ନୂଆପଡ଼ାରେ କଲରାପତରିଆ ବାଘ ଆତଙ୍କ

ନୂଆପଡ଼ା,୧।୩(ମକାରୁ ବେମାଲ): କିଛିଦିନର ବ୍ୟବଧାନ ପରେ ନୂଆପଡ଼ା ଜିଲାରେ ପୁଣି କଲରାପତରିଆ ବାଘ ଆତଙ୍କ ଦେଖା ଦେଇଛି। ବାଘ ବୁଲୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ସୋସେଙ୍ଗ ଗାଁର କମଳ ନାଥ ମାଝି(୩୦) କୌଣସି କାମରେ ଏକ କାର୍‌ ଯୋଗେ ନୂଆପଡା ଯାଉଥିଲେ।ସେହି ସମୟରେ ଏକନ ଗୋଡିଆ ଘାଟି ତଳକୁ ହଲୁଆପାଲି-କେରମେଲି ନୂଆପଡା ରାସ୍ତାରେ ଦୁଇଟି କଲରା ପତରିଆ ବାଘ ବୁଲୁଥିବା ଦେଖିବାକୁ ପାଇଥିଲେ। ସେ ଭୟଭୀତ ଅବସ୍ଥାରେ ଗାଡିକୁ ରାସ୍ତାରେ ଅଟକାଇ ମୋବାଇଲରେ ଭିଡିଓ ଶୁଟ୍‌ କରିଥିଲେ। ସେହି ସମୟରେ ଗୋଟିଏ ବାଘ ଜଙ୍ଗଲ ଭିତରକୁ ଚାଲିଯାଇଥିବା ବେଳେ ଅନ୍ୟ ଏକ ବାଘ ରାସ୍ତା କଡରେ ବସି ରହିଥିଲା। ପ୍ରାୟ ଅଧଘଣ୍ଟା ପରେ ବାଘ ରାସ୍ତାରୁ ଜଙ୍ଗଲକୁ ଚାଲିଯିବା ପରେ କମଳ ଗାଡି ଧରି ନୂଆପଡା ପଟେ ଯାଇଥିଲେ। ଆଖି ସାମ୍‌ନାରେ ବାଘ ଦେଖିଥିବା କମଳ ରାତିରେ ଘରକୁ ନ ଫେରି ସକାଳେ ଫେରିଥିଲେ। ମୋବାଇଲରେ କଏଦ ହୋଇଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁନାବେଡା ଅଭୟାରଣ୍ୟ ଭିତରେ ବସବାସ କରୁଥିବା ବନବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ବର୍ତ୍ତମାନ ମହୁଲ ଫୁଲ ଗୋଟାଇବା ସମୟ। ମହୁଲ ଫୁଲ ଖାଇବା ପାଇଁ ଗାଈ, ବାଛୁରୀ, ଛେଳି, ମେଣ୍ଢା ଗଛ ତଳେ ଗୋଠ ହୋଇ ରହନ୍ତି ା ବାଘକୁ ଶିକାର କରିବା ସହଜ ହୋଇଥାଏ। ସେଥିପାଇଁ ବାଘ ଜଙ୍ଗଲରୁ ପଦାକୁ ଆସୁଛି ବୋଲି ଅନୁମାନ କରାଯାଉଛି। ଖବର ପାଇ କୋମନା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ ବାଘର ଗତିବିଧି ଉପରେ ନଜର ରଖିବା ସହ ପାହାଡ ତଳି ଗାଁଗୁଡିକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରୁଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାୱାର ମାଳମାଳ ହେଲେ ନେଟୱର୍କ ଦୁର୍ବଳ, 5G ଯୁଗରେ ହନ୍ତସନ୍ତ ଲୋକେ

ନନ୍ଦପୁର,୧।୩(ତୁଷାର କାନ୍ତ ମହାନ୍ତି): ମାର୍ଚ୍ଚ ମାସର ପ୍ରଥମଦିନରେ ଦୁର୍ବଳ ନେଟୱର୍କ ସେବା ଜନ ଜୀବନକୁ ପ୍ରଭାବିତ କରିଛି। ଶନିବାର ସକାଳୁ କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର…

ଇସ୍ରାଏଲ ଯୁଦ୍ଧରେ ଖାମେନେଇଙ୍କ ମୃତ୍ୟୁ! କେମିତି ହୋଇଥିଲେ ସୁପ୍ରିମ ଲିଡର? ଜାଣନ୍ତୁ…

ତେହରାନ,୧।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ହୋଇଛି। ଜଣେ ଇସ୍ରାଏଲୀ ଅଧିକାରୀଙ୍କ ଉଦ୍ଧୃତି ଦେଇ ରଏଟର୍ସ ଏହା ଦାବି କରିଛି। ଏହି ଘଟଣା…

ମାରଣାସ୍ତ୍ର ଧରି ଆତଙ୍କ ଖେଳାଇଲେ ଲୁଟେରା ଗ୍ୟାଙ୍ଗ: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା/ଆଳି,୧ା୩(ଜଗନ୍ନାଥ ଧଳ/ବନମାଳୀ ସେନାପତି): ଆଳି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଏକ ଲୁଟେରା ଗ୍ୟାଙ୍ଗ ସିରିଜ ଲୁଟ୍‌ କରିବା ସହ ଜଣେ ବ୍ୟବସାୟୀଙ୍କ ଘରେ ଓ ଅଫିସରେ…

ହୋଟେଲ ଖାଦ୍ୟ ନିୟମିତ ଯାଞ୍ଚ ହେଉନାହିଁ : ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ସରକାରୀ ସୁବିଧା ମିଳୁନାହିଁ 

ଭଞ୍ଜନଗର,୧।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ଦିନକୁ ଦିନ ଛତୁ ଫୁଟିଲା ଭଳି ଛୋଟରୁ ବଡ ହୋଟେଲ ଖୋଲୁଛି। କିନ୍ତୁ ଉକ୍ତ ହୋଟେଲଗୁଡ଼ିକର ଖାଦ୍ୟ ନିୟମିତ…

ଖାମେନେଇଙ୍କ ମୃତ୍ୟୁ ପରେ ରାଗରେ ନିଆଁବାଣ ହେଲାଣି ପାକିସ୍ତାନ, ଆମେରିକୀୟ ବାଣିଜ୍ୟ ଦୂତାବାସ ଉପରେ ଆକ୍ରମଣ, ୯ ମୃତ

କରାଚି,୧।୩: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ହତ୍ୟା ଖବର ପ୍ରସାରିତ ହେବା ପରେ ପାକିସ୍ତାନର କରାଚୀରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଆମେରିକୀୟ ଦୂତାବାସ…

ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ପଛରେ ଏହିମାନେ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୧।୩: ରାଜଧାନୀରେ ୟୁଟ୍ୟୁବର ରାହୁଲ୍‌ ମହାରଣା ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଗିରଫ ହୋଇଛନ୍ତି। ଜଣେ ଯବାନ ଓ ତାଙ୍କର ୨ ପୁତୁରାଙ୍କୁ କମିଶନରେଟ…

ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଲେ ପ୍ରଭାତ ବିଶ୍ୱାଳ, ସେଦିନ ପ୍ୟାରୀଙ୍କ ଘରେ କ’ଣ ସବୁ ହୋଇଥିଲା କହି…

ଭୁବନେଶ୍ୱର,୧ା୩: ମିଡ୍‌ ନାଇଟ୍‌ ଅପରେଶନ ପେଡ଼ି ଖୋଲିଛନ୍ତି ବିଜେଡିରୁ ବିତାଡ଼ିତ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ। ମିଡ୍‌ ନାଇଟ୍‌ ଅପରେଶନ ଓଡ଼ିଶା ରାଜନୀତିରେ ବେଶ୍‌ ଚର୍ଚ୍ଚିତ। କାରଣ…

୩ ମାସର ଗର୍ଭ ନଷ୍ଟ କରି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ବାପଘର ଲୋକେ ଅଭିଯୋଗ ଆଣି କହିଲେ…

ପରଜଙ୍ଗ,୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ମାଣିକମରା ଗାଁରେ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କର ୩ ମାସର ଗର୍ଭ ନଷ୍ଟ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri