୁହାଯାଇଛି। କିଛି ମାସ ପୂର୍ବେ କଙ୍କୋରଡ଼ା ଗ୍ରାମ ନିକଟ କରାଖଣ୍ଡିରେ ବାଘ ବୁଲୁଥିବା ନେଇ ସିସିଟିଭି ଫୁଟେଜ୍‌ ଭାଇରାଲ ହେବା ପରେ ତାହା ଫିସିଙ୍ଗ କ୍ୟାଟ୍‌ ବା ବଣବିଲେଇ ବୋଲି ବନ ବିଭାଗ ତଦନ୍ତରୁ ଜଣାପଡ଼ିଥିଲା।

ସେହିପରି ରଘୁନାଥପୁର ନିକଟ ଜଙ୍ଗଲରେ ବାଘର ଗତିବିଧି ପ୍ରଚାରିତ ହେବା ପରେ ପରେ ସେ ନେଇ କୌଣସି ସାମାନ୍ୟତମ ସୂଚନା ମିଳି ନ ଥିଲା। ଏ ନେଇ ଦିଗପହଣ୍ଡି ରେଞ୍ଜରଙ୍କୁ ଯୋଗାଯୋଗ କରିବାରେ ସକାଳୁ ସନ୍ଧ୍ୟା ଯାଏ ନରସିଂହଗଡ଼ ଗ୍ରାମ ସଂଲଗ୍ନ ସଂରକ୍ଷିତ ଜଙ୍ଗଲରେ ବନ ବିଭାଗ ଟିମ୍‌ ଉପସ୍ଥିତ ରହି ଖାନତଲାସ କରିଥିଲେ ମଧ୍ୟ ବାଘ ଚଳପ୍ରଚଳ ସମ୍ପର୍କରେ କୌଣସି ସୁରାକ ମିଳିପାରିନାହିଁ। ବ୍ରହ୍ମପୁରରୁ ଆସିଥିବା ବନ ବିଭାଗ ଟିମ୍‌ ବାଘର ପାଦ ଚିହ୍ନକୁ ସଂଗ୍ରହ କରି ପରୀକ୍ଷା ନିରୀକ୍ଷା ନିମନ୍ତେ ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ; ୨ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୧୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ଅଧୀନରେ ଚଢ଼ାଉ କରାଯାଇ ମୋଟ ୨୪ ଲିଟର ଅପମିଶ୍ରିତ ଦେଶୀ ମଦ ଜବତ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri